ସୃଜନୀ ସାହିତ୍ୟ ସଂସଦର ବନ୍ଧୁମିଳନ ଓ କର୍ମକର୍ତା ନିର୍ବାଚନ

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସହରର ପୁରାତନ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଦେଓଗାଁ ସ୍ଥିତ ତରକେରା ଶିବ ମନ୍ଦିର ପରିସରରେ ଅନୁଷ୍ଠାନର ବନ୍ଧୁମିଳନ ଓ କର୍ମକର୍ତା ନିର୍ବାଚନ ଆୟୋଜନ କରାଯିବା ସଙ୍ଗେସଙ୍ଗେ ଆଲୋଚନାଚକ୍ର ଓ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାରସ୍ୱତ ସମାରୋହରେ ଅଧ୍ୟାପିକା ଜ୍ୟୋସ୍ନା ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟବକ୍ତା, ସମ୍ମାନନୀୟ ବକ୍ତା ଭାବେ ପୂର୍ବତନ ବିଧାୟକ ରବି ଦେହୁରୀ, ଡାକ୍ତର ରାହାସ ବିହାରୀ ମହାପାତ୍ର, ଶିକ୍ଷାବିତ ଡୁଲମଣି ପଟେଲ, ବିଚିତ୍ରାନନ୍ଦ ସାହୁ, ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ…

"ସୃଜନୀ ସାହିତ୍ୟ ସଂସଦର ବନ୍ଧୁମିଳନ ଓ କର୍ମକର୍ତା ନିର୍ବାଚନ"

ଦାଦନରୁ ଝିଅ ନଫେରିବା ନେଇ ପିତାଙ୍କ ଅଭିଯୋଗ

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଗୋଟିଏ ପଟେ ପାଠପଢି ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିଲେ। ପୁଣି ଅନ୍ୟପଟେ ପେଟକୁ ଭୋକର ଡ଼ର। ହେଲେ ଶେଷରେ କିନ୍ତୁ ଜିତିଗଲା ଭୋକ। ପାଣି ଫୋଟକା ପରି ମିଳେଇଗଲା ସବୁ ଅସୁମାରୀ ସ୍ୱପ୍ନ। ପେଟ ପାଇଁ ସ୍କୁଲ ପାଠରେ ପଡିଲା ଡୋରି। ତା’ପରେ ବଡ ବାପା ଝିଅ ସହ ଦିନେ ଦାଦନ ଖଟିବାକୁ ବାହାରିଗଲା ଝିଅ। ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଉଥିବା ବେଳେ, ବାଟରେ ଏକ କ୍ରସରରେ ମିଳିଥିଲା କାମ। ତା’ପରେ ସେଠାରେ ଅଟକି ଯାଇଥିଲେ ଦୁହେଁ। ଦିନ କେଇଟାରେ କାମ କଲାପରେ ସେଇଠୁ ନିଖୋଜ ହୋଇ ଯାଇଥିବା ଝିଅ ଜାନୁଆରୀ ମୁଣ୍ଡା(୧୪)। ପରିବାର…

"ଦାଦନରୁ ଝିଅ ନଫେରିବା ନେଇ ପିତାଙ୍କ ଅଭିଯୋଗ"

ସୁରକ୍ଷା ଉପକରଣ ପ୍ରଦାନ ପାଇଁ ରାଉରକେଲା ଶ୍ରମିକ ସଂଘର ଦାବି

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ଶ୍ରମିକ ସଂଘର କାର୍ଯ୍ୟକାରୀ ପରିଷଦର ବୈଠକ ସଂଘର କାର୍ଯ୍ୟକାରୀ ସଭାପତି ହରିହର ରାଉତରାୟଙ୍କ ସଭାପତିତ୍ୱରେ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାଶ୍ମୀରରେ ଲଢେଇ କରି ୫ ଜଣ ଆତଙ୍କବାଦୀଙ୍କୁ ମାରି ଶେଷରେ ନିଜେ ଜୀବନ ଦେଇଥିବା ସୁନ୍ଦରଗଡ଼ ଜିଲ୍ଲାର ସହିଦ ବୀର ସୈନିକ ପ୍ରଦୀପ ପଣ୍ଡାଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶ୍ରୀ ରାଉତରାୟ କହିଲେଯେ, ଆରଏସପି ତଥା ଶ୍ରମିକ ସମାଜର ଉନ୍ନତି ପାଇଁ ରାଉରକେଲା ଶ୍ରମିକ ସଂଘ ସର୍ବଦା କାର୍ଯ୍ୟ କରି ଆସିଛି। ସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଏମଡିଏନ ପାନିକର ତାଙ୍କର ଦୀର୍ଘଦିନର ସମ୍ପର୍କ ଓ ହାଇକୋର୍ଟରେ ଏକ ରିଟ୍…

"ସୁରକ୍ଷା ଉପକରଣ ପ୍ରଦାନ ପାଇଁ ରାଉରକେଲା ଶ୍ରମିକ ସଂଘର ଦାବି"

ଚାଷୀଙ୍କୁ ମାଗଣାରେ ମୁଗ ବିହନ ବଂଟନ

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଖରିଫ ରୁତୁରେ ଖାଲି ପଡ଼ିଥିବା ଚାଷ ଜମିରେ କମ ପାଣି ଉପଯୋଗ କରି କିଭଳି ଚାଷୀ ଚାଷ କାର୍ଯ୍ୟକରି ଉପକୃତ ହୋଇ ପାରିବ ସେଥିପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଅନ୍ୟନ୍ୟ ଉଦ୍ୟମ ଆରମ୍ଭ ହୋଇଛି। ସରକାରଙ୍କ ଟିଆରଏଫଏ ଯୋଜନା ମାଧ୍ୟମରେ ଲାଠିକଟା ବ୍ଲକର ଝାଡତରଙ୍ଗ ଗ୍ରାମ ପଂଚାୟତର ପ୍ରାୟ ୫୦ ହେକ୍ଟେର ଅଂଚଳରେ ମୁଗ ଚାଷ ପାଇଁ ଚାଷୀଙ୍କୁ ମାଗଣା ମୁଗ ବିହନ ଯୋଗାଇ ଦିଆଯାଇଛି। ଝାଡତରଙ୍ଗ ଓରାମଟୋଲା ପାଡହା ଘର ପରିସରରେ ସହକାରୀ କୃଷି ଅଧିକାରୀ ଦୀପ୍ତୀ ପଟେଲ ଉପସ୍ଥିତ ରହି ଚାଷୀଙ୍କୁ ବିହନ ବଂଟନ କରିଥିଲେ। ଏହି ଅବସରରେ ଶ୍ରୀମତୀ ପଟେଲ ଚାଷୀ…

"ଚାଷୀଙ୍କୁ ମାଗଣାରେ ମୁଗ ବିହନ ବଂଟନ"

ନିର୍ମାଣ ଶ୍ରମିକଙ୍କ ନାଁରେ ହେଉଛି ସହାୟତା ଲୁଟ୍

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ନିର୍ମାଣ ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଛି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ମାଧ୍ୟମରେ କଲ୍ୟାଣବୋର୍ଡ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ସହାୟତା ପାଇଁ ମିଳୁଥିବା ଲକ୍ଷଲକ୍ଷ ଟଙ୍କା ହରିଲୁଟ ହେଉଛି। କେତେକ ନିର୍ଦ୍ଦିଷ୍ଟ ଶ୍ରମିକ ସଙ୍ଗଠନ ଗୁଡିକ ଜିଲ୍ଲାରେ ଟାର୍ଗେଟ ପୂରଣ କରିବା ନାଁରେ ପ୍ରକୃତ ହିତାଧିକାରୀ କମ ଓ ଅନ୍ୟ ମାନଙ୍କୁ ଅଧିକ ସଂଖ୍ୟାରେ ପଂଜିକୃତ କରୁଛନ୍ତି। ଆଉ କିଛି ସଙ୍ଗଠନ ସହର ଛାଡି ବିଭିନ୍ନ ବ୍ଲକର ଉପାନ୍ତ ଅଂଚଳରେ ମାତିଛନ୍ତି। ନିର୍ମାଣ ଶ୍ରମିକ ସହାୟତା ଯୋଗାଇ ଦେବାକୁ ସେମାନଙ୍କ…

"ନିର୍ମାଣ ଶ୍ରମିକଙ୍କ ନାଁରେ ହେଉଛି ସହାୟତା ଲୁଟ୍"

ପର୍ଯ୍ୟଟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ: ଦୁଇ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର ୮-୧ (ଓଡ଼ିଆ ପୁଅ) ନନ୍ଦନକାନନରେ ଦୁର୍ଘଟଣା ଯୋଗୁଁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହିତ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।(ଫାଇଲ ଫଟୋ)

"ପର୍ଯ୍ୟଟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ: ଦୁଇ ଲକ୍ଷ ଟଙ୍କା ସହାୟତା ଘୋଷଣା"

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ ଓ ମାଡ ମାରିବା ପ୍ରସଙ୍ଗରେ: ଏସ୍ମା ବଳରେ ୩୮୮ ଜଣଙ୍କୁ ଗିରଫ କରିବା ମୁଖ୍ୟମନ୍ତ୍ରୀଙ୍କ ଶାସନର ଏକ କଳାଫର୍ଦ୍ଦ : ବିଜେପି

ଭୁବନେଶ୍ୱର, ତା ୦୮/୦୧ (ଓଡ଼ିଆ ପୁଅ) : ନିଜର ନ୍ୟାୟସଙ୍ଗତ ଦାବିନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆନ୍ଦୋଳନ କରୁଥିବାବେଳେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଏସମା ଲଗାଇ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୪ ତାରିଖରୁ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ଥାନାରେ ଅଟକ ରଖିବା ସହ ଅକଥନୀୟ ଅତ୍ୟାଚାର କରିଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସମା ଲାଗୁ କରି ଏକକାଳୀନ ୩୮୮ ଜଣ କର୍ମଚାରୀଙ୍କୁ ଜେଲ୍ ପଠାଯାଇଥିଲା। ଆଜି ଅନ୍ୟ କର୍ମଚାରୀମାନେ ସମ୍ବଲପୁର ରାଜସ୍ୱ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ…

"୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ ଓ ମାଡ ମାରିବା ପ୍ରସଙ୍ଗରେ: ଏସ୍ମା ବଳରେ ୩୮୮ ଜଣଙ୍କୁ ଗିରଫ କରିବା ମୁଖ୍ୟମନ୍ତ୍ରୀଙ୍କ ଶାସନର ଏକ କଳାଫର୍ଦ୍ଦ : ବିଜେପି"

ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକାରିଣୀ ବୈଠକ

କୋଣାର୍କ ୦୭/୧୨ (ଓଡ଼ିଆ ପୁଅ) – କୋଣାର୍କ ତ୍ରବେଣୀଶ୍ୱର ମନ୍ଦିର ପରିସରରେ ପୁରୀ ଜିଲ୍ଲା ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ସଭାପତି ଶ୍ରୀ ବିଷ୍ଣୁ ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାର ୧୧ଟି ବ୍ଳକ୍ ମଧ୍ୟରୁ ୮ଟି ବ୍ଳକ୍ର କର୍ମକର୍ତାମାନେ ଉପସ୍ଥିତ ଥିଲେ। ପ୍ରାଥମିକ ଶିକ୍ଷକମାନଙ୍କୁ ଟ୨୮୦୦/- ଗ୍ରେଡ୍ ପେ ହିସାବରେ ତା୦୧.୦୧.୨୦୧୬ରିଖ ଠାରୁ ଦରମା ପ୍ରଦାନ କରିବା ପାଇଁ ସରକାରୀ ଘୋଷଣା ବିଳମ୍ବିତ ହେଉଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବିଷୟରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କୁ ଭେଟି ଅବଗତ କରାଇ ଖୁବ୍ ଶିଘ୍ର ସରକାରୀ ଘୋଷଣାନାମା ପ୍ରକାଶ…

"ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକାରିଣୀ ବୈଠକ"

ଶ୍ରୀଜଗନ୍ନାଥ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ନିକଟରେ କ୍ଷମା ମାଗିବାକୁ ଦାବି କଲା ସଚେତନ ନାଗରିକ ମଂଚ

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଧିରେ ଧିରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୂଷ୍ୟାଭିଷେକ ଘଟଣା ବିବାଦୀୟ ହେବାର ଲାଗିଛି। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଚାରିଆଡେ ବିରୋଧଭାବ ପ୍ରକାଶ ପାଇଛି। ଏହି ଘଟଣା ପାଇଁ ତୁରନ୍ତ ଶ୍ରୀସାମନ୍ତ ମହାପ୍ରଭୁଙ୍କ ନିକଟରେ କ୍ଷମାଭିକ୍ଷା କରିବା ସହ ମୁକ୍ତି ମଣ୍ଡପ ପଣ୍ଡିତ ସଭା ନିକଟରେ କ୍ଷମାପ୍ରାର୍ଥନାକରନ୍ତୁ ବୋଲି ଦାବି କରିଛି ସଚେତନ ମଂଚ। ତତ୍ସହିତ ଗଜପତିଙ୍କ ପଦମର୍ଯ୍ୟାଦା ହାନୀକରିବାରୁ ସେ ଗଜପତିଙ୍କ ନିକଟରେ ନିସର୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ମଂଚ ପକ୍ଷରୁ ଦାବି ହୋଇଛି। ଏନେଇ ସଂଚ ପକ୍ଷରୁ ରବିବାର ସଂଧ୍ୟାରେ ସିଂହଦ୍ୱାର ସମ୍ମୁଖରେ ମଂଚ ପକ୍ଷରୁ ଶ୍ରୀସାମନ୍ତଙ୍କ କୁଶପୁତଳିକା…

"ଶ୍ରୀଜଗନ୍ନାଥ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ନିକଟରେ କ୍ଷମା ମାଗିବାକୁ ଦାବି କଲା ସଚେତନ ନାଗରିକ ମଂଚ"

ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ସଚେତନ ନାଗରିକ ମଂଚ

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗଣଧାରଣା ମାଧ୍ୟମରେ ଜବାବ ମାଗିଲା ସଚେତନ ନାଗରିକ ମଂଚ।ଏ ସଂପର୍କରେ ୧୩ ଦଫା ଦାବିରେ ମଂଚ ପକ୍ଷରୁ ରବିବାର ପୂର୍ବାହ୍ନରେ ଗାନ୍ଧୀସ୍ମୃତିପୀଠ ପରିସରରେ ଗଣଧାରଣା ଦିଆଯିବା ସହ ଅନଶନ କରାଯାଇଥିଲା। ବିଗତ ୫ ବର୍ଷ ମଧ୍ୟରେ ପୁରୀର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଆସିଥିବା ବେଳେ ଏହି ଟଙ୍କାର ବିକାଶ ବଦଳରେ କେବଳ ବିନାଶ ହୋଇଛି ବୋଲି ଅଭିଯୋଗ କରିଛି ମଧ୍ୟ ଠିକାଦାର, କର୍ମୀ ଓ ଅଫିସର ମାନେ ଭାଗବାଂଟି ଏହାକୁ ହଡପ କରିଛନ୍ତି ବୋଲି ସଂଚ ପକ୍ଷରୁ ଗାନ୍ଧୀସ୍ମୃତି ପୀଠ ପରିସରରେ ଏହି ଅନଶନ କରାଯାଇଥିଲା। ମଂଚରେ ଆବାହକ…

"ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ସଚେତନ ନାଗରିକ ମଂଚ"