ଲକେଇପଶି ଗ୍ରାମବାସୀଙ୍କ ଖଣି ବନ୍ଦ ଆନ୍ଦୋଳନ

ତାଳଚେର, ୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଡଅଁରା ପଂଚାୟତ ଅନ୍ତର୍ଗତ ଲକେଇପଶି ଗ୍ରାମବାସୀଙ୍କ ପକ୍ଷରୁ ନିଯୁକ୍ତି, ଥଇଥାନ ଦାବିରେ ଏମ୍.ସି.ଏଲ୍ ଭରତପୁର କୋଇଲାଖଣିରେ ବନ୍ଦ ଆନ୍ଦୋଳନ କରାଯାଇଥିଲା। ଗ୍ରାମର ଶତାଧିକ ଆନ୍ଦୋଳନକାରୀ ବୁଧବାର ସକାଳୁ ଭରତପୁର କୋଇଲା ଖଣିର ଟାଇମ ଅଫିସ, ସି.ଏଚ୍.ପି, ରେଲୱେ ସାଇଡିଙ୍ଗ୍ ରେ ବସି ରହି ଆନ୍ଦୋଳନ କରିବାରୁ କୋଇଲା ଉତ୍ପାଦନ ଓ ପରିବହନ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ପ୍ରକାଶ ଥାଉକି, ଲକେଇପଶି ଗ୍ରାମର ସମସ୍ତ ଜମିବାଡି ଓ ଘରଦ୍ୱାର ଏମ୍.ସି.ଏଲ ଦ୍ୱାରା ୨୨/୧୦/ ୨୦୧୧ ମସିହାରୁ ଫୋର-ୱାନ(୪-୧) କରାଯାଇଅଛି। ମାତ୍ର ଅଦ୍ୟାବଧି ଗ୍ରାମବାସୀ ମାନଙ୍କୁ କୌଣସି ନିଯୁକ୍ତି ଓ କ୍ଷତିପୂରଣ ମିଳିନାହିଁ। ଗ୍ରାମବାସୀମାନେ ବିଭିନ୍ନ ସମୟରେ…

"ଲକେଇପଶି ଗ୍ରାମବାସୀଙ୍କ ଖଣି ବନ୍ଦ ଆନ୍ଦୋଳନ"

 ୨୦୧୮ ମେ ମାସରେ ଜିଏସଟି ରାଜସ୍ୱ ଆଦାୟ

ନୂଆ ଦିଲ୍ଲୀ ୧ ଜୁନ୍ (ଓଡ଼ିଆ ପୁଏ) ୨୦୧୮ ମେ ମାସରେ ମୋଟ ୯୪, ୦୧୬ କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି। ମେ ମାସରେ ଆଦାୟ କରାଯାଇଥିବା ରାଜସ୍ୱ ଗତ ଆର୍ଥôକ ବର୍ଷରେ ମାସ ପିଛା ଆଦାୟ କରାଯାଇଥିବା ହାରାହାରି ରାଜସ୍ୱଠାରୁ ଯଥେଷ୍ଟ ଅଧିକ। ୨୦୧୮ ମେ ମାସରେ ଆଦାୟ କରାଯାଇଥିବା ମୋଟ ଜିଏସଟି ରାଜସ୍ୱର ପରିମାଣ ହେଉଛି ୯୪, ୦୧୬ କୋଟି ଟଙ୍କା, ଯେଉଁଥିରୁ ସିଜିଏସଟିର ପରିମାଣ ହେଉଛି ୧୫, ୮୬୬ କୋଟି ଟଙ୍କା, ଏସଜିଏସଟିର ପରିମାଣ ହେଉଛି ୨୧, ୬୯୧କୋଟି ଟଙ୍କା, ଆଇଜିଏସଟିର ପରିମାଣ ହେଉଛି ୪୯, ୧୨୦ କୋଟି ଟଙ୍କା( ଆମଦାନୀ ଉପରେ ସଂଗ୍ରହ ହୋଇଥିବା ୨୪, ୪୪୭ କୋଟି…

" ୨୦୧୮ ମେ ମାସରେ ଜିଏସଟି ରାଜସ୍ୱ ଆଦାୟ"

ସେଲ ଦ୍ୱାରା ଇଷ୍ଟର୍ଣ୍ଣ ଏକ୍ସପ୍ରେସ ୱେ ନିର୍ମାଣ ନିମନ୍ତେ ୪୩ ହଜାର ଟନ ଇସ୍ପାତ ଯୋଗାଣ

ରାଉରକେଲା ୧ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦେଶର ଦୃତ ବିକାଶୀଳ ଭିତ୍ତିଭୂମି ନିର୍ମାଣର ସମତାଳରେ ସହଯୋଗ ପ୍ରଦାନ କରି ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ(ସେଲ)ବହୁ ମର୍ଯ୍ୟାଦାଜନକ ଜାତୀୟ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଉଚ୍ଚମାନର ଇସ୍ପାତ ଯୋଗାଇଦେଉଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିକଟରେ ଉଦ୍ଘାଟିତ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ ନିର୍ମାଣ ନିମନ୍ତେ ସେଲ ୪୩ ହଜାର ଟନ୍ ଇସ୍ପାତ ଯୋଗାଇଛି। ଏହି ପ୍ରକଳ୍ପ ନିମନ୍ତେ ସେଲ ଦ୍ୱାରା ଯୋଗାଇ ଦିଆଯାଇଥିବା ଇସ୍ପାତ ମଧ୍ୟରେ ଟିଏମଟି ରିବାର, ପ୍ଲେଟ ଏବଂ ଷ୍ଟ୍ରକଚରାଲ ଅନ୍ତର୍ଭୁକ୍ତ ରହିଛି ଯାହା ଏହି ୧୩୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଇଷ୍ଟର୍ଣ୍ଣ ଏକ୍ସପ୍ରେସ ୱେ ରାଜପଥରେ ବ୍ୟବହୃତ ହୋଇଛି। ସେଲ…

"ସେଲ ଦ୍ୱାରା ଇଷ୍ଟର୍ଣ୍ଣ ଏକ୍ସପ୍ରେସ ୱେ ନିର୍ମାଣ ନିମନ୍ତେ ୪୩ ହଜାର ଟନ ଇସ୍ପାତ ଯୋଗାଣ"

ଜିଏସଟି ନାମରେ ବ୍ୟବସାୟୀଙ୍କୁ ଶୋଷଣ ବନ୍ଦ କରାଯାଉ : ପ୍ରଭାତ ମହାପାତ୍ର

ରାଉରକେଲା ୩୦ ମଇ (ଓଡ଼ିଆ ପୁଅ) : ଗତ ୧୦ ମାସ ହେବ ଗବର ସିଂ ଟ୍ୟକ୍ସ (ଜିଏସଟି ) ନାମରେ ଜିଲ୍ଲା ତଥା ରାଜ୍ୟର ବ୍ୟବସାୟୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ନିଜ କର୍ମଚାରୀ ମାଧ୍ୟମରେ ବିଭିନ୍ନ ଆଳ ଦେଖାଇ ଶୋଷଣ କରୁଥିବାରୁ, ବ୍ୟବସାୟୀ ମହଲ ଜିଲ୍ଲା ପ୍ରତି ବିମୁଖ ଥିବା ସହଜେ ଅନୁଭବ କରାଯାଇପାରେ। ରାଜ୍ୟର ପ୍ରଥମ ଶିଳ୍ପସମୃଦ୍ଧ ଜିଲ୍ଲାରେ ଜଟିଳ ଟିକସ ବ୍ୟବସ୍ଥା ସହିତ ଟିକସ ଆଦାୟକାରୀ ଅଧିକାରୀଙ୍କ ମନୋମୁଖି କାର୍ଯ୍ୟକଳାପ ଯୋଗୁ ଜିଲ୍ଲାରୁ ବୃହତ ଶିଳ୍ପ କ୍ରମଶଃ ଲୋପ ପାଇବାକୁ ବସିଲାଣି ଯାହା ଜିଲ୍ଲାବାସୀଙ୍କ ପାଇଁ ଅତି ବେଦନାର ବିଷୟ ବୋଲି ଏକ ପ୍ରେସ ବିବୃତ୍ତିରେ ପୂର୍ବତନ ବିଧାୟକ…

"ଜିଏସଟି ନାମରେ ବ୍ୟବସାୟୀଙ୍କୁ ଶୋଷଣ ବନ୍ଦ କରାଯାଉ : ପ୍ରଭାତ ମହାପାତ୍ର"

୧୬ ଦିନ କ୍ରମାଗତ ବଢ଼ିବା ପରେ, ପେଟ୍ରୋଲ ୬୦ ପଇସା ଏବଂ ଡିଜେଲ ୫୬ ପଇସା ହେଲା ସସ୍ତା

୧୬ ଦିନ ପରେ ପ୍ରଥମ ଥର ପେଟ୍ରୋଲ-ଡିଜେଲର ଦର କିଛି ମାତ୍ରାରେ ହ୍ରାସ ପାଇଛି। ପେଟ୍ରୋଲର ଦାମରେ ୬୦ ପଇସା ପ୍ରତି ଲିଟର ଏବଂ ଜିଜେଲର ଦରରେ ୫୬ ପଇସା ପ୍ରତି ଲିଟର କମ ହୋଇଛି। ନୂଆଦିଲ୍ଲୀ ୩୦ ମଇ (ଓଡ଼ିଆ ପୁଅ): ୧୬ ଦିନ ପରେ ପ୍ରଥମ ଥର ପେଟ୍ରୋଲ-ଡିଜେଲର ଦର କିଛି ପରିମାଣରେ କମ ହୋଇଛି। ପେଟ୍ରୋଲର ଦାମରେ ୬୦ ପଇସା ପ୍ରତି ଲିଟର ଏବଂ ଡିଜେଲର ଦରରେ ରେ ୫୬ ପଇସା ପ୍ରତି ଲିଟର କମ ହୋଇଛି। ବୁଧବାରଦିନ ଦିଲ୍ଲୀରେ ପେଟ୍ରୋଲ ୭୭ ଟଙ୍କା ୮୩ ପଇସା ପ୍ରତି ଲିଟର ଏବଂ ଡିଜେଲ ୬୮ ଟଙ୍କା ୭୫ ପଇସା ପ୍ରତି ଲିଟର…

"୧୬ ଦିନ କ୍ରମାଗତ ବଢ଼ିବା ପରେ, ପେଟ୍ରୋଲ ୬୦ ପଇସା ଏବଂ ଡିଜେଲ ୫୬ ପଇସା ହେଲା ସସ୍ତା"

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେଲା ସମବାୟ ଆପଣଙ୍କ ଦ୍ଵାରରେ ଚଳିତ ବର୍ଷ ସମବାୟ ଜରିଆରେ ୧,୦୦୦ କୋଟି ଟଙ୍କାର ମିଆଦି ଋଣ ପ୍ରଦାନ କରାଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୯/୫ (ଓଡ଼ିଆ ପୁଅ) – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମବାୟ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସମବାୟ ଆପଣଙ୍କ ଦ୍ଵାରରେ” ଶୁଭାରମ୍ଭ କରିଛନ୍ତି। ସମସ୍ତେ ସମବାୟ କାର୍ଯ୍ୟକ୍ରମ ବିଷୟରେ ସଚେତନ ହେବା ଏବଂ ଚାଷୀମାନଙ୍କ ପାଖରେ ଋଣ ସୁବିଧା ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ କହିଥିଲେଯେ, କୃଷି ଋଣର ଶତକଡା ୬୫ ପ୍ରତିଶତ ସମବାୟ ସଂସ୍ଥାମାନଙ୍କ ଜରିଆରେ ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଚାଷୀମାନଙ୍କୁ ଏକ ପ୍ରତିଶତ ସୁଧରେ ଋଣ ଯୋଗାଇ ଦେଉଛନ୍ତି। ଚାଷୀମାନଙ୍କୁ କୃଷି ମିଆଦି ଋଣ ଦେବା ପାଇଁ ବିଭିନ୍ନ ସର୍ତ୍ତକୁ କୋହଳ ମଧ୍ୟ କରାଯାଇଛି। ଚଳିତ ବର୍ଷ ୧,୦୦୦ କୋଟି ଟଙ୍କାର ମିଆଦି…

"ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେଲା ସମବାୟ ଆପଣଙ୍କ ଦ୍ଵାରରେ ଚଳିତ ବର୍ଷ ସମବାୟ ଜରିଆରେ ୧,୦୦୦ କୋଟି ଟଙ୍କାର ମିଆଦି ଋଣ ପ୍ରଦାନ କରାଯିବ – ମୁଖ୍ୟମନ୍ତ୍ରୀ"

କେଜେଏସ୍ ଆଲୁୱାଲିଆ କାରଖାନାରେ ଦୁର୍ଘଟଣା; ୧ ଗୁରୁତର

ଯୋଡା- ତା ୨୯/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ମଙ୍ଗଳବାର ଦିନ ରୁଗୁଡିସ୍ଥିତ କେ.ଜେ.ଏସ. ଆଲୁୱାଲିଆ କାରଖାନାରେ ଦୁର୍ଘଟଣା ଘଟି ଜଣେ ଡ୍ରାଇଭର ଗୁରୁତର ହେବା ପରେ ପ୍ରଥମେ ତାକୁ ଯୋଡାସ୍ଥିତ ଟାଟା ଡାକ୍ତରଖାନାକୁ ଓ ପରେ କଟକ ସ୍ଥାନାନ୍ତିତ କରାଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ପ୍ରତାପ କୁମାର ପ୍ରଧାନ ନାମକ ଜଣେ ଡ୍ରାଇଭର ସନ୍ତୋଷ ଟ୍ରାନ୍ସପୋର୍ଟ ଅଧିନରେ ବାହାରୁ କୋଇଲା ନେଇ କେଜେଏସ୍ କାରଖାନାକୁ ଆସିଥିଲେ। କୋଇଲା ଖଲାସ କରୁଥିବା ସମୟରେ କାରଖାନାର ଏକ ଯନ୍ତ୍ରାଂଶ ଉପରୁ ଖସି ତାଙ୍କ ମୁଣ୍ଡ ଉପରେ ପଡିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଅସାବଧାନତା ଯୋଗୁଁ ଦୁର୍ଘଟଣା ଏହି କାରଖାନାଟିରେ ନୀତିଦିନିଆ…

"କେଜେଏସ୍ ଆଲୁୱାଲିଆ କାରଖାନାରେ ଦୁର୍ଘଟଣା; ୧ ଗୁରୁତର"

ଦେଶବ୍ୟାପି ବ୍ୟାଙ୍କ ହରତାଳ : ବେତନ ବୃଦ୍ଧି ଦାବିକୁ ନେଇ ବ୍ୟାଙ୍କ କର୍ମଚାରୀମାନଙ୍କର ୨ ଦିନିଆ ହରତାଳ ଚେତାବନୀ

ବ୍ୟାଙ୍କ କର୍ମଚାରୀ ସଂଗଠନ ସ୍ପଷ୍ଟ କରିଛନ୍ତି କି ଯଦି ତାଙ୍କ ଦାବିରେ ସକାରାତ୍ମକ ବିଚାର ନ ହୁଏ ତେବେ ସେମାନେ ୩୦-୩୧ ମଇରେ ହରତାଳ କରିବେ ମୁଖ୍ୟ କଥା: ବ୍ୟାଙ୍କ କର୍ମଚାରୀମାନଙ୍କ ହରତାଳର ଚେତାବନୀ ବ୍ୟାଙ୍କ କର୍ମଚାରୀମାନେ ବେତନ ବୃଦ୍ଧି କରିବାକୁ ଦାବି କରୁଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଆଇବିଏ ଦାବି ମାନିନାହିଁ ନୂଆଦିଲ୍ଲୀ ୨୯ ମଇ (ଓଡ଼ିଆ ପୁଅ) : ଦେଶର ଅନେକ ସରକାରୀ ବ୍ୟାଙ୍କର କର୍ମଚାରିମାନଙ୍କର ବେତନ ବୃଦ୍ଧିର ଦାବିକୁ ନେଇକରି ମ୍ୟାନେଜମେଣ୍ଟକୁ ଦୁଇ ଦିନର ହରତାଳ କରିବାକୁ ଚେତାବନୀ ଦିଆଯାଇଛି। ବ୍ୟାଙ୍କ କର୍ମଚାରିମାନଙ୍କର ସଂଗଠନ ପୂର୍ବରୁ ହିଁ ନୋଟିସ ଦେଇ ନିଜର ଦାବିକୁ ରଖିଛନ୍ତି। ବ୍ୟାଙ୍କ ୟୁନିୟନ ଅଶୋକ ଗୁପ୍ତା ଜାତୀୟ ଗଣମାଧ୍ୟମକୁ…

"ଦେଶବ୍ୟାପି ବ୍ୟାଙ୍କ ହରତାଳ : ବେତନ ବୃଦ୍ଧି ଦାବିକୁ ନେଇ ବ୍ୟାଙ୍କ କର୍ମଚାରୀମାନଙ୍କର ୨ ଦିନିଆ ହରତାଳ ଚେତାବନୀ"

ଉଦଘାଟିତ ହେଲା ନ୍ୟାସନାଲ ଡାଟା ସେଂଟର କେନ୍ଦ୍ର ସରକାର ଓଡିଶାରେ ୨୦୦ କୋଟି ଟଙ୍କା ବ୍ୟୟରେ ଇଲେକ୍ଟ୍ରୋନିକ ମ୍ୟାନୁଫାକଚରିଂ କ୍ଲଷ୍ଟର ସ୍ଥାପନା କରିବେ – ଧର୍ମେନ୍ଦ୍ର ପ୍ରଧାନ

– ଦେଶର ସାଧାରଣ ଲୋକଙ୍କ ଜୀବନ ମାନରେ ଉନ୍ନତି ଆଣିବା ପାଇଁ ଡିଜିଟାଲ ଗଭର୍ନାନ୍ସ ଏକ ସଫଳ ପ୍ରୟୋଗ – ଡିଜିଟାଲ ଗଭର୍ନାନ୍ସ ମିନିମମ ଗଭର୍ନମେଂଟ – ମାକ୍ସିମମ ଗଭର୍ନାନ୍ସକୁ ସଫଳ କରୁଛି – ଲୋକଙ୍କ ବିକାଶ ପାଇଁ କେନ୍ଦ୍ର ରାଜ୍ୟ ସହଯୋଗ ଜରୁରୀ – ଦେଶରେ ପୂର୍ବରୁ ଦିଲ୍ଲୀ, ହାଇଦ୍ରାବାଦ, ପୁନେରେ ନ୍ୟାସନାଲ ଡାଟା ସେଂଟର ଥିବା ବେଳେ ପୂର୍ବ ଭାରତରେ ପ୍ରଥମ ପ୍ରକଳ୍ପ ଓଡିଶାରେ ହେବା ମୋଦି ସରକାରଙ୍କର ଓଡିଶା କେନ୍ଦ୍ରିକ ଯୋଜନାକୁ ସ୍ପଷ୍ଟ କରୁଛି। ଭୁବନେଶ୍ୱର, ୨୮ ମଇ (ଓଡ଼ିଆ ପୁଅ) – କେନ୍ଦ୍ର ସରକାର ଓଡିଶାରେ ୨୦୦ କୋଟି ଟଙ୍କା ବ୍ୟୟରେ ଇଲେକ୍ଟ୍ରୋନିକ ମ୍ୟାନୁଫାକଚରିଂ କ୍ଲଷ୍ଟର ସ୍ଥାପନା କରିବାକୁ ନିଷ୍ପତି…

"ଉଦଘାଟିତ ହେଲା ନ୍ୟାସନାଲ ଡାଟା ସେଂଟର କେନ୍ଦ୍ର ସରକାର ଓଡିଶାରେ ୨୦୦ କୋଟି ଟଙ୍କା ବ୍ୟୟରେ ଇଲେକ୍ଟ୍ରୋନିକ ମ୍ୟାନୁଫାକଚରିଂ କ୍ଲଷ୍ଟର ସ୍ଥାପନା କରିବେ – ଧର୍ମେନ୍ଦ୍ର ପ୍ରଧାନ"

ପୁଞ୍ଜି ନିବେଶ ସୃଷ୍ଟି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ – ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବରେ ୨୬୭୫ କୋଟି ଟଙ୍କାର ପୁଞ୍ଜିନିବେଶ, ସୃଷ୍ଟି କରିବ ୮୯୫୩ କର୍ମନିଯୁକ୍ତି ଭୁବନେଶ୍ୱର, ୨୮ ମେ’ ୨୦୧୮ (ଓଡ଼ିଆ ପୁଅ): ପୂର୍ବ ଭାରତର ମାନୁଫାକ୍‌ଚରିଂ ପେଣ୍ଠ ହେବା ପଥରେ ଓଡ଼ିଶା ଆଗେଇ ଚାଲିଛି। ଏହି ପଦକ୍ଷେପ ସ୍ୱରୂପ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ସଚିବାଳୟଠାରେ ଭିଡିଓ କନ୍‌ଫରେନସିଂ ଜରିଆରେ ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୬ ପରେ ୨୦୧୭ ନଭେମ୍ବରରେ ୧୫ଟି ମାନୁଫାକ୍‌ଚରିଂ ୟୁନିଟ୍‌ର ପ୍ରଥମ ଗ୍ରାଉଣ୍ଡବ୍ରେକିଂ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୧୧, ୬୯୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜିନିବେଶ ବାସ୍ତବ ରୂପ ନେଇଥିଲା ଏବଂ ୮, ୧୮୭…

"ପୁଞ୍ଜି ନିବେଶ ସୃଷ୍ଟି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ – ମୁଖ୍ୟମନ୍ତ୍ରୀ"