କମିଶନରେଟ୍ ପୋଲିସ ସ୍ଥାପନର ୧୦ ବର୍ଷ ପୂର୍ତ୍ତି ପାଳନ: ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୫-୧ (ଓଡ଼ିଆ ପୁଅ) ଆପଣମାନେ ସବୁବେଳେ ଲୋକଙ୍କ ସହିତ ରୁହନ୍ତୁ ଏବଂ ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇ କାମ କରନ୍ତୁ। ଆଜି ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ କଟକ-ଭୁବନେଶ୍ବର କମିଶନରେଟ୍ ପୋଲିସର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ପୋଲିସ ସ୍ଵତନ୍ତ୍ର ଧ୍ୟାନ ଦେବା ଦରକାର। ସେମାନଙ୍କ ଅଭିଯୋଗର ତ୍ୱରାନ୍ୱିତ ଅନୁସଂଧାନ କରି ସମାଧାନ କରିବାପାଇଁ ଉଦ୍ୟମ କରିବାକୁ ସେ କହିଥିଲେ। କମିଶନରେଟ୍ ପୋଲିସ ଗତ ୧୦ ବର୍ଷ…

"କମିଶନରେଟ୍ ପୋଲିସ ସ୍ଥାପନର ୧୦ ବର୍ଷ ପୂର୍ତ୍ତି ପାଳନ: ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ"

ଚଳଜିତ୍ର ନିର୍ଦ୍ଦେଶକ ନରେନରାୟ ଆଉ ନାହାନ୍ତି

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଓଡିଆ ଚଳଚିତ୍ର ଜଗତର ଜଣେ ଜଣାଶୁଣା ବରିଷ୍ଠ ନିର୍ଦ୍ଦେଶକ ନରେନ୍ ରାୟଙ୍କ ବୁଧବାର ବିଳମ୍ବିତ ରାତ୍ରୀରେ ତାଙ୍କର କଟକ ସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇଁ ବହୁ ବିଶିଷ୍ଟ କଳାକାର ଓ ଚଳଚିତ୍ର ନିର୍ଦ୍ଦେଶକ ତାଙ୍କ କଟକ ସ୍ଥିତ ନୂଆବଜାର ନିଜସ୍ୱ ବାସଭବନକୁ ଯାଇ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜାଳୀ ଅର୍ପଣ କରି ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ଗଭିର ସମ୍ବେଦନା ଜ୍ଞାପନ କରିଥିଲେ। ପ୍ରଥମ ଓଡିଆ ଚଳଚିତ୍ର ଗପ ହେଲେବି ସତ ଚଳଚିତ୍ରର ନିର୍ଦ୍ଦେଶକ ହୋଇଥିଲେ। ତାଙ୍କ ମରଶରୀରକୁ ଗୁରୁବାର କଟକରୁ ସ୍ୱର୍ଗଦ୍ୱାର ଅଣାଯାଇ ଶେଷକୃତ ସଂପନ୍ନ…

"ଚଳଜିତ୍ର ନିର୍ଦ୍ଦେଶକ ନରେନରାୟ ଆଉ ନାହାନ୍ତି"