ଗଳା ବାଟରେ ଜୈନିକ ମନ୍ତ୍ରୀଙ୍କ ସର୍ମ୍ପକୀୟ ଓ ଜଣେ ଜିଲାପରିଷଦ ଲୁଟୁଛନ୍ତି ବାର୍ଷିକ କୋଟି କୋଟି ଟଙ୍କା !

ଯାଜପୁର-୨୪-୪ (ଓଡିଆ ପୁଅ/ଅକ୍ଷୟ ରାଉତ) କେନ୍ଦୁଝର ଜିଲ୍ଲା ଦୈତାରି ଲୌହ ପଥର ଖଣିରୁ ଲୌହପଥର ପରିବହନ ଦାୟିତ୍ୱ ବୁଝୁଥିବା ଜୈନିକ ମନ୍ତ୍ରୀଙ୍କ ସମ୍ପର୍କୀୟ ଓ ଜଣେ ଜିଲାପରିଷଦ ସଭ୍ୟ ସମେତ ଗାଡ଼ି ସଂଘର କିଛି ପଦାଧିକାରୀ ଅସାଧୁ ଉପାୟରେ ବାର୍ଷିକ ୫୦କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟ୍ କରୁଥିବା ଅଭିଯୋଗ ହୋଇଛି। ଲୁଟ୍ ହେଉଥିବା ଟଙ୍କାରେ ଖଣି ବିଭାଗର କିଛି ପଦାଧିକାରୀ ସମେତ ସ୍ଥାନୀୟ ପ୍ରଶାସନର ବି ସମ୍ପୃକ୍ତି ରହିଥିବା ଆଲେଚନା ହେଉଥିବା ବେଳେ ଏଭଳି ଲୁଟ୍ କୁ ସମସ୍ତେ ପ୍ରୋତ୍ସାହନ ହେଉଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଓ ଯାଜପୁର ଜିଲାର କିଛି ଶାସକ ଦଳର ତୁଙ୍ଗନେତା ଉକ୍ତ ସଂଘର ପଦାଧିକାରୀ ସାଜି ଗଳା ବାଟରେ…

"ଗଳା ବାଟରେ ଜୈନିକ ମନ୍ତ୍ରୀଙ୍କ ସର୍ମ୍ପକୀୟ ଓ ଜଣେ ଜିଲାପରିଷଦ ଲୁଟୁଛନ୍ତି ବାର୍ଷିକ କୋଟି କୋଟି ଟଙ୍କା !"

ବୌଦ୍ଧରେ ବଢିବ ବେଞ୍ଚମାର୍କ ଭେଲ୍ୟୁ, ଜମି ମାଫିଆ ମାଲେମାଲ, ଗରୀବଙ୍କ ପାଇଁ ଘର ତିଆରି ହେବା ସ୍ୱପ୍ନ !

ବୌଦ୍ଧ, ୨୪/୪ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲ)ବୌଦ୍ଧ ଏକ କୃଷି ଭିତିକ ଜିଲ୍ଲା ଅଟେ। ଏହି ଜିଲ୍ଲାର ୪ ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ହୋଇଥିଲେ ମଧ୍ୟ ମାତ୍ର ୨୦ ହଜାର ଲୋକ ସହରାଞ୍ଚଳ ତଥା ଜିଲ୍ଲା ସଦରମହକୁମାରେ ବସବାସ କରନ୍ତି। ଏକମାତ୍ର ଏନଏସି ବିଶିଷ୍ଟ ଏହି ଜିଲ୍ଲାର ସହରାଞ୍ଚଳରେ ଘରଟିଏ ନିର୍ମାଣ କରିବା ଯେକୌଣସି ପରିବାର ପାଇଁ କଷ୍ଟସାଧ୍ୟ ତଥା ସ୍ୱପ୍ନ ହୋଇଥାଏ। ବୌଦ୍ଧ ଏନଏସିରେ ଏବେ ମଧ୍ୟ ୫ ହଜାରରୁ ଉର୍ଦ୍ଧ ଲୋକ ସରକାରୀ ଜମିକୁ ଜବରଦଖଲ କରି ଅସ୍ଥାୟୀ ବସ୍ତିରେ ରହୁଥିବାବେଳେ ସେମାନଙ୍କୁ ଥଇଥାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ। ସରକାରଙ୍କ ପକ୍ଷରୁ ୩୩୦ ଟି ପରିବାର ନାମରେ ଜବରଦଖଲ ମାମଲା…

"ବୌଦ୍ଧରେ ବଢିବ ବେଞ୍ଚମାର୍କ ଭେଲ୍ୟୁ, ଜମି ମାଫିଆ ମାଲେମାଲ, ଗରୀବଙ୍କ ପାଇଁ ଘର ତିଆରି ହେବା ସ୍ୱପ୍ନ !"

ଆମେରିକା ବାଣିଜ୍ୟ ସଚିବଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କଲେ ଅର୍ଥମନ୍ତ୍ରୀ ଜେଟଲୀ

–    ଏଚ୍ -୧ବି ଭିସା ପ୍ରସଙ୍ଗ ଉଠାଇଲେ ଅର୍ଥମନ୍ତ୍ରୀ –    ଆମେରିକୀୟ ଅର୍ଥବ୍ୟବସ୍ଥାରେ କୁଶଳୀ ଭାରତୀୟ ପେସାଦାରଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ ଲୀ ୨୦ ଏପ୍ରିଲ, ୨୦୧୭ରେ ୱାଶିଂଟନ୍ ଡିସି ଠାରେ ଆମେରିକୀୟ ବାଣିଜ୍ୟ ସଚିବ ବିଲବର୍ ରସ୍ ଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଏହି ବୈଠକ କାଳରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ ଲୀଙ୍କ ସହିତ ଭାରତୀୟ ରାଷ୍ଟ୍ରଦୂତ ନଭତେଜ୍ ସରନା ଏବଂ ଆର୍ଥିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ। ଦୁଇ ନେତା ଭାରତ-ଆମେରିକା ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବର୍ଷ ବର୍ଷ ଧରି ଚାଲିଆସିଥିବା ଦ୍ୱିଦଳୀୟ ସହଯୋଗ ଉପରେ…

"ଆମେରିକା ବାଣିଜ୍ୟ ସଚିବଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କଲେ ଅର୍ଥମନ୍ତ୍ରୀ ଜେଟଲୀ"

ଦ୍ୱୈତ ଟିକସ ସମସ୍ୟା ଏଡାଇବା ପାଇଁ ଭାରତ- ପର୍ତୁଗାଲ ମଧ୍ୟରେ ପ୍ରୋଟୋକଲ ରାଜିନାମା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ଭାରତ ଏବଂ ପର୍ତୁଗାଲ ମଧ୍ୟରେ ଦ୍ୱୈତ ଟିକସ ସମସ୍ୟା ଏଡାଇବା ପାଇଁ ବର୍ତମାନର ଦ୍ୱିପାକ୍ଷିକ ସନନ୍ଦରେ କେତେକ ସଂଶୋଧନ ଅଣାଯିବ। ଏଥିଲାଗି ଏକ ପ୍ରୋଟୋକଲ ବୁଝାମଣା ହସ୍ତାକ୍ଷର କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ପ୍ରୋଟୋକଲ ଲାଗୁ ହେବାପରେ ଭାରତ ଓ ପର୍ତୁଗାଲ ମଧ୍ୟରେ ଟିକସ ସଂକ୍ରାନ୍ତ ତଥ୍ୟ ଓ ସୂଚନା ଆଦାନ-ପ୍ରଦାନ କରିବା ସହଜ ହେବ ଯାହାଫଳରେ ଦୁଇ ଦେଶ ମଧ୍ୟରେ ଟିକସ ଫାଙ୍କିକୁ ରୋକା ଯାଇପାରିବ।

"ଦ୍ୱୈତ ଟିକସ ସମସ୍ୟା ଏଡାଇବା ପାଇଁ ଭାରତ- ପର୍ତୁଗାଲ ମଧ୍ୟରେ ପ୍ରୋଟୋକଲ ରାଜିନାମା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି"

ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ପ୍ରକଳ୍ପ ଲାଗି ରାଜ୍ୟ ସରକାରୀ ସଂସ୍ଥା ଦ୍ୱାରା ବୈଦେଶିକ ଋଣ ସହାୟତା ଆଣିବା ନୀତିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ଆର୍ଥିକ ଦୃଷ୍ଟିରୁ ସବଳ ରାଜ୍ୟ ସରକାରୀ ସଂସ୍ଥାମାନେ ଏଣିକି ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ସିଧାସଳଖ ବୈଦେଶିକ ଋଣ ସହାୟତା ଯୋଗାଡ କରିପାରିବେ। ଏଥିନେଇ ଦ୍ୱିପାକ୍ଷିକ ସରକାରୀ ଉନ୍ନୟନ ସହାୟତା ଭାଗୀଦାରଙ୍କ ଠାରୁ ଋଣ ହାସଲ କରିବା ପାଇଁ ନୂତନ ନୀତି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନୀତିକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାରୀ ସଂସ୍ଥା ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍ ଡେଭଲପମେଂଟ ଅଥରିଟି(ଏମ୍ ଏମ୍ ଆରଡିଏ) ଏବେ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ (ଏମ୍ ଟିଏଚଏଲ୍ ) ପ୍ରକଳ୍ପ ପାଇଁ ସିଧାସଳଖ ଜାପାନ…

"ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ପ୍ରକଳ୍ପ ଲାଗି ରାଜ୍ୟ ସରକାରୀ ସଂସ୍ଥା ଦ୍ୱାରା ବୈଦେଶିକ ଋଣ ସହାୟତା ଆଣିବା ନୀତିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ"

ଚିନି ମହଜୁଦ ସୀମା ସଂକ୍ରାନ୍ତ କେନ୍ଦ୍ରୀୟ ଆଦେଶନାମାର ବୈଧତା ଆଉ ୬ ମାସ ବୃଦ୍ଧି ପାଇଁ କ୍ୟାବିନେଟର ନିଷ୍ପତି

ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ଚିନି ଷ୍ଟକ ଲିମିଟ ବା ମହଜୁଦ ସୀମାର ବୈଧତା ଆଉ ୬ ମାସ ବଢାଇବା ପାଇଁ ନିଷ୍ପତି ନେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ୨୭.୧୦.୨୦୧୬ ର ସେଂଟ୍ରାଲ ଅର୍ଡରର ଅବଧି ଚଳିତ ମାସରେ ଶେଷ ହେଉଛି। ଏଣୁ ଏହି କେନ୍ଦ୍ରୀୟ ଆଦେଶନାମା ବା ସେଂଟ୍ରାଲ ଅର୍ଡରର ବୈଧତା ୨୯.୦୪.୨୦୧୭ ରୁ ୨୮.୧୦.୨୦୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତି ଅନୁଯାୟୀ ରାଜ୍ୟ ସରକାରମାନେ କେନ୍ଦ୍ରର ଅନୁମତି କ୍ରମେ ଚିନିର ମହଜୁଦ ସୀମା ବା ଲାଇସେନ୍ସ ଆଦେଶନାମା ସଂକ୍ରାନ୍ତ କଂଟୋ୍ରଲ ଅର୍ଡରକୁ…

"ଚିନି ମହଜୁଦ ସୀମା ସଂକ୍ରାନ୍ତ କେନ୍ଦ୍ରୀୟ ଆଦେଶନାମାର ବୈଧତା ଆଉ ୬ ମାସ ବୃଦ୍ଧି ପାଇଁ କ୍ୟାବିନେଟର ନିଷ୍ପତି"