ଭିଭିପିଏଟି ୟୁନିଟ୍ କ୍ରୟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ: ୨୦୧୯ ସାଧାରଣ ନିର୍ବାଚନ ଲାଗି ବ୍ୟବହାର ହେବ ପେପର ଅଡିଟ ଟ୍ରେଲଯୁକ୍ତ ଇଭିଏମ

ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ମେସିନ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ମୋଟ ୧୯, ୬୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୧୬ ଲକ୍ଷ ୧୫ ହଜାର ଭିଭିଭିପିଏଟି ୟୁନିଟ୍ କ୍ରୟ କରାଯିବ। ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ବାଙ୍ଗାଲୋରସ୍ଥିତ ଭାରତ ଇଲେକ୍ ଟ୍ରୋନିକ୍ସ ଏବଂ ହାଇଦ୍ରାବାଦସ୍ଥିତ ଇଲେକ୍ ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡଠାରୁ ୩୧୭୩.୪୭ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭିଭିପିଏଟି ୟୁନିଟ୍ କିଣାଯିବ।

ତେବେ ୟୁନିଟଗୁଡ଼ିକର ଚୂଡ଼ାନ୍ତ ମୂଲ୍ୟ ନିର୍ଦ୍ଧାରଣ ଲାଗି ଭାରତ ଇଲେକ୍ ଟ୍ରୋନିକ୍ସ ଏବଂ ଇଲେକ୍ ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ ସହିତ ଏକ ମୂଲ୍ୟ ବୁଝାମଣା କମିଟି ଆଲୋଚନା କରିବ।

ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ରେ ଇଭିଏମ(କଂଟ୍ରୋଲ ୟୁନିଟ ଏବଂ ବେଲଟ ୟୁନିଟ) କ୍ରୟ ଏବଂ ଭିଭିପିଏଟି ୟୁନିଟ କିଣିବା ଲାଗି ୧୬୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଆବଂଟନ କରାଯାଇଛି। ଏହାର ୪୦ ପ୍ରତିଶତ ଅର୍ଥ ଇଭିଏମ ନିର୍ମାତାଙ୍କୁ ପ୍ରଦାନ କରାଯିବ ଏବଂ ୨୦୧୮-୧୯ ବର୍ଷରେ ଆବଶ୍ୟକତା ଅନୁଯାୟୀ ବାକି ଅର୍ଥର ବ୍ୟବସ୍ଥା କରାଯିବ।

ନିର୍ବାଚନ କମିଶନରଙ୍କ ପକ୍ଷରୁ ଦୁଇ ନିର୍ମାତାଙ୍କ ନିର୍ମାଣ କ୍ଷମତା ଆଧାରରେ ୟୁନିଟ କ୍ରୟ ଲାଗି ଅର୍ଡର ଦିଆଯିବ। ଯାହାଦ୍ୱାରା ୨୦୧୮ ସେପ୍ଟେମ୍ବର ସୁଦ୍ଧା ଭିଭିପିଏଟି ୟୁନିଟ କ୍ରିୟ ଲାଗି ସୁବିଧା ହୋଇପାରିବ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଦ୍ୱାରା ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ସୁଦ୍ଧା ଭାରତୀୟ ନିର୍ବାଚନ କମିଶନ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଭିଭିପିଏଟି ୟୁନିଟ ସ୍ଥାପନ କରିପାରିବେ। ଏହା ଭୋଟ ଗ୍ରହଣରେ ଅତିରିକ୍ତ ସ୍ୱଚ୍ଛତା ଆଣିବା ସହ ଭୋଟରଙ୍କୁ ସେମାନଙ୍କ ଭୋଟଦାନ ନେଇ ସନ୍ତୋଷ ପ୍ରଦାନ କରିବ। ଏହା ଇଭିଏମର ବିଶ୍ୱସନିୟତା ନେଇ ରହିଥିବା ଭୁଲ ଧାରଣା ମଧ୍ୟ ଦୂର କରିପାରିବେ।

Leave a Reply

Your email address will not be published. Required fields are marked *