ଓଡ଼ିଶା

କୁଆଡ଼େ ଗଲା ଦୁଇ ହଜାର ଟଙ୍କିଆ ନୋଟ୍ ? ଶିବରାଜ ସିଂହ ଚୌହାନ କହିଲେ ଷଡ଼ଯନ୍ତ୍ର

ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) ବ୍ଲାକ୍ ମନି ଅର୍ଥାତ୍ କଳାଧନ ସମାପ୍ତ କରିବା ପାଇଁ କରାଯାଇଥିବା ବିମୁଦ୍ରାୟନ ପରେ ଜାରି କରାଯାଇଥିବା ୨୦୦୦ ଟଙ୍କାର ନୋଟ ଉପରେ ମଧ୍ୟ କ’ଣ କଳାଧନର କାରୋବାରୀମାନେ ସିନ୍ଧୁକରେ ରଖି ତାଲା ମାରିଦେଇଛନ୍ତି? କିମ୍ବା ରିଜର୍ଭ ବ୍ୟାଙ୍କ ଏହି ବଡ଼ ନୋଟର ସପ୍ଲାଇ କମ କରିଦେଇଛି? ୨୦୦୦ ଟଙ୍କାର ନୋଟର ଅଭାବ ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟ ପ୍ରଦେଶ, ବିହାର ଏବଂ ଗୁଜରାତ ସହିତ ଅନେକ ରାଜ୍ୟଗୁଡ଼ିକରେ ନଗଦ ଟଙ୍କାର ଅଭାବର ଖବର ସାମନାକୁ ଆସିଛି। ମଧ୍ୟ ପ୍ରଦେଶରେ କେବେ ସ୍ଥିତି ଏତେ ଭୟାବହ ହୋଇଯାଇଛି କି ସୋମବାର ଦିନ ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହା ପଛରେ ଷଡ଼ଯନ୍ତ୍ରର ଆଶଙ୍କା ପ୍ରକାଶ କରି ଏହାର ଜାଂଚ ହେବା କଥା କହିଛନ୍ତି।

ମିଡ଼ିଆ ରିପୋର୍ଟ୍ସରେ କୁହାଯାଇଛିଯେ, ବ୍ୟାଙ୍କ ଶାଖାଗୁଡ଼ିକରେ ଏବଂ କରେନ୍ସି ଚେଷ୍ଟରେ ମଧ୍ୟ ୨୦୦୦ ଟଙ୍କାର ନୋଟର କ୍ରମାଗତଭାବେ କମ ହେଉଛି। ଆରବିଆଇ ବିମୁଦ୍ରାୟନ ପରେ ପ୍ରାୟତଃ ୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କାର ନୋଟ ଜାରି କରିଥିଲା। ଜୁଲାଇରେ ବ୍ୟାଙ୍କଗୁଡ଼ିକରେ ଏହି ନୋଟର ସଂଖ୍ୟା ପ୍ରାୟତଃ ୩୫ ପ୍ରତିଶତ, ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ଏହା ହ୍ରାସ ପାଇ ୨୫ ପ୍ରତିଶତ ହୋଇଯାଇଥିଲା। ଏବଂ ବ୍ୟାଙ୍କଗୁଡ଼ିକରେ ଜମା ନଗଦ ଦୈନିକ ୧୪ କୋଟିରୁ ହ୍ରାସ ପାଇ ୪ କୋଟିରେ ପହଁଚିଛି।

ମଧ୍ୟପ୍ରଦେଶ ସହିତ ଦେଶର ଅନେକ ରାଜ୍ୟଗୁଡ଼ିକର ଏଟିଏମରେ ନକଦ ଟଙ୍କା ନମିଳିବା ମଧ୍ୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି କି କିଛି ଲୋକ ୨,୦୦୦ ଟଙ୍କାର ନୋଟ ଦବାଇ କରି ନଗଦର ଅଭାବ ସୃଷ୍ଟି କରିବାର ଷଡ଼ଯନ୍ତ୍ର ରଚୁଛନ୍ତି। ଚୌହାନ ଚାଷୀ ମହାସମ୍ମେଳନ ରେ କହିଛନ୍ତି, ‘ଯେତେବେଳେ (ନଭେମ୍ବର ୨୦୧୬ ରେ) ବିମୁଦ୍ରାୟନ ହୋଇଥିଲା ସେତେବେଳେ ୧୫ ଲକ୍ଷ କୋଟି ଟଙ୍କାର ନୋଟ ବଜାରକୁ ଆସିଥିଲା ଏବଂ ଆଜି ପର୍ଯ୍ୟନ୍ତ ସାଢ଼େ ୧୬ ଲକ୍ଷ କୋଟିଟଙ୍କାର ନୋଟ ଛାପିକରି ବଜାରକୁ ପଠା ଯାଇଛି। କିନ୍ତୁ ୨-୨ ହଜାରର ନୋଟ କୁଆଡ଼େ ଯାଉଛି। କିଏ ଦବାଇକରି ରଖିଛି, କିଏ ନଗଦର ଅଭାବ ସୃଷ୍ଟି କରୁଛି ଏହା ଷଡ଼ଯନ୍ତ୍ର ଅଟେ।’

ଚୌହାନ କହିଲେ କି ଏହି ଷଡ଼ଯନ୍ତ୍ର ଏଥିପାଇଁ କରାଯାଉଛି, ଯେପରିକି ଅସୁବିଧା ସୃଷ୍ଟି ହେଉ। ସେ କହିଲେ, ‘ଆଜି ପ୍ରଦେଶରେ ନଗଦ ଟଙ୍କାର ଅଭାବ ସୃଷ୍ଟି କରାଯାଉଛି, ଏଥିରୁ ରାଜ୍ୟ ସରକାର ନିପଟିବେ। ପ୍ରଦେଶ ସରକାର ଏହା ଉପରେ ଶକ୍ତିର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ସମ୍ବନ୍ଧରେ ଆମେ କେନ୍ଦ୍ର ସହିତ ମଧ୍ୟ କଥା ହେଇଛୁ।’

ଅବଶ୍ୟ, ଆରବିଆଇ କିମ୍ବା ଅର୍ଥ ମନ୍ତ୍ରଣାଳୟ ତରଫରୁ ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top