ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏଟ ପର୍ଯ୍ୟନ୍ତ ପାଠପଢା ହୋଇପାରେ ମାଗଣା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) କ୍ୟାବ (ସେଣ୍ଟ୍ରାଲ ଏଡଭାଇଜରୀ ବୋର୍ଡ ଅଫ ଏଜୁକେସନ) ର ଉପ-ସମିତିର  ପ୍ରସ୍ତାବଗୁଡ଼ିକ ଉପରେ ଯଦି ଦୃଷ୍ଟି ଦିଆଯାଏ ତେବେ ଦେଶରେ ଶିଘ୍ର ହିଁ ଛାତ୍ରୀମାନଙ୍କର ପୋଷ୍ଟ ଗ୍ରେଜୁଏସନ୍ ପର୍ଯ୍ୟନ୍ତ ପାଠପଢା ମାଗଣା ହୋଇଯିବ। ତା’ ସହିତ ହିଁ ଶିକ୍ଷାର ଅଧିକାର (RTE)ର ପରିସର ମଧ୍ୟ ବଢିକରି ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ RTE ର ପରିସର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରଖାଯାଇଛି। କ୍ୟାବର ୧୫ ଏବଂ ୧୬ ଜାନୁଆରୀରେ ହେବାକୁ ଥିବା ବୈଠକରେ ଅନ୍ତିମ ନିର୍ଣୟ ହେବ।

କ୍ୟାବର ଦିଲ୍ଲୀରେ ହେବାକୁଥିବା ଏହି ବୈଠକରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ସହିତ ଦେଶର ସମସ୍ତ ରାଜ୍ୟଗୁଡ଼ିକର ଶିକ୍ଷାମନ୍ତ୍ରୀ ଭାଗ ନେବେ। ଏହି ସମୟରେ କ୍ୟାବର ସମସ୍ତ ଉପ ସମିତି ଗୁଡ଼ିକ ନିଜର ପ୍ରସ୍ତାବ ମଧ୍ୟ ରଖିବେ। ଏଥିରେ ସମସ୍ତ ରାଜ୍ୟଗୁଡ଼ିକ ସହିତ ଚର୍ଚ୍ଚା ହେବା ପରେ ମଞ୍ଜୁରୀ ଦିଆଯାଇପାରେ। ସୂତ୍ରରୁ ଜଣାପଡ଼ିଛିଯେ, ଅଲଗା-ଅଲଗା ବିଷୟକୁ ନେଇ ଉପ ସମିତି ଗୁଡ଼ିକର ଦୁଇଟି ଅଲଗା-ଅଲଗା ବୈଠକ ହାଇଦ୍ରାବାଦ ଏବଂ ଦିଲ୍ଲୀରେ ହୋଇଛି ଯେଉଁଥିରେ ଏହି ଫଇସଲା ନିଆଯାଇଛି। ଦୁଇଟି ଉପ ସମିତିରେ ପ୍ରାୟତଃ ଛଅ-ଛଅଟି ରାଜ୍ୟର ଭାଗିଦାରୀ ଅଛି। ସମିତି ବର୍ତ୍ତମାନ ସମୟରେ ଛାତ୍ରୀମାନଙ୍କର ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ରାଜ୍ୟଗୁଡ଼ିକର ମହିଳା ବିଶ୍ୱବିଦ୍ୟାଳୟ ଖୋଲିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

ସରକାର ମଧ୍ୟ ଏବେ ନିଜ ତରଫରୁ ରାଜ୍ୟଗୁଡ଼ିକ ସହିତ ଚର୍ଚ୍ଚା କରିବେ। ଏବେ ଯେଉଁ ବିଷୟ ଉପରେ ସରକାରଙ୍କର ଫୋକସ ରହିବ ସେଗୁଡ଼ିକ ମଧ୍ୟରେ ଶିକ୍ଷାର ଗୁଣ ଏବଂ ଉତ୍ତରଦାୟୀତ୍ତ୍ୱ ସ୍ଥିର କରିବା ପରି ପ୍ରମୁଖ ବିଷୟ ରହିବ। ସରକାରଙ୍କର ଆଜେଣ୍ଡାରେ ଏହା ବ୍ୟତୀତ ଯେଉଁ ବିଷୟ ଅଛି ସେଗୁଡ଼ିକ ମଧ୍ୟରେ ନୂତନ ଶିକ୍ଷା ନୀତି ଡିଜିଟାଲ ଏବଂ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସ୍ୱଚ୍ଛ ଭାରତ ଏବଂ ଉନ୍ନତ ଭାରତ ଉପରେ ମଧ୍ୟ ଚର୍ଚ୍ଚା ହେବ। ସୂତ୍ରରୁ, ବୈଠକରେ RTE ଲାଗୁ ହେବାଠାରୁ ଆଜି ପର୍ଯ୍ୟନ୍ତ ପରିଣାମର ମଧ୍ୟ ଚର୍ଚ୍ଚା ହେବ। ଏବଂ ଏହାର ପରିସରକୁ ବଢାଇବା ପାଇଁ ପ୍ରାରମ୍ଭ ନର୍ସରୀରୁ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *