ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଆର୍ମେନିଆ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଭାରତ ଓ ଆର୍ମେନିଆ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ରକୁ  ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରିି ପ୍ରଦାନ କରିଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ବୃଦ୍ଧି ଦ୍ୱାରା ଦୁଇ ଦେଶର ଲୋକମାନେ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ବିଶେଷ ଭାବେ ଉପକୃତ ହୋଇପାରିବେ।  ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁସାରେ ବିପର୍ଯ୍ୟୟ ପରିଚାଳନା ସକାଶେ ଉଭୟ ରାଷ୍ଟ୍ର ପରସ୍ପର ମଧ୍ୟରେ ସମସ୍ତ ପ୍ରକାର ତଥ୍ୟ ସୂଚନା ଆଦାନପ୍ରଦାନ କରିବେ ଯାହାକି ପରସ୍ପରର ସ୍ୱାର୍ଥ ରକ୍ଷା ସକାଶେ ଉଦ୍ଦିଷ୍ଟ ଥିବ। ପୁନଶ୍ଚ ଏହି ବୁଝାମଣା ଅନୁଯାୟୀ ଭାରତ ଓ ଆର୍ମେନିଆ ଏପରି ବ୍ୟବସ୍ଥା ସୃଷ୍ଟି କରିବେ ଯାଦ୍ୱାରା’କି ଅନ୍ୟ ରାଷ୍ଟ୍ରମାନଙ୍କ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାରୁ ଦୁଇ ରାଷ୍ଟ୍ର ଆବଶ୍ୟକସ୍ଥଳେ ଅନୁଭୁତି ଆହରଣ କରିବାରେ ସୁବିଧା ହେବ। ଏହା ସେମାନଙ୍କର ଦକ୍ଷତା ବୃଦ୍ଧିରେ ମଧ୍ୟ ସହାୟକ ହେବ।

Leave a Reply

Your email address will not be published. Required fields are marked *