ଓଲଟିଲା ଯାତ୍ରୀବାହୀ ବସ ୧ ମୃତ,  ୨୦ ଆହତ

ବାହାନଗା/ବାଲେଶ୍ୱର, ୧୮/୦୬(ଓଡିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ ଏକ ଯାତ୍ରୀ ବାହୀ ବସ ନୟନଜୋରୀକୁ ଖସିପଡ଼ିବା ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହେବା ସହ ୨୦ଜଣ ଆହତ ହୋଇଥିବାର ଜଣାପଡ଼ିଛି। ଖବର ଅନୁସାରେ ହାଓଡ଼ାରୁ ଏକ ଯାତ୍ରୀ ବାହୀ ବସ ଧାମନଗର ଅଭିମୁଖେ ୬୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ହଠାତ ସକାଳେ ବସଟି ଭାରସାମ୍ୟ ହରାଇ ବେଗୁନିଆ ଛକ ନିକଟରେ ନୟନ ଜୋରୀକୁ ଖସିପଡ଼ିଥିଲା। ସେଥିରେ ଚାପି ହୋଇ ନାସିରିମ ବେଗମ ନାମକ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଥିବାର ଜଣାପଡ଼ିଛି। ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବସରୁ ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ହସପିଟାଲ ଓ ସୋର ହସପିଟାଲକୁ ଚିକିତ୍ସା ପାଇଁ ପଠାଇଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *