ଦ୍ୱୈତ ଟିକସ ସମସ୍ୟା ଏଡାଇବା ପାଇଁ ଭାରତ- ପର୍ତୁଗାଲ ମଧ୍ୟରେ ପ୍ରୋଟୋକଲ ରାଜିନାମା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ଭାରତ ଏବଂ ପର୍ତୁଗାଲ ମଧ୍ୟରେ ଦ୍ୱୈତ ଟିକସ ସମସ୍ୟା ଏଡାଇବା ପାଇଁ ବର୍ତମାନର ଦ୍ୱିପାକ୍ଷିକ ସନନ୍ଦରେ କେତେକ ସଂଶୋଧନ ଅଣାଯିବ। ଏଥିଲାଗି ଏକ ପ୍ରୋଟୋକଲ ବୁଝାମଣା ହସ୍ତାକ୍ଷର କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି।

ଏହି ପ୍ରୋଟୋକଲ ଲାଗୁ ହେବାପରେ ଭାରତ ଓ ପର୍ତୁଗାଲ ମଧ୍ୟରେ ଟିକସ ସଂକ୍ରାନ୍ତ ତଥ୍ୟ ଓ ସୂଚନା ଆଦାନ-ପ୍ରଦାନ କରିବା ସହଜ ହେବ ଯାହାଫଳରେ ଦୁଇ ଦେଶ ମଧ୍ୟରେ ଟିକସ ଫାଙ୍କିକୁ ରୋକା ଯାଇପାରିବ।

Leave a Reply

Your email address will not be published. Required fields are marked *