ନେପାଳ ନରେଶ ଶ୍ରୀ ଜ୍ଞାନେନ୍ଦ୍ର ୫ଦିନିଆ ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିଲେ

ଭୁବନେଶ୍ୱର, ତା ୭/୨ (ଓଡ଼ିଆ ପୁଅ) : ପୂର୍ବ କାର୍ଯ୍ୟକ୍ରମମତେ ନେପାଳ ନରେଶ ଶ୍ରୀ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହାଦେବ ଆଜି କଲିକତାରୁ ଆସି ଠିକ୍ ଘ.୧୦.୨୦ମିନିଟ୍ ସମୟରେ ବିମାନ ବନ୍ଦରରେ ଓହ୍ଲାଇବା ପରେ ଶ୍ରୀ ଗୋବର୍ଦ୍ଧନ ପୀଠ ଓ ପଟ୍ଟାଭିଷେକ ସଞ୍ଚାଳନ କମିଟି ପକ୍ଷରୁ ଡଃ ବଦ୍ରିନାଥ ପଟ୍ଟନାୟକ ଓ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ସଚିବ ଆଲୋକ କୁମାର କର ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ଏହା ପରେ ମହାରାଜାଙ୍କୁ ଶ୍ରୀ ଗୋବର୍ଦ୍ଧନ। ପୀଠର ପଣ୍ଡିତମାନେ ବେଦମନ୍ତ୍ର ସହ ସିନ୍ଦୂର ଚନ୍ଦନ ପ୍ରଦାନ କରି ବନ୍ଦାପନା କରିଥିଲେ। ଆଜିର…

"ନେପାଳ ନରେଶ ଶ୍ରୀ ଜ୍ଞାନେନ୍ଦ୍ର ୫ଦିନିଆ ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିଲେ"

ଭୁବନେଶ୍ୱର ସକ୍ଷମ ସାଇକ୍ଲୋଥନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ତାମିଲନାଡୁର ରାଜେଶ ଓ ମହାରାଷ୍ଟ୍ରର ରୁତୁଜା ସାଇକ୍ଲୋଥନ ପ୍ରତିଯୋଗିତାରେ ହେଲେ ବିଜୟୀ ଭୁବନେଶ୍ୱର, ୦୪ ଫେବୃଆରୀ (ଓଡ଼ିଆ ପୁଅ)– କମ ଇନ୍ଧନ ବ୍ୟବହାର ନେଇ ସାଧାରଣ ଜନତାଙ୍କ ମଧ୍ୟରେ ସଚେତଚନା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସକ୍ଷମ ସାଇକ୍ଲୋଥନ୍ ବ୍ୟାନରରେ ଏକ ସାଇକ୍ଲୋଥନର ଆୟୋଜନ କରାଯାଇଥିଲା। ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରତିଯୋଗିତାରେ ୧୦ ହଜାରରୁ ଉର୍ଧ ପ୍ରତିଯୋଗୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ତୈଳ ମନ୍ତ୍ରଣାଳୟ, ତୈଳ ଉଦ୍ୟୋଗର ବରିଷ୍ଠ ଅଧିକାରୀ ମାନଙ୍କ ବ୍ୟତୀତ ବିଭିନ୍ନ କ୍ରୀଡା ବ୍ୟକ୍ତିତ୍ୱ ଯେପରି ପ୍ରଥମ…

"ଭୁବନେଶ୍ୱର ସକ୍ଷମ ସାଇକ୍ଲୋଥନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ଫେବୃୟାରୀ ୯ ରୁ ଆରମ୍ଭ ହେବ ତୃତୀୟ ଗୋଲଡେନ୍ ଟ୍ରାଙ୍ଗେଲ୍ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବ

ଭୁବନେଶ୍ୱର ୪-୨ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଗୋଲଡେନ୍ ଟ୍ରାଙ୍ଗେଲ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବ। ଚାରି ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ୧୨ ତାରିଖରେ ସରିବ। ଭୁବନେଶ୍ୱର ଜୟଦେବ ଭବନ ଠାରେ ଏହି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଗୋଲ୍ ଡେନ୍ ଟ୍ରାଙ୍ଗେଲ୍ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବର ସଭାପତି ତଥା ସାମ୍ବାଦିକ ଶ୍ରୀଯୁକ୍ତ ପ୍ରିୟରଂଜନ ସାହୁ ଆଜି ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଦେଶ/ବିଦେଶରୁ ଅନେକ ଚଳଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ପ୍ରମୁଖ ଏଥିରେ ଅଂଶ୍ର ଗ୍ରହଣ କରିବେ। ରୁଷିଆ, କିର୍ ଗିଜ୍ ସ୍ଥାନ, ୟୁକ୍ରେନ, ଆରମେନିଆ, ଇରାନ୍,…

"ଫେବୃୟାରୀ ୯ ରୁ ଆରମ୍ଭ ହେବ ତୃତୀୟ ଗୋଲଡେନ୍ ଟ୍ରାଙ୍ଗେଲ୍ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବ"

ଭୁବନେଶ୍ୱର ଏମ୍ସରେ ଲୋକାର୍ପିତ ହେଲା କ୍ୟାନସର ଓ ନ୍ୟୁକ୍ଲିୟର ମେଡିସିନର ତିନି କେନ୍ଦ୍ର

– ଓଡିଶା ଓ ପୂର୍ବ ଭାରତର ରୋଗୀ ମାନଙ୍କର ସେବାରେ କ୍ୟାନସର ଓ ନ୍ୟୁକ୍ଲିୟର ମେଡିସିନ କେନ୍ଦ୍ର ଗୁଡିକ ଗୁରୁତ୍ୱପୂର୍ଣ ଭୂମିକା ନେବ – ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ୦୨ ଫେବୃଆରୀ (ଓଡ଼ିଆ ପୁଅ)- ଭୁବନେଶ୍ୱର ଏମ୍ସ ଠାରେ ତିନୋଟି ବିଶେଷ ରୋଗୀ ସେବା ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଡଭାନ୍ସଡ କ୍ୟାନସର ଥେରାପିର ଦୁଇଟି କେନ୍ଦ୍ର ଓ ନ୍ୟୁକ୍ଲିୟର ମେଡିସିନର ଗୋଟିଏ କେନ୍ଦ୍ରକୁ ଶ୍ରୀ ପ୍ରଧାନ ଲୋକାର୍ପିତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କର କମଳରେ ଶୁଭ ଦିଆ ଯାଇଥିବା ଭୁବନେଶ୍ୱର ଏମ୍ସ ରୋଗୀ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଭୂମିକା ନେବା…

"ଭୁବନେଶ୍ୱର ଏମ୍ସରେ ଲୋକାର୍ପିତ ହେଲା କ୍ୟାନସର ଓ ନ୍ୟୁକ୍ଲିୟର ମେଡିସିନର ତିନି କେନ୍ଦ୍ର"

ବାଘୁଣୀ ଅଙ୍କିତା ଜନ୍ମ ଦେଇଥିବା ବାଘ ଶାବକର ପ୍ରଥମ ଫଟୋ

ଭୁବନେଶ୍ୱର ୩୧-୧ (ଓଡ଼ିଆ ପୁଅ) ବାଘୁଣୀ ଅଙ୍କିତାରଠାରୁ ଜନ୍ମ ନେଇଥିବା ଦୁଇଟି ଶାବକଙ୍କ ମଧ୍ୟରୁ ଗୋଟିଏ ଛୁଆର ପ୍ରଥମ ଫଟୋ ଜାରି କରିଛନ୍ତି ନନ୍ଦନ କାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ସୂଚନାଯୋଗ୍ୟଯେ, ଗତ ଜାନୁଆରୀ ୧୩ ତାରିଖରେ ବାଘୁଣୀ ଅଙ୍କିତା ଜନ୍ମ ଦେଇଥିଲା ଦୁଇଟି ଶାବକ। କିନ୍ତୁ ଜନ୍ମ ନେବାର ପରଦିନ ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା। ଶାବକଟି ମାଈ ବାଘ ଛୁଆ ବୋଲି ଜଣାପଡ଼ିଛି। ଦୁଇମାସ ପୂରିଲେ ବିଭିନ୍ନ ପ୍ରକାର ରୋଗ ଟୀକା ଦିଆଯିବ ବୋଲି ନନ୍ଦନକାନକ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାଘ ଛୁଆର ସମସ୍ତ ପ୍ରକାର ଯତ୍ନ ନେଉଛନ୍ତି ନନ୍ଦନକାନନର କର୍ମଚାରୀମାନେ। ସୂଚନାନୁଯାୟୀ ବାଘଛୁଆଟି ବର୍ତ୍ତମାନ ସୁସ୍ଥ ଅଛି।

"ବାଘୁଣୀ ଅଙ୍କିତା ଜନ୍ମ ଦେଇଥିବା ବାଘ ଶାବକର ପ୍ରଥମ ଫଟୋ"

ଚକ୍ରବୃଦ୍ଧି ଫି ବୃଦ୍ଧି ପ୍ରତିବାଦରେ ଡ଼ି.ଏ.ଭି.-୮ନଂ ସ୍କୁଲ୍ ପ୍ୟାରେଣ୍ଟ ଆସୋସିଏସନର ବୈଠକ

ଭୁବନେଶ୍ୱର, ୨୯.୧ (ଓଡ଼ିଆ ପୁଅ) : ପ୍ରତିବର୍ଷ ଚକ୍ରବୃଦ୍ଧି ହାରରେ ସ୍କୁଲ୍ ଫି ବୃଦ୍ଧି ପ୍ରତିବାଦରେ ଆଜି ସ୍ଥାନୀୟ କମୁନିଟି ସେଣ୍ଟର ନିକଟରେ ଡ଼ି.ଏ.ଭି.-୮ନଂ ସ୍କୁଲ୍ ର ପ୍ୟାରେଣ୍ଟ ଆସୋସିଏସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲ୍ ର ମନୋମୁଖୀ କାର୍ଯ୍ୟକଳାପ ସହ ପିଲାମାନେ କିପରି ଅସୁରକ୍ଷିତ ଏବଂ ଉତ୍ପୀଡ଼ନ ପରିସ୍ଥିତିରେ ଗତି କରିବାକୁ ପଡ଼ୁଛି ଆଲୋଚନା କରାଯାଇଥିଲା। ଏଥିସତ୍ତ୍ୱେ ବର୍ଷକୁ ବର୍ଷ ଚକ୍ରବୃଦ୍ଧି ହାରରେ ଫି ବଢାଇବା କାର୍ଯ୍ୟରୁ ନିବୃତ୍ତ ରହୁନାହାଁନ୍ତି ଏହି ଡ଼ିଏଭି ସ୍କୁଲ୍ କର୍ତ୍ତୃପକ୍ଷ। ଏହାକୁ ନୀତିଗତ ପ୍ରକ୍ରିୟାରେ ରୂପ ଦେବା ପାଇଁ କିଛି ନୀରହି ଅଭିଭାବକମାନଙ୍କୁ, ସ୍କୁଲ୍ କର୍ତ୍ତୃପକ୍ଷ ଲଟେରୀ ମାଧ୍ୟମରେ ଚୟନ କରାଇ ବାଧ୍ୟ କରାଉଛନ୍ତି ବୋଲି…

"ଚକ୍ରବୃଦ୍ଧି ଫି ବୃଦ୍ଧି ପ୍ରତିବାଦରେ ଡ଼ି.ଏ.ଭି.-୮ନଂ ସ୍କୁଲ୍ ପ୍ୟାରେଣ୍ଟ ଆସୋସିଏସନର ବୈଠକ"

ସାହିତ୍ୟିକ ଓ ଗବେଷକ ଡଃ ଚିନ୍ତାମଣି ବଳିୟାରସିଂହଙ୍କ ସ୍ମୃତିସଭା

ଭୁବନେଶ୍ୱର, ତା ୨୮ା୧ (ଓଡ଼ିଆ ପୁଅ): ବିଶିଷ୍ଟ କବି, ସାହିତ୍ୟିକ, ଗବେଷକ, ସାମାଜିକ, ଆଧ୍ୟାମିକ ସଂଗଠକ, ଅବସରପ୍ରାପ୍ତ ଅନୁଶାସନ ସଚିବ ଡଃ ଚିନ୍ତାମଣି ବଳିୟାରସିଂହଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଭୁବନେଶ୍ୱର ବରଗଡ଼ ବାସଭବନରେ ଗତକାଲି ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଭୁବନେଶ୍ୱର ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣି, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ନେତ୍ରାନନ୍ଦ ସାମନ୍ତରାୟ, ଡଃ ରମାକାନ୍ତ ରାଉତ, ଡଃ ସୁରେନ୍ଦ୍ର କୁମାର ମହାରଣା, ପ୍ରଫେସର ସୁରେନ୍ଦ୍ର ନାଥ ଦାସ, ବୀର କିଶୋର ପ୍ରଧାନ, ବ୍ରଜବନ୍ଧୁ ପରିଡ଼ା, ନାରାୟଣ ସୁବୁଦ୍ଧି, ସଂଜୟ ପାତ୍ର, ଲକ୍ଷ୍ମୀଧର ବେହେରା, ଦିଲ୍ଲୀପ ହାଲି, ଯତୀନ୍ଦ୍ର…

"ସାହିତ୍ୟିକ ଓ ଗବେଷକ ଡଃ ଚିନ୍ତାମଣି ବଳିୟାରସିଂହଙ୍କ ସ୍ମୃତିସଭା"

ବ୍ରହ୍ମାକୁମାରୀଜ୍ ର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସର ୪୨ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, ତା ୨୬ା୧ା୨୦୧୮ରିଖ (ଓଡ଼ିଆ ପୁଅ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓମ୍ ନିବାସ, ୟୁନିଟ୍ -୯, ଭୁବନେଶ୍ୱର ଆନୁକୂଲ୍ୟରେ ମୁଖ୍ୟ ସେବାକେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ପାଳିତ ବହୁ ଧୁମ୍ ଧାମରେ ପାଳନ କରାଯାଇଛି। ଦ୍ୱୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ସକାଳ ୭ଟାରେ ପ୍ରଥମେ ଜାତୀୟ ପତାକା ଓ ଶିବ ବାବାଙ୍କ ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀଯୁକ୍ତ ଅଜୟ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପିପିଲି ମହାବିଦ୍ୟାଳୟର ଅଧ୍ୟାପିକା ଡଃ ପ୍ରତିଭା ମହାରଥି, ସମ୍ମାନୀୟ ଅତିଥି ରୂପେ ବରିଷ୍ଠ ଆଇନ୍ ଜୀବୀ କୈଳାସ ଚନ୍ଦ୍ର କାନୁନ୍ ଗୋ, ପ୍ରକାଶ…

"ବ୍ରହ୍ମାକୁମାରୀଜ୍ ର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସର ୪୨ତମ ବାର୍ଷିକ ଉତ୍ସବ ପାଳିତ"

ଇତିହାସ କଂଗ୍ରେସର ୩୯ତମ ଅଧିବେଶନ ଉଦ୍ୟାପିତ

ଭବନୀପାଟଣା, ୨୮/୧(ଓଡିଆପୁଅ/ମାନସ ରାଉତ) ଓଡିଶା ଇତିହାସ କଂଗ୍ରେସର ୩୯ତମ ଜାତୀୟ ଅଧିବେଶନ ଭବାନୀପାଟଣା କଳାହାଣ୍ଡିସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଶ୍ରୀଯୁକ୍ତ ପ୍ରଫେସର ଅମୀୟ କୁମାର ମହାନ୍ତି, ମୁଖ୍ୟ ବକ୍ତାଭାବେ ଶ୍ରୀଯୁକ୍ତ ପ୍ରଫେସର ଶିଳା ତ୍ରିପାଠୀ ଯୋଗ ଦାନ କରିଥିଲେ। ଏହି ସଭାର ପରିଚାଳନା କରିଥିଲେ ଓଡିଶା ଇତିହାସ କଂଗ୍ରେସର ସମ୍ପାଦକ ଡକ୍ଟର ବସନ୍ତ କୁମାର ମଲ୍ଲିକ ଓ ସ୍ଥାନୀୟ ସମ୍ପାଦକ ଡକ୍ଟର ବାବା ମିଶ୍ର। ଭବାନୀପାଟଣା ସଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଯଦୁନାଥ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାରେ ଓଡିଶା ଇତିହାସ କଂଗ୍ରେସର ସଭାପତି ଡକ୍ଟର ହେମନ୍ତ…

"ଇତିହାସ କଂଗ୍ରେସର ୩୯ତମ ଅଧିବେଶନ ଉଦ୍ୟାପିତ"

ଗଳ୍ପ ସଂକଳନ ପରାସ୍ତ ପର୍ଶୁରାମ ଲୋକାର୍ପିତ

ଭୁବନେଶ୍ୱର, ତା ୨୬ା୧ (ଓଡ଼ିଆ ପୁଅ): ଗାଳ୍ପିକ ମଦନ ମୋହନ ମହାକୁଡଙ୍କ ଗଳ୍ପ ସଂକଳନ ‘ପରାସ୍ତ ପର୍ଶୁରାମ’ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର, ୟୁନିଟ୍-୨ସ୍ଥିତ ତାରିଣୀ ମନ୍ଦିର ପରିସରରେ ଲୋକାର୍ପିତ ହୋଇଯାଇଛି। ପଦ୍ମଲୋଚନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସାରସ୍ୱତ ସଭାରେ ସିନେସମୀକ୍ଷକ ଦିଲ୍ଲୀପ ହାଲି ଅଧ୍ୟକ୍ଷତା କରିଥିବାବେଳେ ଲେଖକ ଶ୍ରୀ ମହାକୁଡ଼ ପୁସ୍ତକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ସୁଧାକର ପଣ୍ଡା, ଅକ୍ଷୟ ବେହେରା, ନିରଞ୍ଜନ ସାହୁ, ପର୍ଶୁରାମ ବିଶ୍ୱାଳ, ଗୁରୁପ୍ରସାଦ ମହାନ୍ତି, ଡମ୍ବରୁଧର ଘଣା, ଶୁଭେନ୍ଦୁ କାନୁନ୍ଗୋ, ଶୁଭେନ୍ଦ୍ର ନାୟକ, ବ୍ରତତୀ ହରିଚନ୍ଦନ, ଯୁଧିଷ୍ଠିର ନାୟକ, ବ୍ରଜବନ୍ଧୁ ପତି, ଯଜେ୍ଞଶ୍ୱର…

"ଗଳ୍ପ ସଂକଳନ ପରାସ୍ତ ପର୍ଶୁରାମ ଲୋକାର୍ପିତ"