ଡି.ଏ.ଭି. ସ୍କୁଲ୍ ମାନଙ୍କ ଚକ୍ରବୃଦ୍ଧି ହାରରେ ସ୍କୁଲ୍ ଫିସ୍ ବୃଦ୍ଧି ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, ତା ୨୦ା୨ (ଓଡ଼ିଆ ପୁଅ) : ଉଚ୍ଚମାନର ଶିକ୍ଷାପ୍ରାପ୍ତି ଲକ୍ଷ୍ୟନେଇ ଅଭିଭାବକମାନେ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କ ଉପରେ ନିର୍ଭରଶୀଳ ହେଉଥିବାରୁ ଏହାର ସୁଯୋଗ ନେଇ ଶିକ୍ଷାନୁଷ୍ଠାନମାନେ ଦିନକୁ ଦିନ ସ୍ୱେଚ୍ଛାଚାରୀ ହୋଇ ଅଭିଭାବକମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ଏପରି ପରିସ୍ଥିତି ଉପୁଜିଲାଣିଯେ, ଚାଷୀ ଆତ୍ମହତ୍ୟା ପରେ ସମ୍ଭାବ୍ୟ ଅଭିଭାବକ ଆତ୍ମହତ୍ୟାକୁ ଏଡ଼ାଇ ଦିଆଯାଇନପାରେ। ଏପରିପ୍ରେକ୍ଷୀରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଭ୍ରମାତ୍ମକ ଉପସ୍ଥାପନା କରି ଅଭିଭାବକମାନଙ୍କଠାରୁ ଡି.ଏ.ଭି. କର୍ତ୍ତୃପକ୍ଷ ଚକ୍ରବୃଦ୍ଧି ହାରରେ ମାସିକ ସ୍କୁଲ୍ ଫି ବଢ଼ାଇବା ଏକ ଚିନ୍ତାର ବିଷୟ ହୋଇପଡ଼ିଛି। ୟୁନିଟ୍-୮ ଏବଂ ଚନ୍ଦ୍ରଶେଖପୁର ଡି.ଏ.ଭି. ଅଭିଭାବକ ମଞ୍ଚର ମିଳିତ ଆନୁକୂଲ୍ୟରେ ଏଭଳି ଅନୈତିକ ମାସିକ ଫିସ୍ ପ୍ରତିବାଦରେ ଦସ୍ତଖତ ସଂଗ୍ରହ ଅଭିଯାନ…

"ଡି.ଏ.ଭି. ସ୍କୁଲ୍ ମାନଙ୍କ ଚକ୍ରବୃଦ୍ଧି ହାରରେ ସ୍କୁଲ୍ ଫିସ୍ ବୃଦ୍ଧି ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ"

ପାନପୋଷ ସ୍ପୋର୍ଟସ କ୍ଲବ ଚମ୍ପିୟାନ

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରନଗରୀ ପାଣିଟାଙ୍କି ଖେଳ ପଡ଼ିଆ ଠାରେ ପୂର୍ଣ୍ଣାନନ୍ଦ ମାର୍କେଟ କମିଟି ପକ୍ଷରୁ ଚାଲିଥିବା ତୃତୀୟ ଶ୍ୟାମ ସୁନ୍ଦର ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଂଟ ଉଦ୍ୟାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ପାନପୋଷ ସ୍ପୋଟିଂ କ୍ଲବ ତାର ବିପକ୍ଷ ଦଳ ଇଏଟିଏନ କ୍ଲବକୁ ପରାସ୍ତ କରିଥିଲା। ମ୍ୟାଚ ପ୍ରାରମ୍ଭ ପୂର୍ବରୁ ମୁଖ୍ୟ ଅତିଥି ଭାବେ ଆଇଡ଼ିଏଲର ବରିଷ୍ଠ ମହାପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସେକ୍ଟର ୨୨ଏମ୍ପୋ୍ଲଇଜ ୱେଲଫେୟାର ଟ୍ରଷ୍ଟର ସଭାପତି ସମାଇ ସୋରେନ ଓ ଅନ୍ୟତମ ଅତିଥି ଭାବେ ସମାଜ ସେବୀ ଶ୍ରୀ ଚରଣ ସାମଲ, ସି.ଆର ନନ୍ଦ, ଆଇନଜିବୀ ବିଜୟ ହରିଚନ୍ଦନ, ବିପିନ ଲେଙ୍କା, ସମାଜସେବୀ…

"ପାନପୋଷ ସ୍ପୋର୍ଟସ କ୍ଲବ ଚମ୍ପିୟାନ"

ମୁଲକିୟା ହୋ କମିଟି ପକ୍ଷରୁ ଦିଶୁମ୍ ମାଗେ ପର୍ବ ପାଳିତ

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରନଗରୀସ୍ଥିତ ବୋଇତ ବନ୍ଦାଣ ପଡିଆଠରେ ମୁଲକିୟା ହୋ କମିଟି ପକ୍ଷରୁ ଦିଶୁମ ମାଗେ ପର୍ବ ପାଳିତ ହୋଇଯାଇଛି। ପ୍ରଥମେ ଗ୍ରାମର ଦିଉରୀରାଜାଙ୍କୁ ବାଦ୍ୟ ଯନ୍ତ୍ରସହିତ ଘରୁ ପାଛୋଟି ଆଣି ଗ୍ରାମର ସାରନା ସ୍ଥଳରେ ପହଁଚାଇଥିଲେ ଓ ପୂଜା ଶେଷରେ ଦିଉରୀରାଜାଙ୍କୁ ନିଜ ଘରକୁ ଫେରାଇ ଆଣିଥିଲେ। ମୁଲକିୟା ହୋ କମିଟିର ସଭାପତି ଚାମ୍ରା ହେମ୍ବ୍ରମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଗଦାଧର ତିୟୁ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ କଲ୍ୟାଣ ଅଧିକାରୀ ଅକ୍ଷୟ କୁମାର ପିଙ୍ଗୁଆ ଯୋଗ ଦେଇ କହିଲେ ଯେ ଆଦିବାସୀମାନଙ୍କର ସାଂସ୍କୃତିକ ପରମ୍ପରାକୁ…

"ମୁଲକିୟା ହୋ କମିଟି ପକ୍ଷରୁ ଦିଶୁମ୍ ମାଗେ ପର୍ବ ପାଳିତ"

ଗୁରୁତର ନବଜାତ ଶିଶୁ ମୃତ୍ୟୁ ପରେ ଓମ୍ ଆପୋଲୋ ହସ୍ପିଟାଲ ସିଲ୍

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସିଭିଲ ଟାଉନସିପ ସ୍ଥିତ ଓମ ଆପୋଲୋ ହସ୍ପିଟାଲରେ ଗତ ୧୭ ତାରିଖ ଦିନ ନିଆଁ ଲାଗିବା ଘଟଣାରେ ଗୁରୁତର ହୋଇଥିବା ନବଜାତ ଶିଶୁର ମୃତ୍ୟୁ ହୋଇଯାଇଛି। ଏ ନେଇ ଆଜି ହସ୍ପିଟାଲରେ ଉତେଜନା ପ୍ରକାଶ ପାଇଥିଲା। ଦେଓଗାଁ ବାସିନ୍ଦା ମାନେ ଡକ୍ଟର ଓ ନର୍ସଙ୍କୁ ଗିରଫ ସହ ହସ୍ପିଟାଲ ସିଲ କରିବାକୁ ଦାବି କରିଥଲେ। ଘଟଣା ସ୍ଥଳରେ ପାନପୋଷ ଉପ ଜିଲ୍ଲାପାଳ ହିଂମାଶୁ ଶେଖର ବେହେରା ପହଚିଂ ଆଲୋଚନା କରିଥିଲେ। ମାତ୍ର କୌଣସି ସମାଧାନ ହୋଇପାରି ନଥିଲା। କାରଣ ଶିଶୁର ଶବ ଆସି ପହଚିଂ ନଥିଲା। ଅପରାହ୍ନ ପ୍ରାୟ ୫ଟା ବେଳେ ପ୍ରଶାସନ ପକ୍ଷରୁ ହସ୍ପିଟାଲ ସିଲ୍ କରାଯାଇଥିଲା।…

"ଗୁରୁତର ନବଜାତ ଶିଶୁ ମୃତ୍ୟୁ ପରେ ଓମ୍ ଆପୋଲୋ ହସ୍ପିଟାଲ ସିଲ୍"

ଆରଏସପି କର୍ମଚାରୀଙ୍କୁ ବାଡ଼େଇ ହରଡଘଣାରେ ନେତା

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଇସ୍ପାତ ସହରାଞ୍ଚଳରେ ଜବରଦଖଲ ଏକ ପ୍ରମୁଖ ସମସ୍ୟା ଭାବରେ ଦେଖା ଦେଇଛି। ଯେଉଁଠି ପାରିଲା, ଯିଏ ଇସ୍ପାତ କାରଖାନାର ଜମି ମାଡ଼ି ବସିଲା। ଦୀର୍ଘ ଦିନ ଧରି ଏହି ଜବରଦଖଲ କାର୍ଯ୍ୟଟି ଚାଲି ଆସୁଛି। ଏହାକୁ ନେଇ ଅନେକ ସମୟରେ ଜବରଦଖଲକାରୀ ଓ ଇସ୍ପାତ କାରଖାନା କର୍ମଚାରୀଙ୍କ ଭିତରେ ବହୁ ବାଦବିବାଦ ଓ ଗଣ୍ଡଗୋଳ ମଧ୍ୟ ଚାଲି ଆସିଛି। ଏହାକୁ ନେଇ ବହୁ ମାମଲା କୋର୍ଟରେ ବିଚାରାଧୀନ ମଧ୍ୟ ଅଛି। ତେବେ ଜବରଦଖଲ ଉଛେଦ କରିବାକୁ ଯାଇଥିବା ଆରଏସପି କର୍ମଚାରୀଙ୍କୁ ମାଡମାରି ଜନୈକ ତଥାକଥିତ ନେତା ହରଡଘଣାରେ ପଡିବା ସହରରେ ଚର୍ଚ୍ଚା ହେଉଛି।…

"ଆରଏସପି କର୍ମଚାରୀଙ୍କୁ ବାଡ଼େଇ ହରଡଘଣାରେ ନେତା"

ବେଦବ୍ୟାସରେ ବ୍ୟାସ ମହୋତ୍ସବ ଉଦଘାଟିତ

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପ୍ରସିଦ୍ଧ ଶୈବ ପୀଠ ବେଦବ୍ୟାସ ଠାରେ ବେଦବ୍ୟାସ ବ୍ୟାସଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବ୍ୟାସ ମହୋତ୍ସବ-୨୦୧୮ ଶୁଭାରମ୍ଭ ହୋଇଛି। ଏହି ଉତ୍ସବରେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଶାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ଜାଳି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସେ ଏହି ଅବସରରେ କହିଲେ ଯେ, ବେଦବ୍ୟାସ ପୀଠର ମାହାତ୍ମ ସମଗ୍ର ବିଶ୍ୱରେ ଅନ୍ୟନ ଅଟେ। ବେଦବ୍ୟାସକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଏହି ପୀଠର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଶ୍ରୀ କିଶାନ ପ୍ରକାଶ କରିଥିଲେ। ସେ ଆହୁରି…

"ବେଦବ୍ୟାସରେ ବ୍ୟାସ ମହୋତ୍ସବ ଉଦଘାଟିତ"

ଆରଏସପିର କୋଲ ଓ କୋକ ଜୋନ ଦ୍ୱାରା ଜେସିଏସଆଇ ଇସ୍ପାତ ସୁରକ୍ଷା ପୁରସ୍କାର ଲାଭ

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାର କୋଲ ଓ କୋକ ଜୋନ ୨୦୧୭ ବର୍ଷ ନିମନ୍ତେ ଇସ୍ପାତ ଶିଳ୍ପ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ଯୁଗ୍ମ କମିଟି(ଜେସିଏସଏସଆଇ) ପ୍ରଦତ୍ତ ଇସ୍ପାତ ସୁରକ୍ଷା ପୁରସ୍କାର ଲାଭ କରିଛି। ରାଉରକେଲା ଇସ୍ପାତ କାରଖାନା ତରଫରୁ ସୁରକ୍ଷା, ପରିବେଶ ଓ ଅଗ୍ନିଶମ ବିଭାଗର ଡିଜିଏମ ଇନଚାର୍ଜ ସୁବ୍ରତ ଆଚାର୍ଯ୍ୟ ରାଂଚି ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ପୁରସ୍କାର ଲାଭ କରିଥିଲେ। ଏହି ମର୍ମରେ ଫେବୃଆରୀ ୧୮ ତାରିଖରେ କାର୍ଯ୍ୟ ବିଭାଗର ଇଡ଼ିଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ଉତ୍ସବରେ ଆରଏସପି କାର୍ଯ୍ୟ ବିଭାଗର ଇଡ଼ି ଶୁଭେନ୍ଦ୍ର ଦାସ…

"ଆରଏସପିର କୋଲ ଓ କୋକ ଜୋନ ଦ୍ୱାରା ଜେସିଏସଆଇ ଇସ୍ପାତ ସୁରକ୍ଷା ପୁରସ୍କାର ଲାଭ"

ଇଲେକ୍ଟୋହୋମିଓପାଥିକୁ ସରକାରୀ ସ୍ୱିକୃତୀ

ପୁରୀ, ୧୬/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଇଲେକ୍ଟୋହୋମିଓ ପାଥି ଚିକିତ୍ସା ବିଜ୍ଞାନ ଦ୍ୱାରା ସାରା ଭାରତ ବର୍ଷରେ ରୋଗୀ ମାନଙ୍କୁ ଚିକିତ୍ସା କରାଯାଉନ ଥିବା ବେଳେ ଉକ୍ତ ଚିକିତ୍ସା ସରକାରୀ ସ୍ୱିକୃତୀ ନମିଳିବା ଓ ଉକ୍ତ ବିଜ୍ଞାନର ଅଗ୍ରଗତି ନିମନ୍ତେ୍ ସରକାରୀ ପ୍ରେତ୍ସାହନର ଅଭାବ ଯୋଗୁଁ ଉକ୍ତ ଚିକିତ୍ସା ବିଜ୍ଞାନ ଆଜି ଅବହେଳିତ ଅଛି। ଏହି ବିଷୟକୁ ଆଧାର କରି ଆଜି ପୁରୀ ଜିଲ୍ଲା ଇଲେକ୍ଟୋହୋମିଓପାଥିକ ଚିକିତ୍ସକ ସଂଘ ପକ୍ଷରୁ ସଂଜୀବନୀ ହସପିଟାଲ ସମ୍ମୀଳନୀ କକ୍ଷରେ ଆୟୋଜିତ ହୋଇଛି ବାର୍ଷିକ ଉତ୍ସବ। ଉତ୍ସବକୁ ମୁଖ୍ୟ ଅତିଥୀ ଭାବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ହରପ୍ରସାଦ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉକ୍ତ ଚିକିତ୍ସାର…

"ଇଲେକ୍ଟୋହୋମିଓପାଥିକୁ ସରକାରୀ ସ୍ୱିକୃତୀ"

ସୋରେଜ ବୋର୍ଡ କଳେଙ୍କାରୀ ବଦଳି ହୋଇଥିବା ଯନ୍ତ୍ରୀ ଓ ବହିଷ୍କୃତ ପିଅନଙ୍କୁ ସୁରକ୍ଷା ଦେଉଛି କିଏ?

ରାଉରକେଲା ୧୬-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସହରରେ ବ୍ୟବସ୍ଥିତ ଉପାୟରେ ସୋରେଜ କାମ କରି ନ ପାରି ଦୈନିକ ଲୋକଙ୍କୁ ଦହଗଞ୍ଜ ଅବସ୍ଥାରେ ରହିବାକୁ ବାଧ୍ୟ କରୁଥିବା ସୋରେଜ ବୋର୍ଡରେ କଳେଙ୍କାରୀ ଥମିବାର ନାମ ନେଉନାହିଁ। ସହରର ବିକାଶ ପାଇଁ ସାଧାରଣ ଲୋକ ମୁହଁରେ ତୁଣ୍ଡି ମାରିଦେଇ ଥିବାବେଳେ ରାଜନୈତିକ ଛତ୍ରଛାୟାରେ ଜନୈକ ବଦଳି ହୋଇଥିବା ଯନ୍ତ୍ରୀ ଓ ବହିଷ୍କୃତ ପିଅନଙ୍କୁ ସୋରେଜ ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ଦାୟୀତ୍ୱ ଦେଇ କିଏ ଓ କାହିଁକି ସୁରକ୍ଷା ଦେଉଛନ୍ତି ସେ ନେଇ ବିଭାଗ ମଧ୍ୟରେ ଆଲୋଚନା ଜୋର ଧରିଛି। ସରକାରୀ ଚାକିରିରେ ବଦଳି ଏକ ନିୟମିତ ପ୍ରକ୍ରିୟା. ତେବେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଗତ ୨୧…

"ସୋରେଜ ବୋର୍ଡ କଳେଙ୍କାରୀ ବଦଳି ହୋଇଥିବା ଯନ୍ତ୍ରୀ ଓ ବହିଷ୍କୃତ ପିଅନଙ୍କୁ ସୁରକ୍ଷା ଦେଉଛି କିଏ?"

ମୋହନ ଭାଗବତ ତାଙ୍କର ହୀନମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ: ଯୁବ କଂଗ୍ରେସ

ଭୁବନେଶ୍ୱର ତା ୧୫.୨(ଓଡ଼ିଆ ପୁଅ)- ଭାରତୀୟ ସୈନ୍ୟଙ୍କ ଉପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏଭଳି ବୟାନ ସମଗ୍ର ଭାରତୀୟ ସୈନିକ ପାଇଁ ଅପମାନ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି କହିଛନ୍ତି। ମୋହନ ଭାଗତଙ୍କର ଏହି ମନ୍ତବ୍ୟ ପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଏକ ର୍ୟାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପ୍ରଧାନ ମନ୍ତ୍ରୀ ଓ ମୋହନ ଭାଗବତଙ୍କର କୁଶପୁତଳିକା ଦାହ କରାଯାଇଥିଲା ଏବଂ ଏକଘଣ୍ଟା ଧରି ମାଷ୍ଟର କ୍ୟାଣ୍ଟିନ ଛକର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଥିଲା। ଶ୍ରୀ ମହାରଥି…

"ମୋହନ ଭାଗବତ ତାଙ୍କର ହୀନମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ: ଯୁବ କଂଗ୍ରେସ"