ରାଜଧାନୀରେ ସ୍ପା-ସେଣ୍ଟରରେ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ

ଭୁବନେଶ୍ୱର ୨୦ ମଇ (ଓଡ଼ିଆ ପୁଅ) ପୁଣି ରାଜଧାନୀ ଭୁବନେଶ୍ୱରରେ ଏକ ହାଇ ପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି ପୋଲିସ୍। ଭୁବନେଶ୍ୱରର ବାପୁଜୀ ନଗରରେ ଏହି ସେକ୍ସ ରାକେଟ ଏକ ସ୍ପା ସେଣ୍ଚରରେ ଚାଲୁଥିବା କଥା ଜଣା ପଡ଼ିଛି। ପୋଲିସ୍ H20 ନାମକ ସ୍ପା ସେଣ୍ଟର ଉପରେ ରେଡ୍ କରି ୮ ଜଣ ଥାଇ ମହିଳାଙ୍କୁ ଉଦ୍ଧାର କରିବା ସହିତ ଅନ୍ୟ ୭ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି।

"ରାଜଧାନୀରେ ସ୍ପା-ସେଣ୍ଟରରେ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ"

ଆଇସିସିଆର ଓଡିଶା ଆଂଚଳିକ କାର୍ଯ୍ୟାଳୟକୁ କଲିକତା ସ୍ଥାନାନ୍ତରଣ ପ୍ରସଙ୍ଗ ସ୍ଥାନାନ୍ତରଣ ହେବନାହିଁ

ଧର୍ମେନ୍ଦ୍ରଙ୍କ ପତ୍ରର ଉତର ଦେଇ ସ୍ପଷ୍ଟ କଲେ ଆଇସିସିଆର ଅଧ୍ୟକ୍ଷ ଓଡିଶା ଐତିହ ସମ୍ପନ୍ନ ରାଜ୍ୟ ହୋଇଥିବାରୁ ଆଇସିସିଆର ଅଫିସ ରହିବା ଜୁରରୀ : ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର/ନୂଆଦିଲ୍ଲୀ, ୨୦ ମଇ (ଓଡ଼ିଆ ପୁଅ) –ଇଣ୍ଡିଆନ କାଉନସିଲ ଫର କଲଚରାଲସ ରିଲେସନସ (ଆଇସିସିଆର)ର ଓଡିଶା ସ୍ଥିତ ଆଂଚଳିକ କାର୍ଯ୍ୟାଳୟକୁ ବନ୍ଦ କରାଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତର ଦେଇ ସ୍ପଷ୍ଟ କରିଛନ୍ତି ଆଇସିସିଆର ଅଧ୍ୟକ୍ଷ ତଥା ସାଂସଦ ବିନୟ ସହସ୍ର ବୁଦ୍ଦେ। ଆଇସିସିଆରକୁ ବନ୍ଦ କରିବାକୁ ବିରୋଧ କରି ଭୁବନେଶ୍ୱରରେ କାଯ୍ୟରତ ସଂସ୍ଥାର କର୍ମଚାରୀ ମାନଙ୍କ ଦାବିପତ୍ରକୁ ଆଇସିସିଆର ଅଧ୍ୟକ୍ଷଙ୍କୁ ପ୍ରେରଣ କରିବା ସହିତ ନିଆଯାଇଥିବା ନିଷ୍ପତିର ପୁନବିଚାର କରିବା ପାଇଁ…

"ଆଇସିସିଆର ଓଡିଶା ଆଂଚଳିକ କାର୍ଯ୍ୟାଳୟକୁ କଲିକତା ସ୍ଥାନାନ୍ତରଣ ପ୍ରସଙ୍ଗ ସ୍ଥାନାନ୍ତରଣ ହେବନାହିଁ"

ଲୋକନାଥ ଚୌଧୁରୀ ସ୍ମୃତି ସମାରୋହ

ଭୁବନେଶ୍ୱର ୧୪/୫– (ଓଡ଼ିଆ ପୁଅ) ଓଡ଼ିଶାର ବିଶିଷ୍ଟ ଜନନେତା, ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ, ବିଧାନସଭାରେ ପାର୍ଟିର ପୂର୍ବତନ ଦଳପତି ତଥା ଲୋକସଭାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଉପନେତା ବିପ୍ଳବୀ ଲୋକନାଥ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଶନିବାରଦିନ ସନ୍ଧ୍ୟାରେ ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସିପିଆଇର ବରିଷ୍ଠ ନେତା ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସିପିଏମ୍ ନେତା ଜନାର୍ଦ୍ଦନ ପତି, ସିପିଆଇ (ଏମ.ଏଲ.) ଲିବରେସନର ଯୁଧିଷ୍ଠିର ମହାପାତ୍ର ଏବଂ ସିପିଆଇର ରାମକୃଷ୍ଣ ପଣ୍ଡା, ସୌରୀବଂଧୁ କର ଓ ନାରାୟଣ ରେଡି ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ସମସ୍ତ ବାମପନ୍ଥୀ ଓ ଗଣତାନ୍ତ୍ରିକ ଧର୍ମ…

"ଲୋକନାଥ ଚୌଧୁରୀ ସ୍ମୃତି ସମାରୋହ"

ଥାନାରେ ୨ଭଉଣୀଙ୍କୁ ମାଡ଼:ବଦଳିଲେ ଆଇଆଇସି ବଦଳି ନୁହଁ ନିଲମ୍ବନ ଆବଶ୍ୟକ-ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ଦେବଦତ୍ତ ରଥ):ଥାନା ଭିତରେ ଦୁଇ ଭଉଣୀଙ୍କୁ ମାଡ଼ ମାରିବା ଘଟଣାରେ ନୟାପଲ୍ଲୀ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କୁ ରିଜର୍ଭ ପୁଲିସକୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ଉମାକାନ୍ତ ପ୍ରଧାନଙ୍କୁ ନୟାପଲ୍ଲୀ ଥାନା ଆଇଆଇସି ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। କ୍ୟାପିଟାଲ ଥାନା ଅତିରିକ୍ତ ଆଇଆାଇସି ଥିଲେ ଅଭିଯୁକ୍ତ ଉମାକାନ୍ତ।ଜମି ଜମା ସମ୍ବଦ୍ଧିୟ ଗଣ୍ଡଗୋଳକୁ ନେଇ ଥାନା ଭିତରେ ଦୁଇ ଭଉଣୀଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଥିଲା।ଏବଂ ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ତେବେ ପୁଲିସ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଓଲଟା ସେମାନେ ପୁଲିସକୁ ଟେକା ପଥର ମାରିବା, କୁକୁର ଲଗେଇ ଦେବା ଭଳି ଅଭିଯୋଗ ଆଣିଥିଲା।୫…

"ଥାନାରେ ୨ଭଉଣୀଙ୍କୁ ମାଡ଼:ବଦଳିଲେ ଆଇଆଇସି ବଦଳି ନୁହଁ ନିଲମ୍ବନ ଆବଶ୍ୟକ-ମହିଳା ମୋର୍ଚ୍ଚା"

ସତ ନାଁ ନାଟକ ? ପୁଲିସ ବାଡ଼େଇଥିଲା ନାଁ ମାଡ଼ ଖାଇଥିଲା?

ଭୁବନେଶ୍ୱର ୧୨ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଭୁବନେଶ୍ୱର ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି।ଫଟୋ ସହ ଭିଡିଓରେ ଦୁଇ ଯୁବତୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଚିନ୍ହ ଦେଖା ଯାଉଛି।କିନ୍ତୁ ପୁଲିସ୍ ସୂତ୍ରରୁ ଏନେଇ ଭିର୍ଣ୍ଣ କଥା ଜଣା ପଡ଼ୁଛି।ଏକ ଜାଗା ବାଡ଼ି ଗଣ୍ଡଗୋଳ ସମ୍ୱନ୍ଧୟ ଅଭିଯୋଗରେ ପୁଲିସ ଘଟଣା ସ୍ଥଳକୁ ଯାଇଥିବା ବେଳେ ଓଲଟା ଅଭିଯୁକ୍ତ ମାନେ ପୁଲିସକୁ ଆକ୍ରମଣ କରିଥିବା ଅଭିଯୋଗ ହେଇଛି।ପୁଲିସ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ସବ୍‌ଇନ୍ସପେକ୍ଟର ମିନତୀ କୁମାରୀ ନାୟକ, ଏସ୍‌ଆଇ ସସ୍ମିତା ଧଳ, ଏସ୍‌ଆଇ ବିନୟ କେର୍କେଟା ଓ ଏସ୍‌ଆଇ ଉଦାଳି ଶଙ୍କର…

"ସତ ନାଁ ନାଟକ ? ପୁଲିସ ବାଡ଼େଇଥିଲା ନାଁ ମାଡ଼ ଖାଇଥିଲା?"

ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର ୧୦ ମଇ (ଓଡ଼ିଆ ପୁଅ) ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକ ବୁଧବାର ବିଳମ୍ବିତ ରାତିରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁରେ ସାମ୍ୱାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଦୈନିକ ସମ୍ବାଦ, ସମାଜ ଏବଂ ସମୟ ପରି ଖବର କାଗଜରେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସେ ନିଜର ଏକ ପାକ୍ଷିକ ନ୍ୟୁଜ୍ ପତ୍ରିକା ‘ଶତାବ୍ଦୀ’ର ସମ୍ପାଦକ ଓ ପ୍ରକାଶକ ଥିଲେ। ପ୍ରାୟ ଏକ ବର୍ଷ ଧରି ଦୈନିକ ଖବର କାଗଜ ‘ସମାଜ’ର ସମ୍ପାଦକ ମଧ୍ୟ ଥିଲେ। ଏହା ପୂର୍ବରୁ ସେ ଅଳ୍ପ ସମୟ ପାଇଁ…

"ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ"

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବି.ଏମ୍.ସି. ଅନ୍ତର୍ଗତ ୪ନମ୍ବର ୱାର୍ଡର ଜଳନିଷ୍କାସନ ଓ ବିବିଧ ସମସ୍ୟା ସମାଧାନ ନିମନ୍ତେ ସମୀକ୍ଷା ବୈଠକ

ଭୁବନେଶ୍ୱର, ୭ା୫ (ଓଡ଼ିଆ ପୁଅ) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪ ନମ୍ବର ୱାର୍ଡର କୁଆଖାଇ ନଦୀ ଓ ପୁରୀ ମୁଖ୍ୟକେନାଲ, ପୁରୀ ମୁଖ୍ୟକେନାଲ ଓ ଜାତୀୟ ରାଜପଥ, ଜାତୀୟ ରାଜପଥ ଓ ପ୍ରାଚୀନଦୀ, ପୁରୁଣା ଜଗନ୍ନାଥ ସଡ଼କ, ଜାତୀୟ ରାଜପଥ, କୁଆଖାଇ ନଦୀ ଓ ପୁରୀ ମୁଖ୍ୟକେନାଲ ମଧ୍ୟବର୍ତ୍ତୀ ଅଞ୍ଚଳର ନୂଆପାଟଣା, ବଙ୍ଗୁଆରୀ, ହରିଦାସପୁର, ସୁନ୍ଦରାପାଟଣା, ନହରକଣ୍ଟା, ରୁଦ୍ରପୁର, ସାହାବାଦ, ନଖରା, ପାହାଳ, ଯୋହଳ, କୁଣ୍ଡିତରାପାଟଣା, ହଂସପାଳ ଓ ଅଣ୍ଡିଲୋ ମୌଜାର ବର୍ଷା ଓ ବନ୍ୟାଜଳ ନିଷ୍କାସନ, ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁଁ ନୟନଜୋରୀ ପୋତିହୋଇ ଜଳନିଷ୍କାସନରେ ସମସ୍ୟା, ପ୍ରାଚୀ ମଧ୍ୟବର୍ତ୍ତୀ ଅଞ୍ଚଳର ଜଳ ନିଷ୍କାସନ ସମସ୍ୟା…

"ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବି.ଏମ୍.ସି. ଅନ୍ତର୍ଗତ ୪ନମ୍ବର ୱାର୍ଡର ଜଳନିଷ୍କାସନ ଓ ବିବିଧ ସମସ୍ୟା ସମାଧାନ ନିମନ୍ତେ ସମୀକ୍ଷା ବୈଠକ"

ନୂଆ ପୀଢୀର ଓଡିଆ ପିଲାଙ୍କ ମେଧାଶକ୍ତି ଓଡିଶାକୁ ଆଗାମୀ ଦିନରେ ଭାରତର ଆଗୁଆ ରାଜ୍ୟ ଭାବେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ

ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ – ଗରୀବ ପିଲା ମାନଙ୍କୁ ରିହାତି ମୂଲ୍ୟରେ ପାଠ ପଢାଉଥିବା ସ୍କୁଲକୁ ସମାଜର ସବୁ ବର୍ଗ ସହଯୋଗ କରିବା ଆବଶ୍ୟକ – ବିଶ୍ୱ ମାନର ଦକ୍ଷତା କେନ୍ଦ୍ର ସ୍ଥାପନ କରି ସମ୍ମାନର ସହ ରୋଜଗାରର ଶିକ୍ଷା ପାଇଁ ଦେଲେ ପ୍ରତିଶ୍ରୁତି – ୨୦୧୮-୧୯ ଶିକ୍ଷା ବର୍ଷରେ ପୂର୍ଣାଙ୍ଗ ହେବ ବିଶ୍ୱ ମାନର ଦକ୍ଷତା ବିକାଶ କେନ୍ଦ୍ର ଭୁବନେଶ୍ୱର, ୦୭ ମଇ (ଓଡ଼ିଆ ପୁଅ) – ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

"ନୂଆ ପୀଢୀର ଓଡିଆ ପିଲାଙ୍କ ମେଧାଶକ୍ତି ଓଡିଶାକୁ ଆଗାମୀ ଦିନରେ ଭାରତର ଆଗୁଆ ରାଜ୍ୟ ଭାବେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ"

ରାଜ୍ୟପାଳଙ୍କୁ ସାକ୍ଷାତ କଲା ମହିଳା ମୋର୍ଚ୍ଚା

ଭୁବନେଶ୍ୱର;୦୭,୦୫,୨୦୧୮(ଦେବଦତ୍ତ ରଥ):ରାଜ୍ୟରେ ବଢିଚାଲିଥିବା ଦୁଷ୍କର୍ମ ଘଟଣା ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋଏର ପିଏମଜି ଛକ ନିକଟରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ବିକ୍ଷୋଭ ସମାବେଶ ଆୟୋଜିତ ହୋଇ ଯାଇଛି।ଏହି ଅବସରରେ ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଉପସଭାପତି ସୁଷମା ବିଶ୍ୱାଳ,ସ୍ମୃତି ପଟ୍ଟନାୟକ,ପିଙ୍କି ପ୍ରଧାନ, ଡଃ:ଲେଖାଶ୍ରୀ ସାମନ୍ତସିଂହାର,ସୁରମା ପାଢ଼ୀ, ସଙ୍ଗୀତା ସିଂଦେଓ,ଡା:ଐଶ୍ୱର୍ଯ୍ୟା ବିଶ୍ୱାଳ,ସଂପାଦିକା ସବିତା ନନ୍ଦ,ସୀମିତିନି ଜେନା ଆଦି ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ରାଜ୍ୟରେ ନାରୀ ମାନଙ୍କର ସୁରକ୍ଷା ପାଇଁ ଏପରି ଆନ୍ଦୋଳନ ଜାରି ରହିବ ଏବଂ ଆବଶ୍ୟକ ପଡ଼ିଲେ ମହିଳା ମୋର୍ଚ୍ଚା ଏନେଇ ରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।

"ରାଜ୍ୟପାଳଙ୍କୁ ସାକ୍ଷାତ କଲା ମହିଳା ମୋର୍ଚ୍ଚା"

“ଚିନ୍ମୟ ବିଚାର ମନ୍ଥନ” ର ଆୟୋଜନ

ଭୁବନେଶ୍ୱର, ତା ୪ା୫ (ଓଡ଼ିଆ ପୁଅ): ଚିନ୍ମୟ ମିଶନର ପ୍ରତିଷ୍ଠାତା ଗୁରୁଦେବ ପରମପୂଜ୍ୟ ସ୍ୱାମୀ ଚିନ୍ମୟାନନ୍ଦଙ୍କର ୧୦୨ତମ ଜୟନ୍ତୀ ପାଳନ ଅବସରରେ ଚିନ୍ମୟ ମିଶନ, ଭୁବନେଶ୍ୱର ତରଫରୁ ରବିନ୍ଦ୍ରମଣ୍ଡପ ଭୁବନେଶ୍ୱରଠାରେ ମଇ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୭ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ୩ଦିବସୀୟ ଆଧ୍ୟାତ୍ମିକ ଆଲୋଚନାଚକ୍ର “ଚିନ୍ମୟ ବିଚାର ମନ୍ଥନ”ର ଆୟୋଜନ କରାଯାଇଛି। ଯାହାର ବିଷୟବସ୍ତୁ ହେଲା – ‘ପ୍ରାଚୀନ ଜ୍ଞାନ ଓ ଆଧୁନିକ ଜୀବନ’। ବାଇବେଲ୍, ଗୀତା, କୋରାନ୍ ରେ ବର୍ଣ୍ଣିତ କର୍ମ, ଭକ୍ତି ଓ ଜ୍ଞାନ ସମ୍ପର୍କରେ ବିଶିଷ୍ଟ ବକ୍ତାଙ୍କର ପ୍ରବଚନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ମଇ ୬ ତାରିଖ ପ୍ରଥମ ସନ୍ଧ୍ୟାରେ ଆଲୋଚ୍ୟ ବିଷୟ ହେଲା,…

"“ଚିନ୍ମୟ ବିଚାର ମନ୍ଥନ” ର ଆୟୋଜନ"