ବାଘୁଣୀ ଅଙ୍କିତା ଜନ୍ମ ଦେଇଥିବା ବାଘ ଶାବକର ପ୍ରଥମ ଫଟୋ

ଭୁବନେଶ୍ୱର ୩୧-୧ (ଓଡ଼ିଆ ପୁଅ) ବାଘୁଣୀ ଅଙ୍କିତାରଠାରୁ ଜନ୍ମ ନେଇଥିବା ଦୁଇଟି ଶାବକଙ୍କ ମଧ୍ୟରୁ ଗୋଟିଏ ଛୁଆର ପ୍ରଥମ ଫଟୋ ଜାରି କରିଛନ୍ତି ନନ୍ଦନ କାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ସୂଚନାଯୋଗ୍ୟଯେ, ଗତ ଜାନୁଆରୀ ୧୩ ତାରିଖରେ ବାଘୁଣୀ ଅଙ୍କିତା ଜନ୍ମ ଦେଇଥିଲା ଦୁଇଟି ଶାବକ। କିନ୍ତୁ ଜନ୍ମ ନେବାର ପରଦିନ ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା। ଶାବକଟି ମାଈ ବାଘ ଛୁଆ ବୋଲି ଜଣାପଡ଼ିଛି। ଦୁଇମାସ ପୂରିଲେ ବିଭିନ୍ନ ପ୍ରକାର ରୋଗ ଟୀକା ଦିଆଯିବ ବୋଲି ନନ୍ଦନକାନକ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାଘ ଛୁଆର ସମସ୍ତ ପ୍ରକାର ଯତ୍ନ ନେଉଛନ୍ତି ନନ୍ଦନକାନନର କର୍ମଚାରୀମାନେ। ସୂଚନାନୁଯାୟୀ ବାଘଛୁଆଟି ବର୍ତ୍ତମାନ ସୁସ୍ଥ ଅଛି।

"ବାଘୁଣୀ ଅଙ୍କିତା ଜନ୍ମ ଦେଇଥିବା ବାଘ ଶାବକର ପ୍ରଥମ ଫଟୋ"

ଚକ୍ରବୃଦ୍ଧି ଫି ବୃଦ୍ଧି ପ୍ରତିବାଦରେ ଡ଼ି.ଏ.ଭି.-୮ନଂ ସ୍କୁଲ୍ ପ୍ୟାରେଣ୍ଟ ଆସୋସିଏସନର ବୈଠକ

ଭୁବନେଶ୍ୱର, ୨୯.୧ (ଓଡ଼ିଆ ପୁଅ) : ପ୍ରତିବର୍ଷ ଚକ୍ରବୃଦ୍ଧି ହାରରେ ସ୍କୁଲ୍ ଫି ବୃଦ୍ଧି ପ୍ରତିବାଦରେ ଆଜି ସ୍ଥାନୀୟ କମୁନିଟି ସେଣ୍ଟର ନିକଟରେ ଡ଼ି.ଏ.ଭି.-୮ନଂ ସ୍କୁଲ୍ ର ପ୍ୟାରେଣ୍ଟ ଆସୋସିଏସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲ୍ ର ମନୋମୁଖୀ କାର୍ଯ୍ୟକଳାପ ସହ ପିଲାମାନେ କିପରି ଅସୁରକ୍ଷିତ ଏବଂ ଉତ୍ପୀଡ଼ନ ପରିସ୍ଥିତିରେ ଗତି କରିବାକୁ ପଡ଼ୁଛି ଆଲୋଚନା କରାଯାଇଥିଲା। ଏଥିସତ୍ତ୍ୱେ ବର୍ଷକୁ ବର୍ଷ ଚକ୍ରବୃଦ୍ଧି ହାରରେ ଫି ବଢାଇବା କାର୍ଯ୍ୟରୁ ନିବୃତ୍ତ ରହୁନାହାଁନ୍ତି ଏହି ଡ଼ିଏଭି ସ୍କୁଲ୍ କର୍ତ୍ତୃପକ୍ଷ। ଏହାକୁ ନୀତିଗତ ପ୍ରକ୍ରିୟାରେ ରୂପ ଦେବା ପାଇଁ କିଛି ନୀରହି ଅଭିଭାବକମାନଙ୍କୁ, ସ୍କୁଲ୍ କର୍ତ୍ତୃପକ୍ଷ ଲଟେରୀ ମାଧ୍ୟମରେ ଚୟନ କରାଇ ବାଧ୍ୟ କରାଉଛନ୍ତି ବୋଲି…

"ଚକ୍ରବୃଦ୍ଧି ଫି ବୃଦ୍ଧି ପ୍ରତିବାଦରେ ଡ଼ି.ଏ.ଭି.-୮ନଂ ସ୍କୁଲ୍ ପ୍ୟାରେଣ୍ଟ ଆସୋସିଏସନର ବୈଠକ"

ସାହିତ୍ୟିକ ଓ ଗବେଷକ ଡଃ ଚିନ୍ତାମଣି ବଳିୟାରସିଂହଙ୍କ ସ୍ମୃତିସଭା

ଭୁବନେଶ୍ୱର, ତା ୨୮ା୧ (ଓଡ଼ିଆ ପୁଅ): ବିଶିଷ୍ଟ କବି, ସାହିତ୍ୟିକ, ଗବେଷକ, ସାମାଜିକ, ଆଧ୍ୟାମିକ ସଂଗଠକ, ଅବସରପ୍ରାପ୍ତ ଅନୁଶାସନ ସଚିବ ଡଃ ଚିନ୍ତାମଣି ବଳିୟାରସିଂହଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଭୁବନେଶ୍ୱର ବରଗଡ଼ ବାସଭବନରେ ଗତକାଲି ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଭୁବନେଶ୍ୱର ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣି, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ନେତ୍ରାନନ୍ଦ ସାମନ୍ତରାୟ, ଡଃ ରମାକାନ୍ତ ରାଉତ, ଡଃ ସୁରେନ୍ଦ୍ର କୁମାର ମହାରଣା, ପ୍ରଫେସର ସୁରେନ୍ଦ୍ର ନାଥ ଦାସ, ବୀର କିଶୋର ପ୍ରଧାନ, ବ୍ରଜବନ୍ଧୁ ପରିଡ଼ା, ନାରାୟଣ ସୁବୁଦ୍ଧି, ସଂଜୟ ପାତ୍ର, ଲକ୍ଷ୍ମୀଧର ବେହେରା, ଦିଲ୍ଲୀପ ହାଲି, ଯତୀନ୍ଦ୍ର…

"ସାହିତ୍ୟିକ ଓ ଗବେଷକ ଡଃ ଚିନ୍ତାମଣି ବଳିୟାରସିଂହଙ୍କ ସ୍ମୃତିସଭା"

ବ୍ରହ୍ମାକୁମାରୀଜ୍ ର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସର ୪୨ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, ତା ୨୬ା୧ା୨୦୧୮ରିଖ (ଓଡ଼ିଆ ପୁଅ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓମ୍ ନିବାସ, ୟୁନିଟ୍ -୯, ଭୁବନେଶ୍ୱର ଆନୁକୂଲ୍ୟରେ ମୁଖ୍ୟ ସେବାକେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ପାଳିତ ବହୁ ଧୁମ୍ ଧାମରେ ପାଳନ କରାଯାଇଛି। ଦ୍ୱୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ସକାଳ ୭ଟାରେ ପ୍ରଥମେ ଜାତୀୟ ପତାକା ଓ ଶିବ ବାବାଙ୍କ ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀଯୁକ୍ତ ଅଜୟ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପିପିଲି ମହାବିଦ୍ୟାଳୟର ଅଧ୍ୟାପିକା ଡଃ ପ୍ରତିଭା ମହାରଥି, ସମ୍ମାନୀୟ ଅତିଥି ରୂପେ ବରିଷ୍ଠ ଆଇନ୍ ଜୀବୀ କୈଳାସ ଚନ୍ଦ୍ର କାନୁନ୍ ଗୋ, ପ୍ରକାଶ…

"ବ୍ରହ୍ମାକୁମାରୀଜ୍ ର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସର ୪୨ତମ ବାର୍ଷିକ ଉତ୍ସବ ପାଳିତ"

ଇତିହାସ କଂଗ୍ରେସର ୩୯ତମ ଅଧିବେଶନ ଉଦ୍ୟାପିତ

ଭବନୀପାଟଣା, ୨୮/୧(ଓଡିଆପୁଅ/ମାନସ ରାଉତ) ଓଡିଶା ଇତିହାସ କଂଗ୍ରେସର ୩୯ତମ ଜାତୀୟ ଅଧିବେଶନ ଭବାନୀପାଟଣା କଳାହାଣ୍ଡିସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଶ୍ରୀଯୁକ୍ତ ପ୍ରଫେସର ଅମୀୟ କୁମାର ମହାନ୍ତି, ମୁଖ୍ୟ ବକ୍ତାଭାବେ ଶ୍ରୀଯୁକ୍ତ ପ୍ରଫେସର ଶିଳା ତ୍ରିପାଠୀ ଯୋଗ ଦାନ କରିଥିଲେ। ଏହି ସଭାର ପରିଚାଳନା କରିଥିଲେ ଓଡିଶା ଇତିହାସ କଂଗ୍ରେସର ସମ୍ପାଦକ ଡକ୍ଟର ବସନ୍ତ କୁମାର ମଲ୍ଲିକ ଓ ସ୍ଥାନୀୟ ସମ୍ପାଦକ ଡକ୍ଟର ବାବା ମିଶ୍ର। ଭବାନୀପାଟଣା ସଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଯଦୁନାଥ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାରେ ଓଡିଶା ଇତିହାସ କଂଗ୍ରେସର ସଭାପତି ଡକ୍ଟର ହେମନ୍ତ…

"ଇତିହାସ କଂଗ୍ରେସର ୩୯ତମ ଅଧିବେଶନ ଉଦ୍ୟାପିତ"

ଗଳ୍ପ ସଂକଳନ ପରାସ୍ତ ପର୍ଶୁରାମ ଲୋକାର୍ପିତ

ଭୁବନେଶ୍ୱର, ତା ୨୬ା୧ (ଓଡ଼ିଆ ପୁଅ): ଗାଳ୍ପିକ ମଦନ ମୋହନ ମହାକୁଡଙ୍କ ଗଳ୍ପ ସଂକଳନ ‘ପରାସ୍ତ ପର୍ଶୁରାମ’ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର, ୟୁନିଟ୍-୨ସ୍ଥିତ ତାରିଣୀ ମନ୍ଦିର ପରିସରରେ ଲୋକାର୍ପିତ ହୋଇଯାଇଛି। ପଦ୍ମଲୋଚନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସାରସ୍ୱତ ସଭାରେ ସିନେସମୀକ୍ଷକ ଦିଲ୍ଲୀପ ହାଲି ଅଧ୍ୟକ୍ଷତା କରିଥିବାବେଳେ ଲେଖକ ଶ୍ରୀ ମହାକୁଡ଼ ପୁସ୍ତକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ସୁଧାକର ପଣ୍ଡା, ଅକ୍ଷୟ ବେହେରା, ନିରଞ୍ଜନ ସାହୁ, ପର୍ଶୁରାମ ବିଶ୍ୱାଳ, ଗୁରୁପ୍ରସାଦ ମହାନ୍ତି, ଡମ୍ବରୁଧର ଘଣା, ଶୁଭେନ୍ଦୁ କାନୁନ୍ଗୋ, ଶୁଭେନ୍ଦ୍ର ନାୟକ, ବ୍ରତତୀ ହରିଚନ୍ଦନ, ଯୁଧିଷ୍ଠିର ନାୟକ, ବ୍ରଜବନ୍ଧୁ ପତି, ଯଜେ୍ଞଶ୍ୱର…

"ଗଳ୍ପ ସଂକଳନ ପରାସ୍ତ ପର୍ଶୁରାମ ଲୋକାର୍ପିତ"

କର୍ମଚାରୀ ନେତା ହେମନ୍ତ ଓଝାଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, ତା ୨୮ା୧ (ଓଡ଼ିଆ ପୁଅ) : ବର୍ଷିୟାନ୍ କର୍ମଚାରୀ ନେତା ହେମନ୍ତ ଓଝାଙ୍କ ଏକାଦଶାହ ଅବସରରେ କର୍ମଚାରୀ ଭବନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଶାରଦା ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ସିପିଆଇ ବିଧାୟକ ନାରାୟଣ ରେଡ୍ଡୀ ଉଦ୍ଘାଟନ କରିଥିଲେ। ବିଜେଡ଼ି ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଏ.ଆଇ.ଟି.ୟୁ.ସି. ନେତା ସୌରୀବନ୍ଧୁ କର, ବିଜେଡ଼ି ନେତା ଜ୍ୟୋତି ମହାନ୍ତି, ସିପିଆଇ ସମ୍ପାଦକ ସୁର ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଓଝାଙ୍କ ଜୀବନାବଳୀ ଉପରେ ଆଲୋପାତ କରିଥିଲେ। ଅନ୍ୟ କର୍ମଚାରୀ ନେତାମାନଙ୍କ ମଧ୍ୟରେ ବଳରାମ ପ୍ରସାଦ ବସୁମଲ୍ଲିକ, ଶିକ୍ଷକ ନେତା ଦୁର୍ଯେ୍ୟାଧନ…

"କର୍ମଚାରୀ ନେତା ହେମନ୍ତ ଓଝାଙ୍କ ଶ୍ରଦ୍ଧାଞ୍ଜଳି ସଭା"

ସମାଜବାଦୀ ପାର୍ଟି ପକ୍ଷରୁ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, ତା ୨୭ା୧ (ଓଡ଼ିଆ ପୁଅ):ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ୬୯ତମ ସାଧାରଣତନ୍ତ୍ର ଦିବସ ଗତକାଲି ପାର୍ଟି ରାଜ୍ୟ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀ ରବି ବେହେରା ଏହି ସମାରୋହରେ ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଚିତ୍ତରଂଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପତାକା ଉତ୍ତୋଳନ କରି ସଭାପତି ଶ୍ରୀ ବେହେରା କହିଥିଲେ ଯେ, ଆଜିର ସାଧାରଣତନ୍ତ୍ର ଦିବସର ବଡ଼ ଆହ୍ୱାନ ହେଉଛି ଦେଶର ବେକାରୀ, ଦରଦାମ୍ ବୃଦ୍ଧି ବନ୍ଦ କରିବା, ଯୁବକମାନଙ୍କ ହାତକୁ କାମ ଦେବା ଏବଂ ଦେଶରୁ ଦାରିଦ୍ର୍ୟ ଦୂରୀକରଣ କରି ଚାଷୀ ସମସ୍ୟାର ସମାଧାନ କରିବା। ଏହାବ୍ୟତୀତ…

"ସମାଜବାଦୀ ପାର୍ଟି ପକ୍ଷରୁ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ"

ଦିବ୍ୟ ସନ୍ଦେଶ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୧ା୧ (ଓଡ଼ିଆ ପୁଅ) : ରଜନୀଶଙ୍କ ଆଧ୍ୟାତ୍ମିକ ସାହିତ୍ୟ ଦର୍ଶନ ମାନବ ସମାଜର କୃତୀ ସାଧନ ପାଇଁ ଉଦ୍ଦିଷ୍ଟ। ଦିବ୍ୟ ସନ୍ଦେଶ ପୁସ୍ତକକୁ ଉନ୍ମୋଚନ କରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହା କହିଛନ୍ତି। ଗୁରୁବାର ପୂର୍ବାହ୍ଣରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନରେ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀ ମିଶ୍ର କହିଥିଲେ ଯେ, ପଞ୍ଚଦଶ ଶତାବ୍ଦୀରୁ ଓଡ଼ିଶାରେ ଧର୍ମ, ସାହିତ୍ୟ, ଆଧ୍ୟାତ୍ମିକ ସାହିତ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଜୀବନର ତତ୍ତ୍ୱକୁ ଅଧ୍ୟୟନ କରିପାରିଲେ ଏବଂ ଆତ୍ମାକୁ ନିବିଡ଼ ଭାବେ ଭଲ ପାଇଲେ ଏହା ସମ୍ଭବ ଓ ସାକାର…

"ଦିବ୍ୟ ସନ୍ଦେଶ ପୁସ୍ତକ ଉନ୍ମୋଚିତ"

ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ

ଭୁବନେଶ୍ୱର ୧୧-୧ (ଓଡ଼ିଆ ପୁଅ) ଅପ୍ରେଲ ୨୦୧୯ ସୁଦ୍ଧା ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଭାବରେ ବିକଶିତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ନଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବସ୍ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍ ଚଳାଚଳ କରିବା ସହିତ ସେଠାରେ ସିଟି ବସଷ୍ଟାଣ୍ଡ ମଧ୍ୟ କରାଯିବ। ଏହି ନୂତନ ବସ୍ ଟର୍ମିନାଲରେ ଫୁଡ଼୍ କୋଟ୍ ଠାରୁ ଆରମ୍ଭ କରି ୱାଇ ଫାଇ, ପାର୍କିଂ, ସୌର ଶକ୍ତି, ଏଲିଭେଟର ଓ ଏସ୍‌କାଲେଟର୍ ଆଦି ସମସ୍ତ…

"ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ"