ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ

ଭୁବନେଶ୍ୱର ୧୧-୧ (ଓଡ଼ିଆ ପୁଅ) ଅପ୍ରେଲ ୨୦୧୯ ସୁଦ୍ଧା ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଭାବରେ ବିକଶିତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ନଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବସ୍ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍ ଚଳାଚଳ କରିବା ସହିତ ସେଠାରେ ସିଟି ବସଷ୍ଟାଣ୍ଡ ମଧ୍ୟ କରାଯିବ। ଏହି ନୂତନ ବସ୍ ଟର୍ମିନାଲରେ ଫୁଡ଼୍ କୋଟ୍ ଠାରୁ ଆରମ୍ଭ କରି ୱାଇ ଫାଇ, ପାର୍କିଂ, ସୌର ଶକ୍ତି, ଏଲିଭେଟର ଓ ଏସ୍‌କାଲେଟର୍ ଆଦି ସମସ୍ତ…

"ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ"

ପ୍ରବଳ ଶୀତ: ଥରୁଛି ଓଡ଼ିଶା – ଫୁଲବାଣିରେ ୪ ଡିଗ୍ରୀ

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ଶୀତରେ ଥରୁଛି ଓଡ଼ିଶା। ଶୀତ ସାଙ୍ଗକୁ କେଉଁ କେଉଁ ସ୍ଥାନରେ କୋହଲା ପବନ। ଶୀତକୁ ବଢାଇ ଦେଇଛି ଏହି କୋହଲା ପବନ। ସୂଚନାରୁ ଜଣାପଡ଼ିଛିଯେ, ରାଜ୍ୟର ଅର୍ଦ୍ଧାଧିକ ଜିଲା ଅର୍ଥାତ୍ ପ୍ରାୟ ୧୫ଟି ଡିଲାରେ ୧୦ ଡଗ୍ରୀ ତଳକୁ ପାରଦ ଖସି ଆସିଥିବା ଜଣାପଡ଼ିଛି। ଏପରିକି ଫୁଲବାଣିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିଅସ୍ ଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱର ଏବମଂ କଟକରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଭୁବନେଶ୍ୱରରେ ସର୍ନିମ୍ନ ତାପମାତ୍ର ୧୧.୫ ଡିଗ୍ରୀ ସେଲସିଅସ୍ ଧିବା ବେଳେ କଟକର ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ୍ ଥିଲା। ସେହିପରି ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପରେ ଲୋକମାନେ ନାହିଁ ନ…

"ପ୍ରବଳ ଶୀତ: ଥରୁଛି ଓଡ଼ିଶା – ଫୁଲବାଣିରେ ୪ ଡିଗ୍ରୀ"

ପର୍ଯ୍ୟଟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ: ଦୁଇ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର ୮-୧ (ଓଡ଼ିଆ ପୁଅ) ନନ୍ଦନକାନନରେ ଦୁର୍ଘଟଣା ଯୋଗୁଁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହିତ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।(ଫାଇଲ ଫଟୋ)

"ପର୍ଯ୍ୟଟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ: ଦୁଇ ଲକ୍ଷ ଟଙ୍କା ସହାୟତା ଘୋଷଣା"

କମିଶନରେଟ୍ ପୋଲିସ ସ୍ଥାପନର ୧୦ ବର୍ଷ ପୂର୍ତ୍ତି ପାଳନ: ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୫-୧ (ଓଡ଼ିଆ ପୁଅ) ଆପଣମାନେ ସବୁବେଳେ ଲୋକଙ୍କ ସହିତ ରୁହନ୍ତୁ ଏବଂ ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇ କାମ କରନ୍ତୁ। ଆଜି ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ କଟକ-ଭୁବନେଶ୍ବର କମିଶନରେଟ୍ ପୋଲିସର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ପୋଲିସ ସ୍ଵତନ୍ତ୍ର ଧ୍ୟାନ ଦେବା ଦରକାର। ସେମାନଙ୍କ ଅଭିଯୋଗର ତ୍ୱରାନ୍ୱିତ ଅନୁସଂଧାନ କରି ସମାଧାନ କରିବାପାଇଁ ଉଦ୍ୟମ କରିବାକୁ ସେ କହିଥିଲେ। କମିଶନରେଟ୍ ପୋଲିସ ଗତ ୧୦ ବର୍ଷ…

"କମିଶନରେଟ୍ ପୋଲିସ ସ୍ଥାପନର ୧୦ ବର୍ଷ ପୂର୍ତ୍ତି ପାଳନ: ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ"

୨୦୧୮ ବିଶ୍ବ କପ୍ ହକି ପୂର୍ବରୁ ଭୁବନେଶ୍ବରରେ ପରିବହନ ସେବାର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୩-୧ (ଓଡ଼ିଆ ପୁଅ) ୨୦୧୮ ନଭେମ୍ବରରେ ହେବାକୁ ଥିବା ବିଶ୍ବ କପ୍ ହକି ପୂର୍ବରୁ ଭୁବନେଶ୍ବରରେ ସରକାରୀ ପରିବହନ ସେବାର ସଂପୂର୍ଣ୍ଣ ଆଧୁନିକୀକରଣ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ କଟକ ଓ ପୁରୀ ସହିତ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସହ ଭୁବନେଶ୍ବରରେ ପରିବେଶ ଅନୁକୂଳ ଅତ୍ୟାଧୁନିକ ଇଲେକ୍‌ଟ୍ରିକ ବସ୍ ଚଳାଚଳର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ। ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ରୁଟ୍ ରେ ୧୧୦ଟି ବସ୍, ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳାଚଳ କରୁଛି ଏବଂ ମୋଟ ଯାତ୍ରୀ ପରିବହନର ମାତ୍ର ୬ ପ୍ରତିଶତ ଏହି ବସ୍…

"୨୦୧୮ ବିଶ୍ବ କପ୍ ହକି ପୂର୍ବରୁ ଭୁବନେଶ୍ବରରେ ପରିବହନ ସେବାର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ"