ବଢ଼ିଲା ବସ୍ ଭଡା

ଭୁବନେଶ୍ୱର ୪-୪ (ଓଡ଼ିଆ ପୁଅ) ପୁଣି ବଢ଼ିଲା ବସ୍ ଭଡ଼ା। ତୈଳ ଦର ବୃଦ୍ଧି ଯୋଗୁ ପୁଣି ବସ ଭଡା ବୃଦ୍ଧି ପାଇଛି। କିଲୋମିଟର ପ୍ରତି ୧ ଓ ୨ ପଇସା ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟରକୁ ୨ ପଇସା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଯାତ୍ରୀମାନେ ଏଣିକି ସାଧାରଣ ବସ ଭଡା କିଲୋମିଟର ପିଛା ୬୭ ରୁ ହେଲା ୬୮ ପଇସା,ଏକ୍ସପ୍ରେସ ୭୦ ରୁ ହେଲା ୭୧, ଡିଲକ୍ସ ବସ ଭଡା ୯୫ ରୁ ହେଲା ୯୭ ଓ ଏସି ଡିଲକ୍ସ ବସ ୧ ଟଙ୍କା ୧୭ ପଇସାରୁ ୧ଟଙ୍କା ୧୯ ପଇସା ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୭ ଅକ୍ଟୋବର ୨୮ ତାରିଖରେ ରାଜ୍ୟ ସରକାର ଘରୋଇ ବସ ଭଡା ବୃଦ୍ଧି କରିଥିଲେ। ଏହାପରେ ଜାନୁଆରୀ ମାସରେ ମଧ୍ୟ ବସ୍ ଭଡ଼ା ବୃଦ୍ଧି କରାଯାଇଥିଲା।

Leave a Reply

Your email address will not be published. Required fields are marked *