Home ଓଡ଼ିଶା ବଲାଙ୍ଗୀର: ଯାତ୍ରୀବାହୀ ବସ ଓଲଟିଲା, ଜଣେ ମୃତ ଓ ୬ ଆହତ

ବଲାଙ୍ଗୀର: ଯାତ୍ରୀବାହୀ ବସ ଓଲଟିଲା, ଜଣେ ମୃତ ଓ ୬ ଆହତ

886

ବଲାଙ୍ଗୀର, ୧୯-୪ (ଓଡ଼ିଆ ପୁଅ) : ବଲାଙ୍ଗୀର ପୁଇଁତଳା ନିକଟରେ ଶ୍ରୀରାମ ନାମକ ଏକ ଘରୋଇ ବସ୍‌ ଓଲଟି ପଡ଼ିବା ଫଳରେ ଅରୁଣ ପାତ୍ର ନାମକ ଜଣେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ଘର ଡୁମେରବାହାଲ୍ ଗାଁରେ ବୋଲି ଜଣାପଡ଼ିଛି। ବସ୍‌ଟି ଓଲଟି ପଡ଼ିବାରୁ ଅରୁଣ ତଳେ ଚାପି ହୋଇଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହି ବସ୍‌ କଟକରୁ ବଲାଙ୍ଗୀର ଯାଉଥିଲା। ଆଜି ସକାଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.