ରାଜ୍ୟର ୭ଟି ସହରରେ ଆଜିଠାରୁ ଆରମ୍ଭ ହେଲା MODI ଉତ୍ସବ

କଟକ ୨/୬ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ପ୍ରଥମ ପର୍ଯ୍ୟାୟରେ ଓଡିଶାର ୭ଟି ସହରରେ ଆଜି MODI (Making of Developed India) ଉତ୍ସବ ଆରମ୍ଭ ହୋଇଛି। ଏହି ସ୍ଥାନଗୁଡିକ ହେଲା – ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ଭଦ୍ରକ, ରାଜଗାଙ୍ଗପୁର (ସୁନ୍ଦରଗଡ), ପାରଳାଖେମୁଣ୍ଡି (ଗଜପତି) ଏବଂ ବୌଦ୍ଧ। ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ଓ କଟକଠାରେ ଆଜି ଆୟୋଜିତ MODI ଉତ୍ସବକୁ ଆନୁଷ୍ଠାନିକ ଭାବେ ବିଧାୟକ ଶ୍ରୀ ବସନ୍ତ ପଂଡା ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଜାତୀୟ ଗଣତାନ୍ତ୍ରିକ ମେଂଟ ସରକାରର ତିନି ବର୍ଷ ପୂର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଏହି ଉତ୍ସବମାନ ଆୟୋଜନ କରାଯାଉଛି। ତିନି ଦିନ ଧରି…

"ରାଜ୍ୟର ୭ଟି ସହରରେ ଆଜିଠାରୁ ଆରମ୍ଭ ହେଲା MODI ଉତ୍ସବ"

ସିଏମସିର ୨୬ତମ କାଉନସିଲ ବୈଠକ ; ଉନ୍ନୟନ କାର୍ଯ୍ୟରେ ସିଏମସିର ବିଫଳତାକୁ ନେଇ ବିରୋଧୀଙ୍କ ମହଲରେ ଅସନ୍ତୋଷ

କଟକ, ୧/୬ (ଓଡ଼ିଆ ପୁଅ/ତପନ କୁମାର ସାହୁ): କଟକ ମହାନଗର ନିଗମର ଆଜି ୨୬ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଟକ ସହରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ହୋଇପାରୁନଥିବା, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ କଚ୍ଛପ ଗତିରେ ଚାଲିବା ଭଳି ଘଟଣାକୁ ନେଇ କର୍ପୋରେଟରଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଥିଲା। କଟକ ସହରରେ ଜନସାଧାରଣ ବିଶୁଦ୍ଧ ପାନୀୟଜଳ ମୁନ୍ଦାଏ ପାଇବାରୁ ବଞ୍ଚିତ ହେଉଥିବା ବେଳେ ୬୦ବର୍ଷର କଳଙ୍କିଲଗା ପୁରୁଣା ପାଇପ ଏପର୍ଯ୍ୟନ୍ତ ବଦଳା ଯାଇ ପାରିଲା ନାହିଁ। ଫଳରେ ଲୋକେ ଦୂଷିତ ଜଳ ବ୍ୟବହାର କରି ଜଣ୍ଡିସ, ଝାଡ଼ାବାନ୍ତି ଭଳି ବହୁ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କଟକ ସହରର…

"ସିଏମସିର ୨୬ତମ କାଉନସିଲ ବୈଠକ ; ଉନ୍ନୟନ କାର୍ଯ୍ୟରେ ସିଏମସିର ବିଫଳତାକୁ ନେଇ ବିରୋଧୀଙ୍କ ମହଲରେ ଅସନ୍ତୋଷ"

ସହରରେ ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଦିଗହରା: ବ୍ୟାଙ୍କରେ ପଡ଼ିରହିଛି କୋଟିକୋଟି ଟଙ୍କା ; ଚାଲିଛି ସିଏମସି ଓ ପୂର୍ତ୍ତ ବିଭାଗର କାଦୁଅଫିଙ୍ଗା ରାଜନୀତି

ସହରରେ ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଦିଗହରା: ବ୍ୟାଙ୍କରେ ପଡ଼ି ରହିଛି କୋଟି କୋଟି ଟଙ୍କା; ଚାଲିଛି ସିଏମସି ଓ ପୂର୍ତ୍ତ ବିଭାଗର କାଦୁଅଫିଙ୍ଗା ରାଜନୀତି କଟକ,୨୯ା୫/(ଓଡ଼ିଆ ପୁଅ/ତପନ କୁମାର ସାହୁ): କଟକ ମହାନଗର ନିଗମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଆନ୍ତରିକତାର ଅଭାବରୁ ତାହା ଦିଗହରା ହୋଇପଡ଼ିଛି। ଗୋଟିଏ ପଟେ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଅନ୍ୟପଟେ କିଛି ଅସାଧୁ ବ୍ୟକ୍ତିବିଶେଷଙ୍କ ଯୋଗୁଁ କଟକ ସହରରେ ବହୁ ସରକାରୀ ଯୋଜନା ଆତ୍ମସାତ ହେବାରେ ଲାଗିଛି। ଇତି ମଧ୍ୟରେ କେନ୍ଦ୍ର ସରକାର କଟକ ସହରକୁ କୋଟି କୋଟି ଟଙ୍କାର ଅନୁଦାନ ଦେଇଥିଲେ ମଧ୍ୟ ରାଜନୈତିକ ବ୍ୟକ୍ତିବିଶେଷ, ଠିକାଦାର ଓ ଅସାଧୁ ଅଧିକାରୀଙ୍କ ଯୋଗୁଁ ବର୍ଷ ବର୍ଷ ଧରି…

"ସହରରେ ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଦିଗହରା: ବ୍ୟାଙ୍କରେ ପଡ଼ିରହିଛି କୋଟିକୋଟି ଟଙ୍କା ; ଚାଲିଛି ସିଏମସି ଓ ପୂର୍ତ୍ତ ବିଭାଗର କାଦୁଅଫିଙ୍ଗା ରାଜନୀତି"

ରାଜ୍ୟରେ ଖୋଲିବ ୩ଟି ନୂଆ ସାଇବର ପୋଲିସ ଷ୍ଟେସନ ଏଥିପାଇଁ ୩୩ ଟି ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର, ୨୭/୫ (ଓଡ଼ିଆ ପୁଅ) ଓଡିଶାରେ ୩ଟି ନୂଆ ସାଇବର ପୋଲିସ ଷ୍ଟେସନ ଖୋଲିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଠାରେ ଏହି ୩ଟି ସାଇବର ପୋଲିସ ଷ୍ଟେସନ ଖୋଲାଯିବ। ଶୁକ୍ରବାରଦିନ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ୩ଟି ସାଇବର ପୋଲିସ ଷ୍ଟେସନରେ କାମ କରିବା ପାଇଁ ୩୩ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏଥିମଧ୍ୟରୁ ୬ଟି ଇନ୍ସପେକ୍ଟର, ୧୨ଟି ସବ୍ ଇନ୍ସପେକ୍ଟର, ୬ଟି ଆସିଷ୍ଟାଣ୍ଟ ସବ୍ ଇନ୍‌ପେକ୍ଟର ଓ ୯ଟି କନେଷ୍ଟବଳ ପଦବୀ। ପ୍ରତ୍ୟେକ ସାଇବର ପୋଲିସ ଷ୍ଟେସନରେ ୨ ଜଣ ଇନ୍ସପେକ୍ଟର, ୪ ଜଣ ସବ୍…

"ରାଜ୍ୟରେ ଖୋଲିବ ୩ଟି ନୂଆ ସାଇବର ପୋଲିସ ଷ୍ଟେସନ ଏଥିପାଇଁ ୩୩ ଟି ନୂଆ ପଦବୀ ସୃଷ୍ଟି"

ବାଇକକୁ ଧକ୍କା ଦେଇ ବସ ଜଳିଗଲା

କଟକ, ୨୭/୫ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର) – କଟକ ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ଭାଣପୁର ନିକଟରେ ଏକ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ  ଜଳିଯାଇଛି; କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲା ବରି ଅଞ୍ଚଳର ଭଗବାନ ମହାରଣା ନିଜ ବାଇକ ଯୋଗେ ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ଭାଣପୁର ନିକଟରେ ଏକ ଗାଈ ପଶି ଆସିବାରୁ ସେ ରାସ୍ତରେ ପଡ଼ି ଆହତ ହୋଇଥିଲେ। ରାସ୍ତା ପାର୍ଶ୍ୱରେ ବାଇକ ରଖି ଶ୍ରୀ ମହାରଣା ନିକଟସ୍ଥ ଦୋକାନକୁ ଯାଇଥିବାବେଳେ ପୁରୀରୁ କଟକ ଆସୁଥିବା ‘ନିଶା’ ନାମକ ଏକ ଦୃତଗାମୀ ଘରୋଇ ବସ ବାଇକ ଉପରେ ମାଡ଼ିଯାଇ କିଛି ବାଟ ଘୋଷାଡ଼ି ନେଇଥିଲା।…

"ବାଇକକୁ ଧକ୍କା ଦେଇ ବସ ଜଳିଗଲା"

ଥଣ୍ଡା ପାନୀୟ ଜଳ ବିତରଣ କେନ୍ଦ୍ର

କଟକ, ୨୦ା୪ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥର ତ୍ରିନାଥବଜାରଠାରେ ଶୀତଳ ପାନୀୟ ଜଳ ବିତରଣ କେନ୍ଦ୍ର ଆରମ୍ଭ ହୋଇଛି। ସମାଜସେବୀ ସ୍ୱର୍ଗତ ମହେନ୍ଦ୍ରନାଥ ଦାସଙ୍କ ସ୍ମୃତିରେ ସ୍ଥାପିତ ଏହି କେନ୍ଦ୍ରକୁ ନିଆଳି ବିଧାୟକ ଡା.ପ୍ରମୋଦକୁମାର ମଲିକ ଓ ଜୟଦେବ ବିଧାୟକ ଶଶିଭୂଷଣ ବେହେରା ମିଳିତଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ବାରଙ୍ଗ ବ୍ଲକ ଅଧ୍ୟକ୍ଷ ସରୋଜକୁମାର ସାହୁ, ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ରଶ୍ମିତା ସାହୁ, ନଗରୀ ସରପଞ୍ଚ ରଞ୍ଜନା ପାତ୍ର, ଆଇନଜୀବୀ କବିନାରାୟଣ ଜେନାଙ୍କ ସମେତ ଲିଙ୍ଗରାଜ ମହାନ୍ତି, ଅଦ୍ୱୈତ ମହାନ୍ତି, ଘନଶ୍ୟାମ ପାତ୍ର, ନୁର ମହମ୍ମଦ, ପ୍ରଶାନ୍ତ ଦାସ, ଗଣେଶଚନ୍ଦ୍ର ସାହୁ, ବଙ୍ଗାଳି ପରିଜା ପ୍ରମୁଖ ଉପସ୍ଥିତ ଥିଲେ। ସୁନ୍ଦରପ୍ରକାଶ…

"ଥଣ୍ଡା ପାନୀୟ ଜଳ ବିତରଣ କେନ୍ଦ୍ର"