ଗୋପାଳପୁରେ ଭାସିଯାଇଥିବା ନିଖୋଜ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର ୪-୩ (ଓଡ଼ିଆ ପୁଅ/ପିଣ୍ଟୁ ସାହୁ) ଗୋପାଳପୁରରେ ହୋଲି ଦିନ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିବା ୩ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ନିଖୋଜ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ରବିବାରଦିନ ଉଦ୍ଧାର କରାଯାଇଛି। ସେମାନେ ହେଲେ ଡି.ହିତେଶ (୨୧) ଓ ଏ.ଲୋକେଶ (୨୧)। ପ୍ରକାଶ ଯେ, ଶୁକ୍ରବାର ହୋଲି ଅବସରରେ ୩ ଜଣ ଛାତ୍ର ନଦୀରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି.ସିଦ୍ଧାର୍ଥ ପାତ୍ରଙ୍କର ମୃତଦେହ ହୋଲିଦିନ ଉଦ୍ଧାର କରାଯାଇଥିଲା। ହେଲେ ଲୋକେଶ ଓ ହିତେଶ ସେବେଠାରୁ ନିଖୋଜ ଥିଲେ। ଏନ୍‌ଡିଆରଏଫ ଟିମ୍‌, ଅଗ୍ନିଶମ ବିଭାଗ ଓ ଗୋପାଳପୁର ପୋଲିସର ମିଳିତ ସହଯୋଗରେ ରବିବାରଦିନ ସମୁଦ୍ର ମଧ୍ୟରୁ ମୃତଦେହ ଉଦ୍ଧାର କରାଯାଇ…

"ଗୋପାଳପୁରେ ଭାସିଯାଇଥିବା ନିଖୋଜ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର"

ବ୍ରହ୍ମପୁର ମେୟର କେ. ମାଧବୀ ଅଯୋଗ୍ୟ ଘୋଷିତ

ବ୍ରହ୍ମପୁର ୧୩-୨ (ଓଡ଼ିଆ ପୁଅ) : ବ୍ରହ୍ମପୁର ନଗର ନିଗମର ପ୍ରଥମ ମହିଳା ମେୟରଙ୍କୁ ଆଜି ବଡ଼ ଝଟକା ଲାଗିଛି। ସ୍ଥାନୀୟ କୋର୍ଟ ବ୍ରହ୍ମପୁର ମେୟର କେ. ମାଧବୀଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ନିର୍ବାଚନ ସମୟରେ ନିଜର ସତ୍ୟପାଠରେ ମିଥ୍ୟା ସୂଚନା ଦେଇଥିବା ଆରୋପରେ ବ୍ରହ୍ମପୁର ମେୟର କେ. ମାଧବୀ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ସୂଚନାନୁଯାୟୀ, ପୂର୍ବ ମେୟର ଶିବ ଶଙ୍କର ଦାଶଙ୍କ ଦ୍ଵାରା ଦାୟର କାରଯାଇଥିବା ଯାଚିକାର ଜବାବରେ ଗଞ୍ଜାମ ଜିଲା ନ୍ୟାୟାଳୟ ଏହି ଘୋଷଣା କରିଛନ୍ତି। ଦୁଇପକ୍ଷର ତର୍କ ଶୁଣିବା ପରେ ଅଦାଲତ ମାଧବୀ ନିଜର ର୍ବୈବାହିକ ସ୍ଥିତି ବିଷୟରେ ଭୁଲ ତଥ୍ୟ ପ୍ରଦାନ କରିଥିଲେ ବୋଲି ପ୍ରମାଣିତ ହୋଇଥିଲା। ଯାଚିକାକର୍ତ୍ତା ଆରୋପ…

"ବ୍ରହ୍ମପୁର ମେୟର କେ. ମାଧବୀ ଅଯୋଗ୍ୟ ଘୋଷିତ"

ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ପ୍ରତିବାଦରେ ଦକ୍ଷୀଣ ଏବଂ ପଶ୍ଚିମ ଓଡ଼ିଶାରେ ରେଳରୋକ

ବ୍ରହ୍ମପୁର ୭-୨ (ଓଡ଼ିଆ ପୁଅ) ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ପ୍ରତିବାଦରେ ଦକ୍ଷୀଣ ଏବଂ ପଶ୍ଚିମ ଓଡ଼ିଶାରେ ରେଳରୋକ କରାଯାଇଛି। ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ଅଭିଯୋଗ ଆଣିଛି ବିଡେଡ଼ି। ଏଥିପାଇଁ ଆଜି ସକାଳ ୭ ଟାରୁ ୮ଟା ମଧ୍ୟରେ ଗଞ୍ଜାମ ଜିଲ୍ଲା ବିଡେଡ଼ି ପକ୍ଷରୁ ରେଳରୋକ କରାଯାଇଥିଲା। ଶତାଧିକ ବିଡେଡ଼ି କର୍ମୀ ବ୍ରହ୍ମପୁର ଷ୍ଟେସନରେ ରେଳରୋକ କରିଥିଲେ। ବିଜେଡ଼ିର ଅଭିଯୋଗଯେ, ରେଳ ବିଭାଗ ଓଡ଼ିଶାରୁ ଅଧିକ ରାଜସ୍ୱ ପାଉଥିବା ବେଳେ ବଜେଟ୍ ରେ ଓଡ଼ିଶାକୁ ଅଣଦେଖା କରିଛି। ବିଶେଷକରି ଗଞ୍ଜାମ ଜିଲ୍ଲା ସୀତାପଲ୍ଲୀ ଠାରେ ପ୍ରସ୍ତାବିତ ୱାଗନକାରଖାନାକୁ ବନ୍ଦ କରିବା ପ୍ରତିବାଦରେ ଏହି ରେଳରୋକ କରାଯାଇଥିଲା।ଘଣ୍ଟିକିଆ ରେଳରୋକ ପରେ ରେଳ ଚଳାଚଳ…

"ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ପ୍ରତିବାଦରେ ଦକ୍ଷୀଣ ଏବଂ ପଶ୍ଚିମ ଓଡ଼ିଶାରେ ରେଳରୋକ"

କେବେ ଉଡ଼ିବ ବ୍ରହ୍ମପୁରରୁ ବିମାନ ସେବା?

ବ୍ରହ୍ମପୁର, ୧, ପ୍ରେବ୍ରୁଆରୀ, ୨୦୧୭(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଉରକେଳା, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳକୁ ବିମାନ ଚଳାଚଳ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଜୟପୁର, ବାରିପଦା ଏବଂ ପଦ୍ମପୁରରେ ଏୟାରଷ୍ତ୍ରିପ୍ କାମ ଚାଲିଛି।ଉଡ଼େ ଦେଶ କା ଆମ ନାଗରିକ(ଉଡାଣ)ଯୋଜନାରେ ଏହି ସବୁ ଏୟାରଷ୍ତ୍ରିପ୍ ଅନ୍ତର୍ଭୁକ୍ତ ହୋଇଛି।କିନ୍ତୁ, ପରିତାପର ବିଷୟ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ଏହି ଯୋଜନାରେ ପଛରେ ପଡ଼ି ଯାଇଛି। ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ନିକଟରେ ଏକ ବହୁ ପୂରାତନ ଏୟାରଷ୍ତ୍ରିପ୍ ରହିଛି।ଏହି ଏୟାରଷ୍ତ୍ରିପଟି ଅପଗ୍ରେଡ଼ସନ ହେବ ନାଁ କମ୍ପ୍ରିହେନ୍ସିଭ୍ ଡେଭଲପମେଣ୍ଟ ଯୋଜନାରେ ଶୀତଳପଲ୍ଲୀ ନିକଟସ୍ଥ ଲକ୍ଷ୍ମୀପୁରରେ ବିମାନ ବନ୍ଦର ହେବ ସେ…

"କେବେ ଉଡ଼ିବ ବ୍ରହ୍ମପୁରରୁ ବିମାନ ସେବା?"

ଚାଷୀଙ୍କ ବଳରେ ବି.ଜେ. ପି.ର ଶକ୍ତି ପ୍ରଦର୍ଶନ: ଛତ୍ରପୁରରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ବ୍ରହ୍ମପୁର: ୧୦/୦୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଚାଷୀଙ୍କ ସମସ୍ୟା ଓ ମଣ୍ଡି କାର୍ଯ୍ୟକାରୀ କରିବା ଦିଗରେ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଶାଖା ପକ୍ଷରୁ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ସମାବେଶ କରାଯାଇଛି। ଏହି ସମାବେଶରେ ବି.ଜେ.ପି.ରାଜ୍ୟ ଶାଖା ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀ ବିଭୁତି ଭୂଷଣ ଜେନା, ଜିଲ୍ଲା ସଭାପତି ଶ୍ରୀ କାହ୍ନୁ ଚରଣ ପତି ପ୍ରମୁଖ ଉଦବୋଧନ ଦେଇ ଓଡିଶା ସରକାର ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷା ଓ ଧାନର ଅଭାବୀ ବିକ୍ରି ରୋକିବା ଦିଗରେ ସମ୍ପୂର୍ଣ୍ଣ ଉଦାସୀନ ରହିଥିବା ଅଭିଯୋଗ କରିଥିଲେ। ମୁଖ୍ୟତଃ ୯ ଦଫା ଦାବି ଉପରେ…

"ଚାଷୀଙ୍କ ବଳରେ ବି.ଜେ. ପି.ର ଶକ୍ତି ପ୍ରଦର୍ଶନ: ଛତ୍ରପୁରରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ"

ବ୍ରହ୍ମପୁରରେ ସି.ପି.ଆଇ.ଏମ. ଓଡିଶା ରାଜ୍ୟ ସମ୍ମିଳନୀ

ବ୍ରହ୍ମପୁର: ୭/୦୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ ) ଓଡିଶା ଶାଖା ପକ୍ଷରୁ ଆଜି ବ୍ରହ୍ମପୁର ଠାରେ ତିନି ଦିନିଆ ୨୧ଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି। ସ୍ଥାନୀୟ ରାମଲିଙ୍ଗମ ପୋଖରୀ ରାସ୍ତାରେ ଆୟୋଜିତ ସାଧାରଣ ସଭାରେ ପାର୍ଟିର ଜାତୀୟ ସମ୍ପାଦକ ଶ୍ରୀ ସୀତାରାମ ୟେଚୁରୀ କେନ୍ଦ୍ରରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ପ୍ରଦାୟିକ ନୀତି ଏବଂ ଓଡ଼ିଶାରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ବାମପନ୍ଥୀ ଦଳ ସଂଗ୍ରାମ ଅବ୍ୟାହତ ରଖିବା ସୂଚାଇ ଦେଶର ସ୍ୱାର୍ଥ, ଶ୍ରମିକଙ୍କୁ ଉପଯୁକ୍ତ ମଜୁରୀ ଓ ଦୁର୍ନୀତି ବିରୋଧରେ ସାଲିସ ବିହୀନ ସଂଗ୍ରାମ ଜୋରଦାର କରିବାକୁ ସେ ଆହ୍ୱାନ…

"ବ୍ରହ୍ମପୁରରେ ସି.ପି.ଆଇ.ଏମ. ଓଡିଶା ରାଜ୍ୟ ସମ୍ମିଳନୀ"