କଲିକତାରୁ ଚାନ୍ଦବାଲି ଦୈନିକ ୫୦ ଲକ୍ଷ ଟଙ୍କାର ଟିକସ କ୍ଷତି ବିକ୍ରିକର ଏବଂ ପୁଲିସ୍ ଜାଣତରେ ଚାଲିଛି ଚୋରା ବେପାର

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଟିକସ ଫାଙ୍କି ପ୍ରତିଦିନ ଯାତ୍ରୀବାହୀ ବସ୍ରେ ଆସୁଛି ୫୦ ଲକ୍ଷ ଟଙ୍କାରୁ ଅଧିକ ମାଲ। ଟ୍ରକ୍ରେ ଆସିବା ଭଳି ଯାତ୍ରୀବାହୀ ବସ୍ ଗୁଡିକ ଯାତ୍ରୀ ବୋହିବା ନାମକୁ ମାତ୍ର କାଗଜପତ୍ର କରି ଟିକସ ଫାଙ୍କି ଦିନକୁ ୫୦ ଲକ୍ଷରୁ ଅଧିକ ହେଉଛି। ମାସକୁ ୧୫ ରୁ ୧୮ କୋଟି ଟଙ୍କାର ଜିନିଷ କଲିକତାରୁ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନକୁ ଅଣାଯାଉଛି। ଭଦ୍ରକ ଜିଲାରୁ ଚାନ୍ଦବାଲି, ଆରଡି, ଧାମରା ଆଦି ସ୍ଥାନକୁ ଚାଲିଥିବା ଆନ୍ତରାଜ୍ୟ ବସ୍ ସେବା କେବଳ ଯାତ୍ରୀଙ୍କୁ ସେବା ଦେବା ନାମରେ ଚାଲିଛି ଅରାଜକତା। ଖବରରୁ ପ୍ରକାଶ, ଭଦ୍ରକ ଜିଲାରୁ ଚାଲିଥିବା ୮…

"କଲିକତାରୁ ଚାନ୍ଦବାଲି ଦୈନିକ ୫୦ ଲକ୍ଷ ଟଙ୍କାର ଟିକସ କ୍ଷତି ବିକ୍ରିକର ଏବଂ ପୁଲିସ୍ ଜାଣତରେ ଚାଲିଛି ଚୋରା ବେପାର"

‘ହୋଟେଲ ଆନନ୍ଦ’ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷର ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରରେ ବାଇପାସ୍ସ୍ଥିତ ଡାହାଣୀଗଡିଆ ଠାରେ ଥିବା ‘ହୋଟେଲ ଆନନ୍ଦ’ କୁ ବନ୍ଦ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡର୍ଠ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪ ମସିହାରୁ ପରିଚାଳିତ ହୋଇଆସୁଥିବା ଏହି ହୋଟେଲଟି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରିଚାଲିଛି। ବିଶେଷ କରି ବୋର୍ଡ ଡିଭିଜନ ୧୯୭୪ ଜଳ (ପି.ସି.ପି.) ଆକ୍ଟର ୨୬/୨୬ ଓ ବାୟୁ (ପି.ସି.ପି.) ୧୯୮୧ ଓ ୨୧ ଧାରା ଉଲ୍ଲଂଘନ କରି ବେଆଇନ୍ ଭାବେ ପରିଚାଳନା କରାଯାଇଛି। ଗତ ତା ୧୯.୧୦.୧୫ ରିଖରେ ରାଜ୍ୟ ପ୍ରଦୂଷଣ ବୋର୍ଡ କର୍ତ୍ତୃପକ୍ଷ ଏହି ହୋଟେଲଟିର ତଦାରଖ କରିବାକୁ…

"‘ହୋଟେଲ ଆନନ୍ଦ’ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷର ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ"

ଜିଲ୍ଲା ଖଣିଜ ପାଣ୍ଠିଗୁଡ଼ିକୁ ମିଳିଛି ୪୦୭୫ କୋଟି, ଖର୍ଚ୍ଚ ମାତ୍ର ୧୦ ପ୍ରତିଶତରୁ କମ୍

ଭୁବନେଶ୍ୱର, ୨୯ା୦୩ (ଓଡ଼ିଆ ପୁଅ): ବିଭିନ୍ନ ଜିଲ୍ଲାର ଖଣିଜ ପାଣ୍ଠିକୁ ତିନିବର୍ଷ ମଧ୍ୟରେ ୪ହଜାର ୭୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ମିଳିଥିବା ବେଳେ ଏଥିରୁ ଖର୍ଚ୍ଚ ହୋଇଛି ମାତ୍ର ୩୮୯ କୋଟି ଟଙ୍କା। ଅର୍ଥାତ୍ ତିନିବର୍ଷରେ ଖଣିଜ ପାଣ୍ଠିକୁ ଯେତେ ଅର୍ଥ ମିଳିଛି ସେଥିରୁ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଖର୍ଚ୍ଚ ନ ହୋଇ ପଡ଼ି ରହିଛି। ବିଧାୟକ ଦିଲିପ ରାୟ ଏ ସଂକ୍ରାନ୍ତରେ ବିଧାନସଭାରେ ପ·ରିଥିବା ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନରୁ ଖଣିଜ ପାଣ୍ଠି ଲାଗି ୩ ବର୍ଷ ମଧ୍ୟରେ ୭୪୮ କୋଟି ଟଙ୍କା ସଂଗ୍ରହ…

"ଜିଲ୍ଲା ଖଣିଜ ପାଣ୍ଠିଗୁଡ଼ିକୁ ମିଳିଛି ୪୦୭୫ କୋଟି, ଖର୍ଚ୍ଚ ମାତ୍ର ୧୦ ପ୍ରତିଶତରୁ କମ୍"

ତାଳଚେର ଥର୍ମାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

  ତାଳଚେର, ୨୭/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ଦ୍ୱାରା ପରିଚାଳିତ ତାଳଚେର ଥର୍ମାଲ ତାପଜ ବିଦ୍ୟୁତ କେନ୍ଦ୍ର (ଟି.ଟି.ପି.ଏସ୍) ନିଜର ବ୍ୟବସାୟିକ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ୫୦ବର୍ଷ ପୂରଣ କରି ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିଛି। ଏହି ବିଦ୍ୟୁତ କେନ୍ଦ୍ର ବିଗତ ୫୦ମଧ୍ୟରେ ଅନେକ ସଫଳତା ହାସଲ କରିଥିବାବେଳେ ବହୁ ଆହ୍ୱାନକୁ ମଧ୍ୟ ମୁକାବିଲା କରିଛି। ତେବେ ଏକ ପୁରୁଣା ପ୍ଲାଂଟ ହିସାବରେ ଏହାକୁ ବନ୍ଦ କରାଯିବାର ସମୟ ଉପନୀତ ହୋଇଛି। ଆଗାମୀ ୨୦୨୧ ମସିହା ପର୍ଯ୍ୟନ୍ତ ଏହାକୁ ଚାଲୁ ରଖିବାକୁ ଅନୁମତି ରହିଛି। ଏହା ବଦଳରେ ତାଳଚେର ଥର୍ମାଲର ୩ୟ ଷ୍ଟେଜର ସମ୍ପ୍ରସାରଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବ। ଏଥିପାଇଁ ପରିବେଶ, କୋଲ…

"ତାଳଚେର ଥର୍ମାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ"

ଚାଷୀ ପରିବାରର ଚାଷରୁ ମାସିକ ହାରାହାରି ଆୟ ଓଡ଼ିଶାରେ ମାତ୍ର ୧୪୦୭ ଟଙ୍କା ବେଳେ ପଞ୍ଜାବରେ ଏହା ୧୦, ୮୬୨ ଟଙ୍କା

ଭୁବନେଶ୍ୱର, ୨୭ା୦୩(ଓଡ଼ିଆ ପୁଅ): ନିରୋଳା କୃଷିରୁ ଓଡ଼ିଶା କୃଷକ ପରିବାରର ହାରାହାରି ମାସିକ ଆୟ ମାତ୍ର ୧୪୦୭ ଟଙ୍କା। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏଥିରୁ ଓଡ଼ିଶାରେ କୃଷି ଓ କୃଷକଙ୍କ ସ୍ଥିତି କେତେ ଦୟନୀୟ ରହିଛି ତାହା ସହଜରେ ଅନୁମେୟ। ଜାତୀୟ ନମୁନା ସର୍ଭେର ୭୦ତମ ପରିକ୍ରମା ରିପୋର୍ଟ ଅନୁଯାୟୀ ୨୦୧୨-୧୩ କୃଷି ବର୍ଷରେ ଓଡ଼ିଶା କୃଷକ ପରିବାର ମାସିକ ହାରାହାରି ଆୟ ନିରୋଳା କୃଷିରୁ ୧୪୦୭ ଟଙ୍କା ଥିବା ବେଳେ ପଞ୍ଜାବରେ ଏହାର ପରିମାଣ ରହିଛି ୧୦, ୮୬୨ ଟଙ୍କା। ପଶ୍ଚିମବଙ୍ଗକୁ ଛାଡ଼ିଦେଲେ…

"ଚାଷୀ ପରିବାରର ଚାଷରୁ ମାସିକ ହାରାହାରି ଆୟ ଓଡ଼ିଶାରେ ମାତ୍ର ୧୪୦୭ ଟଙ୍କା ବେଳେ ପଞ୍ଜାବରେ ଏହା ୧୦, ୮୬୨ ଟଙ୍କା"

ପ୍ରଦୂଷଣ କମ କରିବା ପାଇଁ ବଢ଼ିପାରେ ଡିଜେଲର ଦର ?

– ପ୍ରଦୂଷଣ କମ କରିବା ପାଇଁ କାହିଁକି ବଢ଼ାଇ ଦିଆନଯିବ ଡିଜେଲର ଦର: ସୁପ୍ରିମ କୋର୍ଟ ନୂଆଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଦିଲ୍ଲୀରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିକୁ ନଜରରେ ରଖି ସୁପ୍ରିମ କୋର୍ଟ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି କି କ’ଣ ପାଇଁ ପେଟ୍ରୋଲ ଏବଂ ଡିଜେଲର ଦରରେ ଥିବା ପାର୍ଥକ୍ୟକୁ ଏପରି ସ୍ତର ପର୍ଯ୍ୟନ୍ତ କମ କରିଦିଆଯାଇନପାରେ ଯେଉଁଥିରେ କି ଲୋକ ଡିଜେଲ ଚାଲିତ ବାହନ କମ ମାତ୍ରାରେ କିଣିବେ। ଉଚ୍ଚତମ ନ୍ୟାୟାଳୟ ସରକାରଙ୍କୁ ଏହି ବିଷୟ ଉପରେ ବିଚାର କରିବା ପାଇଁ କହିଛନ୍ତି। ବିଚାରପତି ମଦନ ବି ଲୋକୁର ଏବଂ ବିଚାରପତି ଦୀପକ ଗୁପ୍ତାଙ୍କର ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ତରଫରୁ ଆଡିସନାଲ ସଲିସିଟର…

"ପ୍ରଦୂଷଣ କମ କରିବା ପାଇଁ ବଢ଼ିପାରେ ଡିଜେଲର ଦର ?"

ମାଲ ପରିବହନରେ ରେକର୍ଡ କରିଥିବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– କାଣ୍ଡଲା ବନ୍ଦର ପରେ ଏହି ଉପଲବ୍ଧି ହାସଲ କରିବାରେ ପାରାଦୀପ ବନ୍ଦର ଦ୍ୱିତୀୟ – ପାରାଦୀପ ବନ୍ଦରର ଉପଲବ୍ଧି ହାସଲ କରିଥିବାରୁ ଆଗାମୀ ଦିନରେ ଏହା ଜାରୀ ରହିବ ବୋଲି ଆଶା ବ୍ୟକ୍ତ କଲେ ଶ୍ରୀ ପ୍ରଧାନ – ପାରାଦୀପ ବନ୍ଦରକୁ ପୂର୍ବ ଭାରତର ବିକାଶର ପେଣ୍ଠ ସ୍ଥଳୀ ଭାବେ ପରିଣତ କରିବାକୁ ଭିତିଭୂମିର ଆବଶ୍ୟକତା ବିକାଶ ସହ ଆନୁଷଙ୍ଗିକ ଆବଶ୍ୟକତାକୁ ନେଇ କଲେ ସମୀକ୍ଷା ଭୁବନେଶ୍ୱର, ନୂଆଦିଲ୍ଲୀ, ୨୬ ମାର୍ଚ (ଓଡ଼ିଆ ପୁଅ) – ୨୦୧୭-୧୮ରେ ରେକର୍ଡ ୧୦୦ ଏମଏମଟି ମାଲ ପରିବହନ କରିଥିବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ତାଙ୍କର ଟିମକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ,…

"ମାଲ ପରିବହନରେ ରେକର୍ଡ କରିଥିବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ଓଡ଼ିଶା ପାଇଁ ଦରକାର ୧୨ ହଜାର କୋଟି ଟଙ୍କାର କପଡ଼ା : ଉତ୍ପାଦିତ ହେଉଛି ୪୧୦ କୋଟିର

ଭୁବନେଶ୍ୱର, ୨୬ା୦୩ (ଓଡ଼ିଆ ପୁଅ): ଓଡ଼ିଶାର ଚାହିଦା ମେଣ୍ଟାଇବା ପାଇଁ ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କାର କପଡ଼ା ଦରକାର ହେଉଥିବା ବେଳେ ରାଜ୍ୟରେ ଉତ୍ପାଦିତ ହେଉଛି ମାତ୍ର ୪୧୦ କୋଟି ଟଙ୍କାର କପଡ଼ା। ଅନ୍ୟପକ୍ଷରେ ଓଡ଼ିଶାରେ ଥିବା ସମସ୍ତ ସୂତାକଳ ଓ ବୟନଶିଳ୍ପ ୟୁନିଟ୍ଗୁଡ଼ିକ ବର୍ଷ ବର୍ଷ ଧରି ବନ୍ଦ ହୋଇପଡ଼ିଛି। ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟ ଅଧିନରେ ଥିବା ଟେକ୍ସଟାଇଲ୍ କମିଟିର ସର୍ବଶେଷ ଆକଳନ ଅନୁଯାୟୀ ଓଡ଼ିଶା ପାଇଁ ବାର୍ଷିକ ହାରାହାରି ୧୦୮, ୬୪ କୋଟି ବର୍ଗ ମିଟର…

"ଓଡ଼ିଶା ପାଇଁ ଦରକାର ୧୨ ହଜାର କୋଟି ଟଙ୍କାର କପଡ଼ା : ଉତ୍ପାଦିତ ହେଉଛି ୪୧୦ କୋଟିର"

ଦେବାଳିଆ ଘୋଷିତ ହୋଇପାରେ PNB ବ୍ୟାଙ୍କ ? 31 ମାର୍ଚ୍ଚ ମଧ୍ୟରେ ହୋଇପାରେ ନିଷ୍ପତି, ପ୍ରଥମ ଥର ହେବ ଏପରି !

ମାମଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ ଜାରି ଲେଟର ଅଫ ଅଂଡରଟେକିଂଗ୍ସ (LoU) ଆଧାର ଉପରେ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରାୟତଃ 1000 କୋଟି ଟଙ୍କାର ଲୋନ ଦେଇଥିଲା, ଯାହାର ଆଦାୟ ଆସନ୍ତା କିଛି ଦିନମାନଙ୍କରେ କରିବାକୁ ଅଛି ମୁଖ୍ୟ କଥା: ପିଏନବିର LoU ଉପରେ ୟୁନିଅନ୍ ବ୍ୟାଙ୍କ ପ୍ରାୟତଃ 1000 କୋଟି ଟଙ୍କାର ଲୋନ ଦେଇଥିଲା 31 ମାର୍ଚ୍ଚ ପର୍ଯ୍ୟନ୍ତ ପଇସା ନ ଶୁଝିଲେ ପିଏନବିକୁ ଡିଫଲ୍ଟର ଲିଷ୍ଟରେ ରଖିବ ପ୍ରଥମଥର କୌଣସି ବ୍ୟାଙ୍କକୁ ଟେକ୍ନିକାଲ ଭାବରେ ଡିଫଲ୍ଟର ଘୋଷିତ କରାଯିବ ନୂଆଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) : ଭାରତୀୟ ବ୍ୟାଙ୍କିଙ୍ଗ ଇତିହାସରେ ଏମିତି କେବେ ହୋଇନଥିଲା, ଯେତେବେଳେ ଗୋଟିଏ ବ୍ୟାଙ୍କ ଦ୍ୱିତୀୟ…

"ଦେବାଳିଆ ଘୋଷିତ ହୋଇପାରେ PNB ବ୍ୟାଙ୍କ ? 31 ମାର୍ଚ୍ଚ ମଧ୍ୟରେ ହୋଇପାରେ ନିଷ୍ପତି, ପ୍ରଥମ ଥର ହେବ ଏପରି !"

ମହୁଲ ବେପାରକୁ ନେଇ ଶୋଷଣ ହେଉଛନ୍ତି ନିରୀହ ଆଦିବାସୀ

ରାଉରକେଲା ୨୫-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଆଦିବାସୀ ଅଧୁ୍ୟଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟକୁ ବିକ୍ରି କରି ଆଦିବାସୀ ଶ୍ରେଣୀର ବ୍ୟକ୍ତି ମାନେ ଜନିଜର ଜୀବିକା ନିର୍ବାହ କରିଥାନ୍ତି। ଅଧିକାଂଶ ଆଦିବାସୀ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ମହୁଲଫୁଲ ଠାରୁ ଆରମ୍ଭ କରି ବିଭିନ୍ନ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନେ ହାଟ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଉପରେ ସରକାରୀ କଟକଣା ପର ଠାରୁ ସେମାନଙ୍କ ପାରମ୍ପାରିକ ବୃତି ବିଲୋପ ହେବାକୁ ବସିଲାଣି। ଜଙ୍ଗଲ ଯାଇ ପାରୁନଥିବାରୁ ଆଦିବାସୀଙ୍କ ଅର୍ଥନୈତିକ ଜୀବନକୁ ପ୍ରଭାବିତ କରୁଛି। ତେବେ ଜଙ୍ଗଲତଳି ଅଂଚଳ ଓ ଗାଁ ଗଣ୍ଡାରେ ମିଳୁଥିବା…

"ମହୁଲ ବେପାରକୁ ନେଇ ଶୋଷଣ ହେଉଛନ୍ତି ନିରୀହ ଆଦିବାସୀ"