ଜାତୀୟ ଜୈବ ଇନ୍ଧନ ନୀତି-୨୦୧୮କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆ ଦିଲ୍ଲୀ ୧୬ ମଇ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାତୀୟ ଜୈବ ଇନ୍ଧନ ନୀତି-୨୦୧୮କୁ ମଞ୍ଜୁରି ଦେଇଛନ୍ତି।

ପ୍ରମୁଖ ବିଶେଷତ୍ୱ :

୧. ଏହି ନୀତି ଜୈବ ଇନ୍ଧନକୁ “ମୂଳ ଜୈବ ଇନ୍ଧନ” ଭାବେ ବର୍ଗୀକରଣ କରୁଛି ଅର୍ଥାତ୍ ପ୍ରଥମ ପିଢ଼ି (ୱାନ ଜି) ଜୈବ ଇଥାନଲ ଏବଂ ଜୈବଡିଜେଲ ଏବଂ “ଉନ୍ନତ ଜୈବ ଇନ୍ଧନ”- ଦ୍ୱିତୀୟ ପିଢ଼ି (ଟୁଜି) ଇଥାନଲ, ପୌରାଂଚଳ କଠିନ ବର୍ଜ୍ୟ (ଏମଏସଡବ୍ଲ୍ୟୁ)ରୁ ଡ୍ରପ-ଇନ ଇନ୍ଧନ, ତୃତୀୟ ପିଢ଼ି (ଥ୍ରୀଜି) ଜୈବଇନ୍ଧନ, ଜୈବ-ସିଏନଜି ଆଦିକୁ ସୂଚୀବଦ୍ଧ କରିଛି। ପ୍ରତ୍ୟେକ ବର୍ଗରେ ଉପଯୁକ୍ତ ଆର୍ଥିକ ଏବଂ ବିତୀୟ ସମ୍ପ୍ରସାରଣକୁ ସକ୍ଷମ କରିବା ଲାଗି ଏପରି କରାଯାଇଛି।

୨. ନୀତିରେ ଆଖୁ ରସ, ଚିନି ଥିବା ସାମଗ୍ରୀ ଯେପରିକି ସୁଗାର ବିଟ୍, ସ୍ୱିଟ୍ ସୋରଘମ, ଷ୍ଟାର୍ଚ ଥିବା ବସ୍ତୁ ଯେପରିକି- ମକା, କସାଭା, ମନୁଷ୍ୟ ଉପଯୋଗ ପାଇଁ ଅନୁପଯୁକ୍ତ ଶସ୍ୟ ଯେପରିକି ଗହମ, ଭଙ୍ଗା ଚାଉଳ, ପଚା ଆଳୁର ବ୍ୟବହାରକୁ ଅନୁମତି ଦେଇ ଇଥାନଲ ଉତ୍ପାଦନ ଲାଗି କଂଚା ମାଲର ପରିଧି ବଢ଼ାଇଛି।

୩. ଅତିରିକ୍ତ ଉତ୍ପାଦନ ପର୍ଯ୍ୟାୟ ସମୟରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ନମିଳିବାର ବିପଦ ଥାଏ। ଏହାକୁ ଦୃଷ୍ଟିରେ ରଖି ଏହି ନୀତିରେ ଜାତୀୟ ଜୈବ ଇନ୍ଧନ ସମନ୍ୱୟ ସମିତିର ମଞ୍ଜୁରି ଦ୍ୱାରା ଇଥାନଲ ଉତ୍ପାଦନ ଲାଗି ପେଟ୍ରୋଲ ସହିତ ଏହାକୁ ମିଶାଇବା ଲାଗି ଅତିରିକ୍ତ ଶସ୍ୟର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।

୪. ଜୈବ ଇନ୍ଧନ ଲାଗି, ନୀତିରେ ଟୁଜି ଇଥାନଲ ଜୈବ ରିଫାଇନାରୀ ଲାଗି ୱାନ ଜି ଜୈବ ଇନ୍ଧନ ତୁଳନାରେ ଅତିରକ୍ତି ଟିକସ ପ୍ରୋତ୍ସାହନ, ଉଚ୍ଚ କ୍ରୟ ମୂଲ୍ୟ ବ୍ୟତୀତ ୬ ବର୍ଷରେ ୫ ହଜାର କୋଟି ଟଙ୍କାର ପାଣ୍ଠିଥିବା ଯୋଜନା ପାଇଁ ବ୍ୟବହାରୀକ ତାରତମ୍ୟ ସଂକେତ ଦିଆଯାଇଛି।

୫. ଖାଦ୍ୟ ଅନୁପଯୋଗୀ ତୈଳ ବୀଜ, ବ୍ୟବହାର କରାଯାଇସାରିଥିବା ଖାଇବା ତେଲ, ଲଘୁ ଗର୍ଭାବଧି ଫସଲରୁ ଜୈବ ଡିଜେଲ ଉତ୍ପାଦନ ଲାଗି ଯୋଗାଣ ଶୃଙ୍ଖଳା ବ୍ୟବସ୍ଥା ବିକଶିତ କରିବା ଲାଗି ନୀତିରେ ପ୍ରୋତ୍ସାହନ ଦିଆଯାଇଛି।

୬. ଏହି ପ୍ରୟାସ ଲାଗି ନୀତି ଦସ୍ତାବିଜରେ ଜୈବ ଇନ୍ଧନ ସହ ଜଡ଼ିତ ସମସ୍ତ ମନ୍ତ୍ରଣାଳୟ/ବିଭାଗର ଭୂମିକା ଏବଂ ଉତରଦାୟିତ୍ୱର ଅଧିଗ୍ରହଣ କରାଯାଇଛି।

ସମ୍ଭାବ୍ୟ ଲାଭ :

ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ : ୧ କୋଟି ଲିଟର ଇ-୧୦ ବର୍ତମାନର ମୂଲ୍ୟରେ ୨୮ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ କରିବ। ଇଥାନଲ ଯୋଗାଣ ବର୍ଷ ୨୦୧୭-୧୮ରେ ପାଖାପାଖି ୧୫୦ କୋଟି ଲିଟର ଇଥାନଲ ଯୋଗାଣ ପରଲକ୍ଷିତ ହେବାର ଆଶା କରାଯାଉଛି। ଏହାଦ୍ୱାରା ୪୦୦୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ ହେବ।

ସ୍ୱଚ୍ଛ ପରିବେଶ : ୧ କୋଟି ଲିଟର ଇ-୧୦ରୁ ପାଖାପାଖି ୨୦, ୦୦୦ ଟନ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ହ୍ରାସ ପାଇବ। ୨୦୧୭-୧୮ ବର୍ଷରେ ଇଥାନଲ ଯୋଗାଣ ଲାଗି ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ୩୦ ଲକ୍ଷ ଟନ ପର୍ଯ୍ୟନ୍ତ ହ୍ରାସ ପାଇବ। ଫସଲ ପୋଡ଼ିରେ ହ୍ରାସ ଆଣିବା ଏବଂ କୃଷି ସମ୍ବନ୍ଧୀୟ ଆବର୍ଜନା/ବର୍ଜ୍ୟବସ୍ତୁକୁ ଜୈବ ଇନ୍ଧନରେ ରୂପାନ୍ତରଣ କରି ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ଆହୁରି ହ୍ରାସ କରାଯିବ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ : ଖାଦ୍ୟ ପ୍ରସ୍ତୁତି ଲାଗି ତେଲ, ବିଶେଷ କରି ଛାଣିବା ଲାଗି ଉଦ୍ଦିଷ୍ଟ ତେଲକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାରମ୍ବାର ବ୍ୟବହାର କରିବା ଫଳରେ ସ୍ୱାସ୍ଥ୍ୟ ପାଇଁ ଘାତକ ବିପଦ ସୃଷ୍ଟି ହୋଇପାରେ। ଏହାଦ୍ୱାରା ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ବ୍ୟବହୃତ ହୋଇସାରିଥିବା ଖାଇବା ତେଲ ଜୈବ ଇନ୍ଧନ ଲାଗି ସମ୍ବାବ୍ୟ ଫିଡଷ୍ଟକ ହୋଇପାରେ। ଜୈବ ଇନ୍ଧନ ପ୍ରସ୍ତୁତ କରିବା ଲାଗି ଏହାର ବ୍ୟବହାର ଦ୍ୱାରା ଖାଦ୍ୟ ଉଦ୍ୟୋଗରେ ଖାଦ୍ୟ ପ୍ରସ୍ତୁତି ତେଲର ପୁନଃବ୍ୟବହାର ବନ୍ଦ ହୋଇପାରିବ।

ଏମଏସଡବ୍ଲ୍ୟ ପରିଚାଳନା : ଏକ ଆକଳନ ଅନୁଯାୟୀ ଭାରତରେ ପ୍ରତି ବର୍ଷ ୬୨ ଏମଏମଟି ପରିମାଣର ପୌରାଂଚଳ କଠିନ ବର୍ଜ୍ୟ ବାହାରୁଛି। ଏପରି ପ୍ରଯୁକ୍ତି ଉପଲବ୍ଧ ରହିଛି ଯାହା ଆବର୍ଜନ/ପ୍ଲାଷ୍ଟିକ, ଏମଏସଡବ୍ଲ୍ୟୁକୁ ଇନ୍ଧନରେ ପରିଣତ କରିପାରିବ। ଏପରି ଗୋଟିଏ ଟନ ଆବର୍ଜନରେ ଇନ୍ଧନ ଲାଗି ପାଖାପାଖି ୨୦ ପ୍ରତିଶତ ବୁନ୍ଦା ପ୍ରଦାନ କରିବାର ସମ୍ଭାବନା ରହିଛି।

ଗ୍ରାମାଂଚଳରେ ମୌଳିକ ଭିତିଭୂମିରେ ନିବେଶ : ଏକ ଆକଳନ ଅନୁଯାୟୀ ଗୋଟିଏ ୧୦୦ କେଏଲପିଡି ଜୈବ ରିଫାଇନାରୀ ନିମନ୍ତେ ପାଖାପାଖି ୮୦୦ କୋଟି ଟଙ୍କାର ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ବର୍ତମାନ ତୈଳ ବିପଣନ କମ୍ପାନୀଗୁଡ଼ିକ ପାଖାପାଖି ୧୦, ୦୦୦ କୋଟି ଟଙ୍କାର ନିବେଶରେ ୧୨ଟି ଟୁଜି ରିଫାଇନାରୀ ପ୍ରତିଷ୍ଠା କରିବାର ପ୍ରକ୍ରିୟାରେ ରହିଛନ୍ତି। ଏଥିସହିତ ଦେଶରେ ଟୁଜି ଜୈବ ରିଫାଇନାରୀ ଦ୍ୱାରା ଗ୍ରାମାଂଚଳରେ ମୌଳିକ ଭିତିଭୂମିରେ ନିବେଶ ଲାଗି ପ୍ରୋତ୍ସାହନ ମିଳିପାରିବ।

ରୋଜଗାର ସୃଷ୍ଟି : ଗୋଟିଏ ୧୦୦ କେଏଲପିଡି ଟୁଜି ଜୈବ ରିଫାଇନାର ପ୍ଲାଂଟ ପରିଚାଳନା, ଗ୍ରାମାଂଚଳ ସ୍ତରର ଉଦ୍ୟୋଗ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନାରେ ୧୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

କୃଷକମାନଙ୍କ ଅତିରିକ୍ତ ଆୟ : ଟୁଜି ପ୍ରଯୁକ୍ତିଗୁଡ଼ିକୁ ଆପଣାଇ ଟିକସ କୃଷି ସମ୍ବନ୍ଧୀୟ ବର୍ଜ୍ୟ/ଆବର୍ଜନକୁ ଇଥାନଲରେ ପରିଣତ କରାଯାଇପାରିବ। ଯଦି ଏଥିପାଇଁ ବଜାର ବିକଶିତ କରାଯାଇପାରିବ ତା’ହେଲେ ଆବର୍ଜନା ପାଇଁ ମୂଲ୍ୟ ମଧ୍ୟ ମିଳିପାରିବ। ଯାହାକୁ କୃଷକମାନେ ଅଯଥାରେ ଜଳାଇ ଦେଉଛନ୍ତି। ଏଥିସହିତ ଅତିରିକ୍ତ ଉତ୍ପାଦନ ସମୟରେ ଅନେକ ଉତ୍ପାଦ ଲାଗି ଉଚିତ ମୂଲ୍ୟ ନମିଳିବାର ବିପଦ ରହିଥାଏ। ତେଣୁ ଅତିରିକ୍ତ ଶସ୍ୟକୁ ପରିବର୍ତିତ କରିବା ଏବଂ କୃଷି ବାୟୋମାସ ମୂଲ୍ୟ ସ୍ଥିରତାରେ ସହାୟତା ମିଳିପାରିବ।

Leave a Reply

Your email address will not be published. Required fields are marked *