ସଂସଦରେ ଦୁଇଟି ପର୍ଯ୍ୟାୟରେ ବଜେଟ ଅଧିବେଶନ: ୧ ଫେବୃଆରୀରେ ସାଧାରଣ ବଜେଟ

ନୂଆଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ସଂସଦରେ ଦୁଇଟି ପର୍ଯ୍ୟାୟରେ ବଜେଟ ଅଧିବେଶନ ହେବ। ୧ ଫେବୃଆରୀରେ ସାଧାରଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟ ୨୯ ଜାନୁଆରୀରୁ ୯ ଫେବୃଆରୀ। ଦ୍ୱିତୀୟ ପର୍ଯ୍ୟାୟ ୫ ମାର୍ଚ୍ଚ ରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ବୋଲି ସମସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ପ୍ରକାଶ କରିଛନ୍ତି।

ଆସନ୍ତା ବର୍ଷ ହୋଉଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ରଖି ନରେନ୍ଦ୍ରମୋଦୀଙ୍କ ସରକାରଙ୍କ ପାଇଁ ଏହି ବଜେଟ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ। ବିମୁଦ୍ରାୟନ ଏବଂ ଜିଏସଟି ପରେ ଏହି ବଜେଟରେ ବ୍ୟବସାୟୀ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିପାରନ୍ତି ସରକାର। ଏହା ବ୍ୟତୀତ ସାଧାରଣ ଲୋକଙ୍କ ହୀତକୁ ନଜରରେ ରଖି ବଜେଟ ଉପରେ ବିଶେଷ ଧ୍ୟାନ ଦିଆଯିବ ନିଶ୍ଚୟ। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *