ନ୍ୟାସନାଲ ଟେକ୍ନୋଲୋଜି ସେଂଟର ଫର୍ ପୋର୍ଟସର ଭିତିପ୍ରସ୍ତର ସ୍ଥାପନ କଲେ ନୀତିନ ଗଡକରୀ

– ୭୦.୫୩ କୋଟି ଟଙ୍କା ଖର୍ଚ୍ଚରେ ପ୍ରତିଷ୍ଠା ହେବ ଏହି ସେଂଟର – ବନ୍ଦର ଏବଂ ସାମୁଦ୍ରିକ କ୍ଷେତ୍ର ପାଇଁ ପ୍ରଯୁକ୍ତିଗତ ସହାୟତା ଯୋଗାଇବ ନୂଆଦିଲ୍ଲୀ ୨୬-୨ (ଓଡ଼ିଆ ପୁଅ) ଆଇଆଇଟି ଚେନ୍ନାଇରେ ଆଜି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ, ଜାହାଜ ଚଳାଚଳ ଏବଂ ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତିନ ଗଡକରୀ ନ୍ୟାସନାଲ ଟେକ୍ନୋଲୋଜି ସେଂଟର ଅଫ୍ ପୋର୍ଟସ, ୱାଟରୱେଜ୍ ଆଣ୍ଡ କୋଷ୍ଟସ (ଏନଟିସିପିଡବ୍ଲୁସି)ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଜାହାଜ ଚଳାଚଳ ମନ୍ତ୍ରାଳୟ ଏବଂ ଆଇଆଇଟି ଚେନ୍ନାଇ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷର ହୋଇଥିଲା। ନ୍ୟାସନାଲ ଟେକ୍ନୋଲୋଜି ସେଂଟର ଜାହାଜ ଚଳାଚଳ ମନ୍ତ୍ରାଳୟର…

"ନ୍ୟାସନାଲ ଟେକ୍ନୋଲୋଜି ସେଂଟର ଫର୍ ପୋର୍ଟସର ଭିତିପ୍ରସ୍ତର ସ୍ଥାପନ କଲେ ନୀତିନ ଗଡକରୀ"

ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ

ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ): ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ କରିଛି ସିବିଆଇ। ସରକାରୀ କ୍ଷେତ୍ର ବ୍ୟାଙ୍କର ଅଭିଯୋଗର ଛ’ ମାସ ପରେ ଏଜେନ୍ସୀ, କମ୍ପାନୀର ନିର୍ଦ୍ଦେଶକ ସଭ୍ୟ ସେଠ, ରୀତା ସେଠ, କୃଷ୍ଣ କୁମାର ସିଂହ, ରବି ସିଂହ ଏବଂ ଏକ ଅନ୍ୟ କମ୍ପାନୀ ଦ୍ଵାରକା ଦାସ ସେଠ ଏସଇଜେଡ ଇନକର୍ପୋରେଶନ ବିରୁଦ୍ଧରେ ମାମଲା ରୁଜୁ କରିଛି। ନୀରବ ମୋଦୀ ଏବଂ ମେହୁଲ ଚୋକସୀଙ୍କ ପରେ ସିବିଆଇ ଦିଲ୍ଲୀର ଏକ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ଲିମିଟେଡ ଉପରେ ଓରିଏଂଟଲ ବ୍ୟାଙ୍କ ଅଫ କମର୍ସରେ…

"ନୀରବ ମୋଦୀଙ୍କ ପରେ ଏବେ ହୀରା ବ୍ୟାପାରୀ ଦ୍ଵାରକା ଦାସ ସେଠ ଇଣ୍ଟରନ୍ୟାସନାଲ୍ ବିରୁଦ୍ଧରେ ୩୮୯.୯୫ କୋଟିର ଠକେଇ ମାମଲା ରୁଜୁ"

ପରିବେଶ ଆଇନ ଖିଲାପ ନେଇ ଅଗ୍ରସେନ ସ୍ପଂଜକୁ ନୋଟିସ

ରାଉରକେଲା ୨୩-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପରିବେଶ ଆଇନ ଖିଲାପ କରୁଥିବା କାଂସବାହାଲ ମାଣ୍ଡିଆକୁଦର ସ୍ଥିତ ଅଗ୍ରସେନ ଭବନ ସ୍ପଂଜ ପ୍ରାଇଭେଟ ଲିମିଟେଡ଼କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଂଚଳିକ ଶାଖା ପକ୍ଷରୁ ନୋଟିସ ଜାରି କରାଯାଇଛି। ଆଂଚଳିକ ଅଧିକାରୀ ଏଚ.ଏନ ନାୟକ ତାଙ୍କ ପତ୍ରରେ ସିଟିଓର ସର୍ତ୍ତାବଳୀକୁ ପୂରଣ ନକରିବା ପର୍ଯ୍ୟନ୍ତ କାରଖାନାର ଡିଆରଆଇ କିଲିନ ୧ ଓ ୪କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାୟୁ ପ୍ରଦୂଷଣ ରୋକିବାକୁ ଯନ୍ତ୍ରାଂଶ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଗତବର୍ଷ ନଭେମ୍ବର ୩୦ରେ ଅଧିକାରୀ କାରଖାନା ଯାଂଚ କରି ଆବଶ୍ୟକ ସର୍ତ୍ତାବଳୀ ମାନିବାକୁ ପରାମର୍ଶ ଦେଇଥିଲେ। ତେବେ କମ୍ପାନୀ ପ୍ରଦୂଷଣ କରି ଚାଲିଥିବା ନେଇ…

"ପରିବେଶ ଆଇନ ଖିଲାପ ନେଇ ଅଗ୍ରସେନ ସ୍ପଂଜକୁ ନୋଟିସ"

ଆରଏସପି କର୍ମଚାରୀଙ୍କୁ ବାଡ଼େଇ ହରଡଘଣାରେ ନେତା

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଇସ୍ପାତ ସହରାଞ୍ଚଳରେ ଜବରଦଖଲ ଏକ ପ୍ରମୁଖ ସମସ୍ୟା ଭାବରେ ଦେଖା ଦେଇଛି। ଯେଉଁଠି ପାରିଲା, ଯିଏ ଇସ୍ପାତ କାରଖାନାର ଜମି ମାଡ଼ି ବସିଲା। ଦୀର୍ଘ ଦିନ ଧରି ଏହି ଜବରଦଖଲ କାର୍ଯ୍ୟଟି ଚାଲି ଆସୁଛି। ଏହାକୁ ନେଇ ଅନେକ ସମୟରେ ଜବରଦଖଲକାରୀ ଓ ଇସ୍ପାତ କାରଖାନା କର୍ମଚାରୀଙ୍କ ଭିତରେ ବହୁ ବାଦବିବାଦ ଓ ଗଣ୍ଡଗୋଳ ମଧ୍ୟ ଚାଲି ଆସିଛି। ଏହାକୁ ନେଇ ବହୁ ମାମଲା କୋର୍ଟରେ ବିଚାରାଧୀନ ମଧ୍ୟ ଅଛି। ତେବେ ଜବରଦଖଲ ଉଛେଦ କରିବାକୁ ଯାଇଥିବା ଆରଏସପି କର୍ମଚାରୀଙ୍କୁ ମାଡମାରି ଜନୈକ ତଥାକଥିତ ନେତା ହରଡଘଣାରେ ପଡିବା ସହରରେ ଚର୍ଚ୍ଚା ହେଉଛି।…

"ଆରଏସପି କର୍ମଚାରୀଙ୍କୁ ବାଡ଼େଇ ହରଡଘଣାରେ ନେତା"

ଆରଏସପିର କୋଲ ଓ କୋକ ଜୋନ ଦ୍ୱାରା ଜେସିଏସଆଇ ଇସ୍ପାତ ସୁରକ୍ଷା ପୁରସ୍କାର ଲାଭ

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାର କୋଲ ଓ କୋକ ଜୋନ ୨୦୧୭ ବର୍ଷ ନିମନ୍ତେ ଇସ୍ପାତ ଶିଳ୍ପ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ଯୁଗ୍ମ କମିଟି(ଜେସିଏସଏସଆଇ) ପ୍ରଦତ୍ତ ଇସ୍ପାତ ସୁରକ୍ଷା ପୁରସ୍କାର ଲାଭ କରିଛି। ରାଉରକେଲା ଇସ୍ପାତ କାରଖାନା ତରଫରୁ ସୁରକ୍ଷା, ପରିବେଶ ଓ ଅଗ୍ନିଶମ ବିଭାଗର ଡିଜିଏମ ଇନଚାର୍ଜ ସୁବ୍ରତ ଆଚାର୍ଯ୍ୟ ରାଂଚି ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ପୁରସ୍କାର ଲାଭ କରିଥିଲେ। ଏହି ମର୍ମରେ ଫେବୃଆରୀ ୧୮ ତାରିଖରେ କାର୍ଯ୍ୟ ବିଭାଗର ଇଡ଼ିଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ଉତ୍ସବରେ ଆରଏସପି କାର୍ଯ୍ୟ ବିଭାଗର ଇଡ଼ି ଶୁଭେନ୍ଦ୍ର ଦାସ…

"ଆରଏସପିର କୋଲ ଓ କୋକ ଜୋନ ଦ୍ୱାରା ଜେସିଏସଆଇ ଇସ୍ପାତ ସୁରକ୍ଷା ପୁରସ୍କାର ଲାଭ"

୨୦୧୭ ଡିସେମ୍ବରରେ ଔଦ୍ୟୋଗିକ ବିକାଶ ହାର ୭.୧%

ନୂଆଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ୨୦୧୭ ଡିସେମ୍ବର ପାଇଁ ଜାରି କରାଯାଇଥିବା ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କର ତ୍ୱରିତ୍ ଆକଳନ( ବେସ୍ ଇୟର ୨୦୧୧-୧୨ = ୧୦୦)ର ସୂଚନା ମତେ ଔଦ୍ୟୋଗିକ ବିକାଶ ହାର ୭.୧% ରହିଛି। ୧୪ଟି ଏଜେନ୍ସୀରୁ ମିଳିଥିବା ତଥ୍ୟ ଆଧାରରେ ଆଇଆଇପିର ଆକଳନ କରାଯାଇଛି। ଉଦ୍ୟୋଗିକ ନୀତି ଓ ସମ୍ବର୍ଦ୍ଧନ ବିଭାଗ(ଡିଆଇପିପି), କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ସାର ବିଭାଗର ଏଜେନ୍ସିଗୁଡ଼ିକ ସାମିଲ ଅଛି। ୨- ୨୦୧୭ ଡିସେମ୍ବରରେ ସଧାରଣ ଇଣ୍ଡେକ୍ସ ୧୩୦.୩ ଅଙ୍କ ରହିଛି ଯାହାକି ୨୦୧୬ ଡିସେମ୍ବର ତୁଳନାରେ ୭.୧…

"୨୦୧୭ ଡିସେମ୍ବରରେ ଔଦ୍ୟୋଗିକ ବିକାଶ ହାର ୭.୧%"

ONGC ଜାହାଜରେ ବିଷ୍ପୋରଣ, ପାଞ୍ଚ ଜଣଙ୍କର ମୃତ୍ୟୁ

କୋଚିନ ୧୩-୨ (ଓଡ଼ିଆ ପୁଅ) କେରଳର କୋଚିନ ଶିପୟାର୍ଡରେ ବିଷ୍ପୋରଣରେ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣାରେ ୧୫ ଜଣ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମଙ୍ଗଳବାର ସକାଳେ କୋଚିନ ଶିପୟାର୍ଡରେ ହୋଇଛି। କୁହାଯାଉଛିଯେ, ଯେଉଁ ଜହାଜରେ ବିଷ୍ପୋରଣ ହୋଇଛି ତାହା ଓଏନଜିସିର ଅଟେ। ସିଏସଏଲର ପ୍ରବକ୍ତା କହିଛନ୍ତି କି ବନ୍ଦର ଭିତରେ ଫସି ୧୧ ଜଣ ଲୋକଙ୍କୁ ବଞ୍ଚାଯାଇପାରିଲା। ଏବଂ ସହରର ବିଭିନ୍ନ ହସ୍ପଟାଲରେ ଭର୍ତ୍ତି କରାଯାଇଛି। ବନ୍ଦରରେ ଫସିଥିବା ଦୁଇ ଜଣ ଅନ୍ୟ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରଯାସ ଜାରି ରହିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଜାହାଜକୁ ରିପେୟାରିଙ୍ଗ ପାଇଁ ନିଆଯାଉଥିଲା ଏବଂ ଏହି ସମୟରେ ସେଥିରେ…

"ONGC ଜାହାଜରେ ବିଷ୍ପୋରଣ, ପାଞ୍ଚ ଜଣଙ୍କର ମୃତ୍ୟୁ"

ଲିଙ୍ଗରାଜ ଖଣି ଯୋଗୁଁ ପରିବେଶ ପ୍ରଦୁଷିତ ହେଉଥିବାର ଦେଉଳବେଡ଼ାବାସୀଙ୍କ ଅଭିଯୋଗ

ତାଳଚେର, ୧୨/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଲିଙ୍ଗରାଜ ଖୋଲାମୁହାଁ କୋଇଲାଖଣି ଦ୍ୱାରା ତାଳଚେର ବ୍ଲକର ଦେଉଳବେଡ଼ା ଗ୍ରାମ ବ୍ୟାପକଭାବେ ପ୍ରଦୁଷିତ ହେଉଥିବାର ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଉକ୍ତ କୋଇଲାଖଣିରେ କୋଇଲା ପରିବହନ ପାଇଁ ନିମିତ ରେଲ୍ୱେ ସାଇଡିଂରେ କୋଇଲା ଲୋଡିଂ ହୋଇ ଆସୁଅଛି। ମାତ୍ର ଖଣିର ଅତି ନିକଟରେ ଗ୍ରାମର ଅବସ୍ଥିତି ଯୋଗୁଁ ଫଳରେ ବହୁ ମାତ୍ରାରେ କୋଇଲା ଗୁଣ୍ଡ ଗ୍ରାମରେ ପଡ଼ି ପରିବେଶ ପ୍ରଦୂଷଣ ହେବା ସହିତ ଚାଷ ଜମି, କୂଅ, ପୋଖରୀର ଜଳରେ କୋଇଲାଗୁଣ୍ଡର ଆବରଣ ହୋଇ ଜଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। କୋଇଲାଗୁଣ୍ଡ ଉଡିବାଦ୍ୱାରା ଘରୁ ବାହାରିବା କଷ୍ଟକର ହେଉଛି ବୋଲି ଅଭିଯୋଗ କରାଯାଇଛି। ଚାଷ ଜମିକୁ ଯାଇଥିବା…

"ଲିଙ୍ଗରାଜ ଖଣି ଯୋଗୁଁ ପରିବେଶ ପ୍ରଦୁଷିତ ହେଉଥିବାର ଦେଉଳବେଡ଼ାବାସୀଙ୍କ ଅଭିଯୋଗ"

ଭଦ୍ରକ ଜିଲାରେ ମାଛ ବ୍ୟବସାୟ କଟକଣା ପାଇଁ ଲୁଣି ମାଛ ଆମଦାନୀ ହ୍ରାସ

ଭଦ୍ରକ, ୧୧ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ମାଛର ବେଶ୍ ଚାହିଦା ରହିଛି। ଚାହିଦାକୁ ଭିତ୍ତି କରି ଜିଲାରେ ମାଛ ଉତ୍ପାଦନ ହେଉ ନଥିବା ଜଣାପଡିଛି। ହେଲେ ଚାହିଦାହ ମୁତାବକ ଜିଲାରେ ଦେଶୀ ମାଛଚାପ ବ୍ୟାପକ ଭାବରେ ହୋଇପାରୁନାହିଁ। ଭଦ୍ରକ ଜିଲାର ଚାହିଦା ପୂରଣ ପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶ ଏବଂ କଲିକତା ଉପରେ ନିର୍ଭର କରିବାକୁ ପଡୁଛି। ଆବଶ୍ୟକତା ଦୃଷ୍ଟିରୁ ଆନ୍ଧ୍ରରୁ ମାଛ ଆଣି ଜିଲାର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ଏପରିକି ବେପାରୀମାନେ ଦେଶୀ ମାଛ କହି ଆନ୍ଧ୍ରର ମାଛକୁ ବିକ୍ରି କରୁଛନ୍ତି। ଜିଲାରେ ମାଛ ଉତ୍ପଦାନ ପାଇଁ ଭିତ୍ତିଭୂମି ରହିଥିଲେ ହେଁ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଆବଶ୍ୟକ ଅନୁସାରେ…

"ଭଦ୍ରକ ଜିଲାରେ ମାଛ ବ୍ୟବସାୟ କଟକଣା ପାଇଁ ଲୁଣି ମାଛ ଆମଦାନୀ ହ୍ରାସ"

ବାରଙ୍ଗରେ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କାରଖାନା ସ୍ଥାପନ କରାଯିବ

ଭୁବନେଶ୍ୱର ୮-୨ (ଓଡ଼ିଆ ପୁଅ) ୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ସେଥିମଧ୍ୟରୁ ବାରଙ୍ଗରେ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କାରଖାନା ସ୍ଥାପନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟଯେ, ଚାଷୀମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ଉନ୍ନତି ଲକ୍ଷ୍ୟରେ ରାଜ୍ୟ ସରକାର ଦୁଗ୍ଧ ସଂଗ୍ରହ ଓ ପ୍ରକ୍ରିୟାକରଣ ପାଇଁ ଗ୍ରାମୀଣ ଭିତ୍ତିଭୂମି ଉନ୍ନତି ପାଣ୍ଠି ସହାୟତାରେ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ କାରଖାନା ସ୍ଥାପନ ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହାଦ୍ବାରା କ୍ଷୀର ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ହେବ ଏବଂ ଓଡିଶା ଦୁଗ୍ଧ ସମବାୟ ସଂଘ ଦୈନିକ ୧୦ ଲକ୍ଷ ଲିଟର କ୍ଷୀର…

"ବାରଙ୍ଗରେ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କାରଖାନା ସ୍ଥାପନ କରାଯିବ"