ମାଲ ପରିବହନରେ ରେକର୍ଡ କରିଥିବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– କାଣ୍ଡଲା ବନ୍ଦର ପରେ ଏହି ଉପଲବ୍ଧି ହାସଲ କରିବାରେ ପାରାଦୀପ ବନ୍ଦର ଦ୍ୱିତୀୟ – ପାରାଦୀପ ବନ୍ଦରର ଉପଲବ୍ଧି ହାସଲ କରିଥିବାରୁ ଆଗାମୀ ଦିନରେ ଏହା ଜାରୀ ରହିବ ବୋଲି ଆଶା ବ୍ୟକ୍ତ କଲେ ଶ୍ରୀ ପ୍ରଧାନ – ପାରାଦୀପ ବନ୍ଦରକୁ ପୂର୍ବ ଭାରତର ବିକାଶର ପେଣ୍ଠ ସ୍ଥଳୀ ଭାବେ ପରିଣତ କରିବାକୁ ଭିତିଭୂମିର ଆବଶ୍ୟକତା ବିକାଶ ସହ ଆନୁଷଙ୍ଗିକ ଆବଶ୍ୟକତାକୁ ନେଇ କଲେ ସମୀକ୍ଷା ଭୁବନେଶ୍ୱର, ନୂଆଦିଲ୍ଲୀ, ୨୬ ମାର୍ଚ (ଓଡ଼ିଆ ପୁଅ) – ୨୦୧୭-୧୮ରେ ରେକର୍ଡ ୧୦୦ ଏମଏମଟି ମାଲ ପରିବହନ କରିଥିବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ତାଙ୍କର ଟିମକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ,…

"ମାଲ ପରିବହନରେ ରେକର୍ଡ କରିଥିବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ଓଡ଼ିଶା ପାଇଁ ଦରକାର ୧୨ ହଜାର କୋଟି ଟଙ୍କାର କପଡ଼ା : ଉତ୍ପାଦିତ ହେଉଛି ୪୧୦ କୋଟିର

ଭୁବନେଶ୍ୱର, ୨୬ା୦୩ (ଓଡ଼ିଆ ପୁଅ): ଓଡ଼ିଶାର ଚାହିଦା ମେଣ୍ଟାଇବା ପାଇଁ ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କାର କପଡ଼ା ଦରକାର ହେଉଥିବା ବେଳେ ରାଜ୍ୟରେ ଉତ୍ପାଦିତ ହେଉଛି ମାତ୍ର ୪୧୦ କୋଟି ଟଙ୍କାର କପଡ଼ା। ଅନ୍ୟପକ୍ଷରେ ଓଡ଼ିଶାରେ ଥିବା ସମସ୍ତ ସୂତାକଳ ଓ ବୟନଶିଳ୍ପ ୟୁନିଟ୍ଗୁଡ଼ିକ ବର୍ଷ ବର୍ଷ ଧରି ବନ୍ଦ ହୋଇପଡ଼ିଛି। ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟ ଅଧିନରେ ଥିବା ଟେକ୍ସଟାଇଲ୍ କମିଟିର ସର୍ବଶେଷ ଆକଳନ ଅନୁଯାୟୀ ଓଡ଼ିଶା ପାଇଁ ବାର୍ଷିକ ହାରାହାରି ୧୦୮, ୬୪ କୋଟି ବର୍ଗ ମିଟର…

"ଓଡ଼ିଶା ପାଇଁ ଦରକାର ୧୨ ହଜାର କୋଟି ଟଙ୍କାର କପଡ଼ା : ଉତ୍ପାଦିତ ହେଉଛି ୪୧୦ କୋଟିର"

ଦେବାଳିଆ ଘୋଷିତ ହୋଇପାରେ PNB ବ୍ୟାଙ୍କ ? 31 ମାର୍ଚ୍ଚ ମଧ୍ୟରେ ହୋଇପାରେ ନିଷ୍ପତି, ପ୍ରଥମ ଥର ହେବ ଏପରି !

ମାମଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ ଜାରି ଲେଟର ଅଫ ଅଂଡରଟେକିଂଗ୍ସ (LoU) ଆଧାର ଉପରେ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରାୟତଃ 1000 କୋଟି ଟଙ୍କାର ଲୋନ ଦେଇଥିଲା, ଯାହାର ଆଦାୟ ଆସନ୍ତା କିଛି ଦିନମାନଙ୍କରେ କରିବାକୁ ଅଛି ମୁଖ୍ୟ କଥା: ପିଏନବିର LoU ଉପରେ ୟୁନିଅନ୍ ବ୍ୟାଙ୍କ ପ୍ରାୟତଃ 1000 କୋଟି ଟଙ୍କାର ଲୋନ ଦେଇଥିଲା 31 ମାର୍ଚ୍ଚ ପର୍ଯ୍ୟନ୍ତ ପଇସା ନ ଶୁଝିଲେ ପିଏନବିକୁ ଡିଫଲ୍ଟର ଲିଷ୍ଟରେ ରଖିବ ପ୍ରଥମଥର କୌଣସି ବ୍ୟାଙ୍କକୁ ଟେକ୍ନିକାଲ ଭାବରେ ଡିଫଲ୍ଟର ଘୋଷିତ କରାଯିବ ନୂଆଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) : ଭାରତୀୟ ବ୍ୟାଙ୍କିଙ୍ଗ ଇତିହାସରେ ଏମିତି କେବେ ହୋଇନଥିଲା, ଯେତେବେଳେ ଗୋଟିଏ ବ୍ୟାଙ୍କ ଦ୍ୱିତୀୟ…

"ଦେବାଳିଆ ଘୋଷିତ ହୋଇପାରେ PNB ବ୍ୟାଙ୍କ ? 31 ମାର୍ଚ୍ଚ ମଧ୍ୟରେ ହୋଇପାରେ ନିଷ୍ପତି, ପ୍ରଥମ ଥର ହେବ ଏପରି !"

ମହୁଲ ବେପାରକୁ ନେଇ ଶୋଷଣ ହେଉଛନ୍ତି ନିରୀହ ଆଦିବାସୀ

ରାଉରକେଲା ୨୫-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଆଦିବାସୀ ଅଧୁ୍ୟଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟକୁ ବିକ୍ରି କରି ଆଦିବାସୀ ଶ୍ରେଣୀର ବ୍ୟକ୍ତି ମାନେ ଜନିଜର ଜୀବିକା ନିର୍ବାହ କରିଥାନ୍ତି। ଅଧିକାଂଶ ଆଦିବାସୀ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ମହୁଲଫୁଲ ଠାରୁ ଆରମ୍ଭ କରି ବିଭିନ୍ନ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନେ ହାଟ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଉପରେ ସରକାରୀ କଟକଣା ପର ଠାରୁ ସେମାନଙ୍କ ପାରମ୍ପାରିକ ବୃତି ବିଲୋପ ହେବାକୁ ବସିଲାଣି। ଜଙ୍ଗଲ ଯାଇ ପାରୁନଥିବାରୁ ଆଦିବାସୀଙ୍କ ଅର୍ଥନୈତିକ ଜୀବନକୁ ପ୍ରଭାବିତ କରୁଛି। ତେବେ ଜଙ୍ଗଲତଳି ଅଂଚଳ ଓ ଗାଁ ଗଣ୍ଡାରେ ମିଳୁଥିବା…

"ମହୁଲ ବେପାରକୁ ନେଇ ଶୋଷଣ ହେଉଛନ୍ତି ନିରୀହ ଆଦିବାସୀ"

ବିଜୁବାବୁଙ୍କ ସ୍ମୃତି ବିଜଡ଼ିତ କଳିଙ୍ଗ ଲୁହା କାରଖାନା କାର୍ଯ୍ୟକ୍ଷମ କର: ଦିଲିପ ରାୟ

ଭୁବନେଶ୍ୱର, ୨୪-୦୩ (ଓଡ଼ିଆ ପୁଅ) : ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଠାରେ ପ୍ରତିଷ୍ଠା କରାଯାଇଥିବା କଳିଙ୍ଗ ଆଇରନ୍ ୱାର୍କସ୍ କାରଖାନା ୨୦୧୫ ଫେବୃଆରୀ ମାସରୁ ବନ୍ଦ ରହିଥିବା ବେଳେ ଆଧୁନିକୀକରଣ ସହ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ବିଧାୟକ ଦିଲିପ ରାୟ ପୁଣିଥରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି କାରଖାନା ବନ୍ଦ ହେବା ପୂର୍ବରୁ ଓ ପରେ ବିଧାନସଭାର ସବୁ ଅଧିବେଶନ ବିଧାୟକ ଶ୍ରୀ ରାୟ ଏ ପ୍ରସଙ୍ଗ ଲଗାତର ଭାବେ ଉଠାଇ ଚାଲିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ବିଜୁ ପଟ୍ଟନାୟକଙ୍କ ସରକାରରେ ଦିଲିପ ରାୟ ଓଡ଼ିଶାର ଶିଳ୍ପ ମନ୍ତ୍ରୀ ଥିଲେ ଓ ପରବର୍ତ୍ତୀ ସମୟରେ ସେ…

"ବିଜୁବାବୁଙ୍କ ସ୍ମୃତି ବିଜଡ଼ିତ କଳିଙ୍ଗ ଲୁହା କାରଖାନା କାର୍ଯ୍ୟକ୍ଷମ କର: ଦିଲିପ ରାୟ"

୪ ବର୍ଷରେ ଖଦି ବୋର୍ଡ ପାଇଛି ୮୮ କୋଟି ଟଙ୍କା : ଖଦି ଉତ୍ପାଦନ ୬ କୋଟିରୁ କମ୍

ଭୁବନେଶ୍ୱର, ୨୪ା୦୩ (ଓଡ଼ିଆ ପୁଅ) : ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପାଇଁ ରାଜ୍ୟ ସରକାର ୪ ବର୍ଷରେ ୨୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ଦେଇଥିବା ବେଳେ କେନ୍ଦ୍ର ସରକାର ଯୋଗାଇଛନ୍ତି ୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ। କିନ୍ତୁ ଉକ୍ତ ବର୍ଷଗୁଡ଼ିକରେ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ତାହାର ସହଯୋଗୀ ସଂସ୍ଥାମାନଙ୍କ ମାଧ୍ୟମରେ ମାତ୍ର ୨ କୋଟି ୧୪ ଲକ୍ଷ ଟଙ୍କାର ସୂତା ଉତ୍ପାଦନ କରିଥିବା ବେଳେ ୫ କୋଟି ୪୨ ଲକ୍ଷ ଟଙ୍କାର ଖଦି ସାମଗ୍ରୀ ତିଆରି କରିଛି। ଏହି ୪ ବର୍ଷରେ ରାଜ୍ୟରେ ପ୍ରାୟ ୪ କୋଟି ୨୭ ଲକ୍ଷ ଟଙ୍କାର ଖଦି ସାମଗ୍ରୀ ବିକ୍ରି ହୋଇଛି।…

"୪ ବର୍ଷରେ ଖଦି ବୋର୍ଡ ପାଇଛି ୮୮ କୋଟି ଟଙ୍କା : ଖଦି ଉତ୍ପାଦନ ୬ କୋଟିରୁ କମ୍"

ଆଇସିଆଇସିଆଇ ଲୋମ୍ବାର୍ଡ ପକ୍ଷରୁ ମୋଟର ବୀମା ଦାବିରେ ହେଉଥିବା କାରସାଦି ରୋକିବାକୁ ଶ୍ରେଷ୍ଠ ବ୍ୟବସ୍ଥା ପ୍ରଣୟନ

ଭୁବନେଶ୍ୱର, ୨୩/୩/୨୦୧୮(ଓଡ଼ିଆ ପୁଅ) : ଦେଶର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କଂପାନି ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ୍ ଇନ୍ ସୁ୍ୟରାନ୍ ସ କଂପାନି ପକ୍ଷରୁ ଭାରତର ଅଣ ବୀମା ଶିଳ୍ପରେ ତୃତୀୟ ପକ୍ଷ ମୋଟର ବୀମାରେ ବୃଦ୍ଧି ପାଉଥିବା ଦାବି କାରସାଦି ନେଇ ସଚେତନତା ସୃଷ୍ଟି କରିବା ଓ ତାହାକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଉଦ୍ୟମ କରାଯାଉଛି। ବୀମା ଶିଳ୍ପରେ ଦାବି କାରସାଦିର ସମସ୍ୟା ବଢ଼ୁଛି ବଢ଼ିଯାଇଛି ଯାହା ଶେଷରେ ପଲିସି ଧାରକଙ୍କ ସ୍ୱାର୍ଥକୁ ପ୍ରଭାବିତ କରୁଛି। ସକ୍ରିୟ ତଦନ୍ତ ଓ ଫୋରେନ୍ ସିକ୍ ଜରିଆରେ ଆଇସିଆଇସିଆଇ ଲୋମ୍ବାର୍ଡ ଦାବି କାରସାଦିକୁ ଚିହ୍ନଟ କରିବାରେ ଅଗ୍ରଦୂତ ସାଜିଛି। ରାଜ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂପାନି…

"ଆଇସିଆଇସିଆଇ ଲୋମ୍ବାର୍ଡ ପକ୍ଷରୁ ମୋଟର ବୀମା ଦାବିରେ ହେଉଥିବା କାରସାଦି ରୋକିବାକୁ ଶ୍ରେଷ୍ଠ ବ୍ୟବସ୍ଥା ପ୍ରଣୟନ"

ଓଡିଶାର ସାଧାରଣ ବଜେଟ୍ ୨୦୧୮-୧୯ ଓ ସାମାଜିକ କ୍ଷେତ୍ରର ସ୍ଥିତି

“ଓଡିଶା ରାଜ୍ୟ ବଜେଟ୍ ୨୦୧୮-୧୯ କୁ ସାଧାରଣ ଲୋକମାନଂକ ଦୃଷ୍ଟିଭଙ୍ଗିରେ ବିଶ୍ଲେଷଣ କରିବା ଉଦ୍ଦେଶ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ବିଶ୍ଲେଷଣIତ୍ମକ ଓ ପ୍ରୟୋଗାତ୍ମକ ଅର୍ଥନୀତି ବିଭାଗର ଗବେଷଣାରତ ଛାତ୍ରଛାତ୍ରୀ ଓ ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ, ବ୍ରହ୍ମପୁର ତରଫରୁ ମିଳିତ ଭାବେ ଏକ ଅଧ୍ୟୟନ କରିଥିଲେ। ୨୩ ମାର୍ଚ୍ଚ୍ ୨୦୧୮ ତାରିଖ ଦିନ ଓଡିଶାର ଅର୍ଥ ମନ୍ତ୍ରୀ ୨୦୧୮–୧୯ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ବିଧାନ ସଭାରେ ଉପସ୍ଥାପନ କରିଥିଲେ। ୨୦୧୮-୧୯ ବର୍ଷର ବଜେଟ ଯଦିଓ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ୍ ତଥାପି ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦର ମୋଟ ୨୭%। ଯଦି ଆମେ ୨୦୧୩-୧୪ ଆର୍ଥିକ ବର୍ଷର ଆନୁମାନିକ…

"ଓଡିଶାର ସାଧାରଣ ବଜେଟ୍ ୨୦୧୮-୧୯ ଓ ସାମାଜିକ କ୍ଷେତ୍ରର ସ୍ଥିତି"

ଦ୍ୱୈତ ଟିକସ ଏଡାଇବା ଏବଂ ଆୟ ଉପରେ ଟିକସ ଫାଙ୍କି ରୋକିବା ଲାଗି ଭାରତ, କତାର ବୁଝାମଣାରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦ୍ୱୈତ ଟିକସ ଏଡାଇବା ଏବଂ ଆୟ ଉପରେ ଟିକସ ସମ୍ପର୍କରେ ଆର୍ଥିକ ଫାଙ୍କି ରୋକିବା ଲାଗି ଭାରତ ଏବଂ କତାର ମଧ୍ୟରେ ବୁଝାମଣାରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କତାର ସହିତ ବର୍ତମାନ ଦ୍ୱୈତ ଟିକସ ଏଡାଇବା ବୁଝାମଣା (ଡିଟିଏ) ୭ ଏପ୍ରିଲ ୧୯୯୯ରେ ସ୍ୱାକ୍ଷରିତ ହୋଇଥିଲା। ଏହା ୧୫ ଜାନୁଆରୀ ୨୦୦୦ ପରଠାରୁ କାର୍ଯ୍ୟକାରୀ ହେଲା। ସଂଶୋଧିତ ବୁଝାମଣାରେ ନବୀନତମ ମାନକର ସୂଚନା ବିନିମୟ ଲାଗି ବ୍ୟବସ୍ଥାରେ ସୁଧାର ବ୍ୟବସ୍ଥା ରହିଛି। ଏଥିରେ ଲାଭର ସୀମାଙ୍କନ ବ୍ୟବସ୍ଥା ରହିଛି ଯାହାଦ୍ୱାରା ଟ୍ରିଟି ସପିଂକୁ ରୋକାଯାଇପାରିବ ଏବଂ…

"ଦ୍ୱୈତ ଟିକସ ଏଡାଇବା ଏବଂ ଆୟ ଉପରେ ଟିକସ ଫାଙ୍କି ରୋକିବା ଲାଗି ଭାରତ, କତାର ବୁଝାମଣାରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି"

ନୂତନ ୟୁରିଆ ନୀତି ଅନ୍ତର୍ଗତ ଶକ୍ତି ମାନଦଣ୍ଡ ପରିବର୍ତ୍ତନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ବୈଠକରେ କୃଷି ସାର ବିଭାଗର ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ୧. ନୂଆ ଶକ୍ତି ନୀତି-୨୦୧୫ ଅନ୍ତର୍ଗତ ୧୧ଟି ୟୁରିଆ ଉଦ୍ୟୋଗ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଶକ୍ତି ନିୟମକୁ ୧ ଏପ୍ରିଲ ୨୦୧୮ ଠାରୁ ପ୍ରଭାବୀ କରି କାର୍ଯ୍ୟାନ୍ୱୟନ କରାଯିବ। ୨. ସାଂକେତିକ ଜରିମାନା ସହିତ ବର୍ତମାନର ଶକ୍ତି ମାନଦଣ୍ଡର ସମ୍ପ୍ରସାରଣକୁ ନୂଆ ୟୁରିଆ ନୀତି ୨୦୧୫ ଅନ୍ତର୍ଗତ ଦୁଇ ବର୍ଷ ଲାଗି ବୃଦ୍ଧି କରାଯିବ। ୩. ବର୍ତମାନର ଶକ୍ତି ମାନଦଣ୍ଡର ତିନୋଟି ନାଫଥା ଆଧାରିତ ଶକ୍ତି ସଂସ୍ଥା ସମ୍ପର୍କରେ…

"ନୂତନ ୟୁରିଆ ନୀତି ଅନ୍ତର୍ଗତ ଶକ୍ତି ମାନଦଣ୍ଡ ପରିବର୍ତ୍ତନକୁ କ୍ୟାବିନେଟ ମଞ୍ଜୁରି"