ଗୁଳିମାଡ଼ ଘଟଣାରେ ଘରୋଇ ବସ ମାଲିକ ମୃତ: ଦୁର୍ବୁତ୍ତ ଫେରାର-ପୋଲିସର ତଦନ୍ତ ଜାରୀ

ବ୍ରହ୍ମପୁର:୬/୧୧/୨୦୧୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆଜି ରାତିରେ କେତେକ ଦୁର୍ବୃତ୍ତ ଏକ ବସରେ ଯାତ୍ରା କରୁଥିବା ଆଉ ଏକ ବସ ର ମାଲିକଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ଠାରୁ ପ୍ରକାଶ। ଆସ୍କାରୁ ବ୍ରହ୍ମପୁର ଯାଉଥିବା ତୁଫାନ ନାମକ ବସ ରେ ଯାତ୍ରୀ ହୋଇଥିବା ରାଧାକୃଷ୍ଣ ନାମକ ବସ ର ମାଲିକ ଶ୍ରୀ ପ୍ରତାପ ପଲାଇଙ୍କୁ ଗୁଳି ମାଡ଼ କରାଯାଇଥିଲା।ବସ କୁ କରଂଜେଇ ଛକ ନିକଟରେ ଅଟକାଇ ଦୁର୍ବୁର୍ତ୍ତ ମାନେ ବସ ଭିତରକୁ ଯାଇ ଶ୍ରୀ ପଲାଇଙ୍କ ଉପରକୁ ଗୁଳି ମାଡ କରି ଫେରାର ହୋଇଯାଇଛନ୍ତି। ଗଂଜାମ ଜିଲ୍ଲାରେ ପୋଲିସର ଦବଙ୍ଗଗିରି ଜାରୀ ରହିଥିବାବେଳେ ଅପରାଧୀ ମାନେ ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ହିଂସାକାଣ୍ଡ କରିଚାଲିଛନ୍ତି।ଗୁଳିମାଡ଼ ଘଟଣାରେ ବସ କର୍ମଚାରୀ ଓ ଯାତ୍ରୀମାନେ ଆତଙ୍କିତ ହୋଇଥିଲେ।ପରେ ବସ କୁ ଆସ୍କାକୁ ଫେରାଇ ନେବା ସହ ଗୁରୁତର ଥିବା ଶ୍ରୀ ପଲାଇଙ୍କୁ ଆସ୍କା ହସପିଟାଲରେ ଚିକିତ୍ସା କରାଯିବା ବେଳେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ଶ୍ରୀ ପଲାଇ କେତେକ ବିବାଦ ଯୋଗୁଁ ବ୍ରହ୍ମପୁରରେ ଅବସ୍ଥାନ କରୁଥିଲେ। ଆଜି କୌଣସି କାମରେ ଆସ୍କା ଯାଇ ଫେରିବା ବେଳେ ଏହି ଅଘଟଣ ହୋଇଛି। ସେ ବସ ମାଲିକ ରହିବା ସହ ମଦ କାରବାରରେ ସମ୍ପର୍କ ରଖିଥିଲେ।ମଦ ବ୍ୟବସାୟିକ ବିବାଦରୁ ଏହି କାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ଭାବେ ସନ୍ଦେହ ପ୍ରକାଶ କରିଛନ୍ତି। ଆସ୍କା ପୋଲିସ ମାମଲାର ତଦନ୍ତ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *