ଜାତୀୟ ପଛୁଆ ବର୍ଗ କମିଶନ୍ ଗଠନ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ କୁ ଅନୁମୋଦନ ମିଳିଛି। ଏଥିମଧ୍ୟରେ ରହିଛି ସମ୍ବିଧାନ (୧୨୩ତମ ସଂଶୋଧନ) ବିଲ୍ ୨୦୧୭ ଏବଂ ସଂସଦରେ ଗୃହିତ ଜାତୀୟ ପଛୁଆବର୍ଗ କମିଶନ୍ ବିଲ, ୨୦୧୭। ଏଥିସହିତ ପୂର୍ବତନ ଜାତୀୟ ପଛୁଆ ବର୍ଗ କମିଶନଙ୍କ ଦ୍ୱାରା ଧାରଣ କରାଯାଇଥିବା ପଦପଦବୀ ଏବଂ କାର୍ଯ୍ୟାଳୟ ପରିସରକୁ ନୂଆକରି ଗଠନ କରାଯାଇଥିବା ପଛୁଆବର୍ଗ କମିଶନଙ୍କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି।

ସାମାଜିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ ପାଇଁ ସମ୍ବିଧାନର ଅନୁଚ୍ଛେଦ ୩୩୮(ଖ) ଅନୁଯାୟୀ ଜାତୀୟ ପଛୁଆ ବର୍ଗ କମିଶନ ଗଠନ ଲାଗି ସମ୍ବିଧାନ ସଂଶୋଧନ କରାଯିବ।

ସମ୍ବିଧାନର ଅନୁଚ୍ଛେଦ ୩୬୬ରେ ଏକ ସ୍ୱତନ୍ତ୍ର ଧାରା (୨୬ଗ) ଯୋଗ କରାଯିବାର ପ୍ରସ୍ତାବ ରହିଛି ଯାହା ସାମାଜିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗଙ୍କ ପାଇଁ ଏହି ଉଦ୍ଦେଶ୍ୟ ଅନ୍ତର୍ଗତ ଅନୁଚ୍ଛେଦ ୩୪୨ (କ) ଅନୁଯାୟୀ ଏକ ନୂଆ ପରିଭାଷା ନିର୍ଦ୍ଧାରଣ କରୁଛି।

ଜାତୀୟ ପଛୁଆ ବର୍ଗ କମିଶନ ଆଇନ ୧୯୯୩କୁ ରଦ୍ଧ କରାଯାଇ ସଂଶୋଧିତ ଜାତୀୟ ପଛୁଆ ବର୍ଗ କମିଶନ ବିଲ୍ ୨୦୧୭ ଅଣାଯାଇଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ପଛୁଆ ବର୍ଗ କମିଶନ୍ ଗଠନ କରାଯିବା ପରେ ସେହି ତାରିଖ ଠାରୁ ଜାତୀୟ ପଛୁଆ ବର୍ଗ ଅଧିନିୟମର ଧାରା ୩ର ଉପଧାରା ୧ ଅନୁଯାୟୀ ପୂର୍ବରୁ ଥିବା ଜାତୀୟ ପଛୁଅ ବର୍ଗ କମିଶନ ଭଙ୍ଗ ହୋଇଯିବ।

ଅନୁଚ୍ଛେଦ ୩୩୮ (ଖ) ଅନୁଯାୟୀ ପୂର୍ବରୁ ବିଭିନ୍ନ ପଦପଦବୀରେ ରହିଥିବା ପଦବୀଧାରୀଙ୍କୁ ମିଶାଇ ୫୨ଟି ପଦବୀ ସୃଷ୍ଟି କରାଯାଇ ପ୍ରସ୍ତାବିତ ଜାତୀୟ ପଛୁଆ ବର୍ଗ କମିଶନ ଗଠନ କରାଯିବ।

ତ୍ରିକୂଟ-୧, ଭିକାଜି କାମା ପ୍ଲେସ୍, ନୂଆଦିଲ୍ଲୀ-୧୧୦୦୬୬ ଠାରେ ଥିବା ବର୍ତମାନର ଜାତୀୟ ପଛୁଆ ବର୍ଗ କମିଶନଙ୍କ କାର୍ଯ୍ୟାଳୟ ପରିସରକୁ ଦଖଲ କରିବା ଏବଂ ସମ୍ବିଧାନାର ଧାରା ୩୩୮(ଖ) ଅନୁଯାୟୀ ପଛୁଆବର୍ଗ କମିଶନ ଗଠନ କରିବା ଲାଗି ନିଷ୍ପତି ହୋଇଛି।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଫଳରେ ସାମାଜିକ ଏବଂ ଶିକ୍ଷାଗତ କ୍ଷେତ୍ରରେ ପଛୁଆ ରହିଥିବା ଲୋକମାନଙ୍କର କଲ୍ୟାଣ ହୋଇପାରିବ। ଜାତୀୟ ପଛୁଆ ବର୍ଗ କମିଶନ ଅଧିକ ଦକ୍ଷତାର ସହ ମଧ୍ୟ କାର୍ଯ୍ୟ କରିପାରିବ।

Leave a Reply

Your email address will not be published. Required fields are marked *