ତାଳଚେରରେ “ସବକା ସାଥ ସବକା ବିକାଶ” ସମ୍ମିଳନୀ ଜୁନ୍ ୧୨ରେ

ତାଳଚେର,୧୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କେନ୍ଦ୍ର ସରକାରଙ୍କର ବିଗତ ୩ବର୍ଷର ସଫଳତାଗୁଡ଼ିକୁ ଲୋକଙ୍କ ନିକଟରେ ପହଂଚାଇବା ତଥା ଜନପ୍ରିୟ ବିକାଶମୁଖୀ ଯୋଜନା ଗୁଡ଼ିକୁ ପ୍ରଦର୍ଶିତ କରାଯିବା ଉଦ୍ଦେଶ୍ୟରେ  ରାଜ୍ୟର ବିଭିନ୍ନ ଅଂଚଳରେ “ସବ୍କା ସାଥ ସବ୍କା ବିକାଶ” ସମ୍ମିଳନୀ ମାନ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ତାଳଚେରରେ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି “ସବ୍କା ସାଥ ସବ୍କା ବିକାଶ” ସମ୍ମିଳନୀ। ଚଳିତ ଜୁନ୍ ମାସ ୧୨ତାରିଖ ଅପରାହ୍ନ ୪ଟାରେ ତାଳଚେର ହାଟତୋଟା ରୋଡ଼ର ବାଇପାସ ଛକ ନିକଟସ୍ଥ ପଡ଼ିଆଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏମ୍.ସି.ଏଲ .ର ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ସୈାଜନ୍ୟରେ ଆୟୋଜିତ ହେବାକୁ ଥିବା ଉକ୍ତ ବିକାଶ ସମ୍ମିଳନୀ ମାଧ୍ୟମରେ କୋଲ…

"ତାଳଚେରରେ “ସବକା ସାଥ ସବକା ବିକାଶ” ସମ୍ମିଳନୀ ଜୁନ୍ ୧୨ରେ"

ବିଭିନ୍ନ ଦାବୀ ନେଇ କଣ୍ଢାଳବାସୀଙ୍କ ଦ୍ୱାରା ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୮/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଲିଙ୍ଗରାଜ ଏବଂ ଭୁବନେଶ୍ୱରୀ କୋଇଲାଖଣି ଦ୍ୱାରା କଣ୍ଢାଳ ଗ୍ରାମ ଆଂଶିକ ଅଧିଗ୍ରହଣ ଯୋଗୁଁ ଗ୍ରାମରେ ବିଭିନ୍ନ ସମସ୍ୟା ଦେଖାଯିବାସହ ଗ୍ରାମବାସୀଙ୍କ ଥଇଥାନ ଏବଂ ନିଯୁକ୍ତି ସମ୍ବନ୍ଧୀୟ ଦାବୀକୁ ଖଣି କର୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିବା ଦାବୀରେ ଗୁରୁବାର ସକାଳୁ କଣ୍ଢାଳବାସୀଙ୍କ ଦ୍ୱାରା ଉଭୟ ଖଣିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରାଯିବା ସହ କୋଲ କୋରିଡର ରାସ୍ତାରେ କୋଇଲା ପରିବହନକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରାଯାଇଛି। ଗ୍ରାମବାସୀଙ୍କୁ ନିଯୁକ୍ତି, ଉଚିତ କ୍ଷତିପୂରଣ ଓ ମୈାଳିକ ସମସ୍ୟା ପ୍ରତି ଖଣି କର୍ତୃପକ୍ଷ ଦୃଷ୍ଟି ଦେଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଜିକୁ ଦୀର୍ଘ ୨୦ବର୍ଷ ହେବ ଗ୍ରାମବାସୀଙ୍କ ତରଫରୁ ଏମ୍.ସି.ଏଲ…

"ବିଭିନ୍ନ ଦାବୀ ନେଇ କଣ୍ଢାଳବାସୀଙ୍କ ଦ୍ୱାରା ଖଣି ବନ୍ଦ ଆନ୍ଦୋଳନ"

ଜୁନ ୧୬, ୨୦୧୭ ଠାରୁ ଦେଶବ୍ୟାପୀ ପ୍ରତିଦିନ ପେଟ୍ରୋଲ ଓ ଡ଼ିଜେଲ ମୂଲ୍ୟରେ ସଂଶୋଧନ ବ୍ୟବସ୍ଥା ଲାଗୁ ହେବ

ନୂଆଦିଲ୍ଲୀ ୮/୬ (ଓଡ଼ିଆ ପୁଅ) ଦେଶର ରାଷ୍ଟ୍ରାୟତ ତୈଳ ବିତରକ କମ୍ପାନୀ  ଯଥା, ଇଣ୍ଡିଆନ୍ ଅଏଲ୍ କମ୍ପାନୀ ଲିଃ, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିଃ, ଏବଂ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିଃ ପେଟ୍ରୋଲ ଏବଂ ଡ଼ିଜେଲର ଖୁଚୁରା ବିକ୍ରୟ ମୂଲ୍ୟରେ ଦୈନିକ ସଂଶୋଧନ ବ୍ୟବସ୍ଥାକୁ ପାଇଲଟ୍ ଭିତିରେ ଉଦୟପୁର, ଜାମସେଦପୁର, ପୁଡ଼ୁଚେରୀ, ଚଣ୍ଡୀଗଡ଼ ଓ ବିଶାଖାପାଟଣାରେ  ମେ ୧,୨୦୧୭ ଠାରୁ ପ୍ରବର୍ତନ କରିଥିଲେ। ଏହାର ସଫଳ ପ୍ରବର୍ତନକୁ ଦୃଷ୍ଟିରେ ରଖି ଏହିସବୁ ରାଷ୍ଟ୍ରାୟତ ଓଏମସିମାନେ ସାରା ଦେଶରେ ଜୁନ୍ ୧୬,୨୦୧୭ ଠାରୁ ପେଟ୍ରୋଲ୍ ଓ ଡ଼ିଜେଲର ଖୁଚୁରା ବିକ୍ରୟ ମୂଲ୍ୟରେ ପ୍ରତିଦିନ ସଂଶୋଧନ ଘଟାଇବାକୁ ସ୍ଥିର କରିଛନ୍ତି। ବର୍ତମାନର ବଜାର ପରିସ୍ଥିତିକୁ ଦେଖି ପେଟ୍ରୋଲ ଓ…

"ଜୁନ ୧୬, ୨୦୧୭ ଠାରୁ ଦେଶବ୍ୟାପୀ ପ୍ରତିଦିନ ପେଟ୍ରୋଲ ଓ ଡ଼ିଜେଲ ମୂଲ୍ୟରେ ସଂଶୋଧନ ବ୍ୟବସ୍ଥା ଲାଗୁ ହେବ"

ସେବି, ୟୁରୋପୀୟ ପ୍ରତିଭୂତି ଏବଂ ବଜାର ସଂସ୍ଥା ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ ୭/୬ (ଓଡ଼ିଆ ପୁଅ) ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏବଂ ୟୁରୋପୀୟ ପ୍ରତିଭୂତି ଓ ବଜାର ସଂସ୍ଥା (ଏସମା) ମଧ୍ୟରେ ପାରସ୍ପରିକ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ବୁଝାମଣା ଫଳରେ ଭାରତରେ ସେଂଟ୍ରାଲ କାଉଂଟର ପାର୍ଟୀକୁ ସ୍ୱୀକୃତି ପ୍ରଦାନ ବ୍ୟବସ୍ଥା ଏବଂ କ୍ଲିୟରିଂ ସେବା ପ୍ରଦାନ କ୍ଷେତ୍ରରେ ଦୁଇ ସଂଗଠନକୁ ସୁବିଧା ହେବ।

"ସେବି, ୟୁରୋପୀୟ ପ୍ରତିଭୂତି ଏବଂ ବଜାର ସଂସ୍ଥା ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ"

୯୦୦ କୋଟି ଡଲାର ରପ୍ତାନୀ ଋଣ ସହାୟତା ନିମନ୍ତେ ଭାରତ-କୋରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ ୭/୬ (ଓଡ଼ିଆ ପୁଅ) ୯୦୦ କୋଟି ଡଲାର ମୂଲ୍ୟର ରପ୍ତାନୀ ଋଣ ସହାୟତା ନିମନ୍ତେ ଭାରତ ଓ ଦକ୍ଷିଣ କୋରିଆର ରପ୍ତାନୀ ଆମଦାନୀ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ଋଣ ସହାୟତା ଭାରତରେ ଭିତିଭୂମିର ବିକାଶ ଏବଂ ତୃତୀୟ ବିଶ୍ୱର ଦେଶମାନଙ୍କୁ ଭାରତରୁ ବସ୍ତୁ ଓ ସେବା ଯୋଗାଣ ଦିଗରେ ବିନିଯୋଗ କରାଯିବ। ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀଙ୍କ ଚଳିତ ମାସ ୧୪ ଓ ୧୫ ତାରିଖରେ ସିଓଲ ଗସ୍ତ କାଳରେ ଏହି ଭାରତ-କୋରିଆ ବୁଝାମଣା ସ୍ୱାକ୍ଷରିତ ହେବ।…

"୯୦୦ କୋଟି ଡଲାର ରପ୍ତାନୀ ଋଣ ସହାୟତା ନିମନ୍ତେ ଭାରତ-କୋରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ"

ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥାର ୧୩.୯ କୋଟି ଆଇପିଓ ଜାରି ପ୍ରସ୍ତାବକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ ୭/୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (IREDA) ର ଆଇପିଓ ଜାରି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କ୍ୟାବିନେଟ କମିଟିର ନିଷ୍ପତି ଅନୁଯାୟୀ ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ କରାଯିବ – ୧.    ପ୍ରତ୍ୟେକ ଦଶ ଟଙ୍କା ମୂଲ୍ୟରେ IREDA ୧୩,୯୦,୦୦,୦୦୦ (୧୩.୯ କୋଟି) ଅଂଶଧନ ବଜାରରେ ଜାରି କରିବ। ୨.    ଖୁଚୁରା ବିନିଯୋଗକାରୀ ଏବଂ IREDA କର୍ମଚାରୀମାନଙ୍କ ପାଇଁ ୫ ପ୍ରତିଶତ ରିହାତିରେ ଅଂଶଧନ ବିକ୍ରୀ କରାଯିବ। ସେହିପରି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗର କର୍ମଚାରୀମାନଙ୍କ ପାଇଁ ମଧ୍ୟ ଅଂଶଧନ କିଣିବାରେ ରିହାତି ଦିଆଯିବ।…

"ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥାର ୧୩.୯ କୋଟି ଆଇପିଓ ଜାରି ପ୍ରସ୍ତାବକୁ କେନ୍ଦ୍ରର ଅନୁମତି"

ପ୍ରତିଭୂତି ବଜାର ସମ୍ପର୍କୀତ ଦ୍ୱିପାକ୍ଷୀକ ସହଯୋଗ ଲାଗି ଭାରତ-ଇରାନ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ସ୍ୱୀକୃତି

ନୂଆଦିଲ୍ଲୀ ୭/୬ (ଓଡ଼ିଆ ପୁଅ) ପ୍ରତିଭୂତି ବଜାର କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଲାଗି ଭାରତ-ଇରାନ ମଧ୍ୟରେ ବୁଝାମଣା ହେବ। ସିକ୍ୟୁରିଟୀ ଓ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ଏବଂ ଇରାନର ସିକ୍ୟୁରିଟୀ ଏଣ୍ଡ ଏକ୍ସଚେଞ୍ଜ ଅର୍ଗନାଇଜେସନ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପ୍ରସ୍ତାବିତ ବୁଝାମଣା ଭାରତ-ଇରାନ ମଧ୍ୟରେ ଆର୍ଥିକ ସମ୍ବନ୍ଧ ଓ ସହଯୋଗକୁ ଅଧିକ ବଳ ଦେବ। ଏହାଛଡା ଦୁଇ ଦେଶ ମଧ୍ୟରେ ସିକ୍ୟୁରିଟୀ ବା ପ୍ରତିଭୂତି ସଂକ୍ରାନ୍ତ ସୂଚନା ଆଦାନ-ପ୍ରଦାନରେ ମଧ୍ୟ ସହାୟକ ହେବ।

"ପ୍ରତିଭୂତି ବଜାର ସମ୍ପର୍କୀତ ଦ୍ୱିପାକ୍ଷୀକ ସହଯୋଗ ଲାଗି ଭାରତ-ଇରାନ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ସ୍ୱୀକୃତି"

ବ୍ୟବସାୟୀକ ଜାହାଜ ଚଳାଚଳ ପାଇଁ ଭାରତ-ସାଇପ୍ରସ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ସ୍ୱୀକୃତି

ନୂଆଦିଲ୍ଲୀ ୭/୬ (ଓଡ଼ିଆ ପୁଅ) ବ୍ୟାବସାୟୀକ ଜାହାଜ ଚଳାଚଳ କ୍ଷେତ୍ରରେ ଭାରତ-ସାଇପ୍ରସ ମଧ୍ୟରେ ରାଜିନାମା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ଅନୁମୋଦନ କରାଯାଇଛି। ଗତ ଏପ୍ରିଲ ମାସରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଏବଂ ଏ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକଗୁଡିକୁ ଦୂର କରିବା ଦିଗରେ ଏହି ଦ୍ୱିପାକ୍ଷିକ ସହଯୋଗ ବୁଝାମଣା ବିଶେଷ ଭାବେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଅଧିକରୁ ଅଧିକ ମାଲ ପରିବହନକୁ ପ୍ରୋତ୍ସାହିତ କରିବା ସହ ଏହି ରାଜିନାମା ତୃତୀୟ ବିଶ୍ୱର ଦେଶମାନଙ୍କ ପାଇଁ ମଧ୍ୟ ଲାଭ ଦାୟକ ହେବ। ସାମୁଦ୍ରିକ…

"ବ୍ୟବସାୟୀକ ଜାହାଜ ଚଳାଚଳ ପାଇଁ ଭାରତ-ସାଇପ୍ରସ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ସ୍ୱୀକୃତି"

ବିକ୍ରି ହୋଇପାରୁନି ସୂର୍ଯ୍ୟମୁଖୀ ମଞ୍ଜି, ଭଦ୍ରକ ଜିଲାରେ ସୂର୍ଯ୍ୟମୁଖୀ ଚାଷୀ ହନ୍ତସନ୍ତ

ଭଦ୍ରକ, ୭/୬ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଭଦ୍ରକ ଜିଲା ଅଧୀନ ବାସୁଦେବପୁର, ତିହିଡି ଓ ଧାମନଗରରେ ସୂର୍ଯ୍ୟମୁଖୀ ଚାଷୀ ଏବେ ମଞ୍ଜି ବିକ୍ରି କରିାରୁ ନ ଥିବାରୁ ହନ୍ତସନ୍ତ ହେଉଛନ୍ତି। ୨୦୧୨-୧୩ ଆର୍ଥôକ ବର୍ଷରୁ ସେମାନେ ସରକାରଙ୍କୁ ଏଭଳି ସମସ୍ୟା ନେଇ ବାରମ୍ବାର ଅବଗତ କରିଆସୁଥିଲେ ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳିପାରିନାହିଁ। ୨୦୧୨-୧୩ବର୍ଷ ଠାରୁ ଜିଲାପାଳଙ୍କ ଠାରୁ ଆରମ୍ଭ କରି କୃଷି ସଚିବଙ୍କୁ ସାକ୍ଷାତ କରି ସମସ୍ୟା ଉପରେ ଲିଖିତ ଅଭିଯୋଗ ମୂଳେ ଅବଗତ କରିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ସୁବ୍ୟବସ୍ଥା କରିପାରିନାହାଁନ୍ତି। ଉପରୋକ୍ତ ସମସ୍ୟା ନେଇ ପୁଣି  ଉପରୋକ୍ତ ବ୍ଲକର ସୂର୍ଯ୍ୟମୁଖୀ ଚାଷୀ ରଞ୍ଜନକୁମାର ନାୟକ, ଦିପ୍ତିକାନ୍ତ ରାଉତ, ବୃନ୍ଦାବନ…

"ବିକ୍ରି ହୋଇପାରୁନି ସୂର୍ଯ୍ୟମୁଖୀ ମଞ୍ଜି, ଭଦ୍ରକ ଜିଲାରେ ସୂର୍ଯ୍ୟମୁଖୀ ଚାଷୀ ହନ୍ତସନ୍ତ"

ନାଲ୍କୋରୁ ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରି ଆନ୍ଦୋଳନ:ଉତ୍ପାଦନ ବାଧାପ୍ରାପ୍ତ

ଅନୁଗୋଳ,୭/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ନବରତ୍ନ କମ୍ପାନୀ ନାଲ୍କୋରୁ ପୁଞ୍ଜି ପ୍ରତ୍ୟାହାର କରିବାର ମସୁଧା ଚାଲିଛି। କେନ୍ଦ୍ରର ଏନ୍.ଡି.ଏ ସରକାର ଲାଭଜନକ ଉଦ୍ୟୋଗ ନାଲ୍କୋରୁ ୧୦ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରିବାର ଯୋଜନା ସମ୍ପର୍କରେ ଜଣାପଡ଼ିବା ପରେ ବିଭିନ୍ନ ଶ୍ରମିକ ସଙ୍ଗଠନ, କର୍ମଚାରୀ ତଥା ଶ୍ରମିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରି ଯୋଜନାକୁ ପ୍ରତିବାଦ ଜଣାଇ ମଙ୍ଗଳବାର ଦିନ ନାଲକୋ କୋ ଅର୍ଡ଼ିନେସନ କମିଟି ତଥା ସକ୍ରିୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇ ମୂଖ୍ୟ ଫାଟକ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ନାଲ୍କୋ କମ୍ପାନୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କା ଲାଭ ପ୍ରଦାନ କରିବାସହ ଦେଶର ବିକାଶରେ…

"ନାଲ୍କୋରୁ ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରି ଆନ୍ଦୋଳନ:ଉତ୍ପାଦନ ବାଧାପ୍ରାପ୍ତ"