ବୃଦ୍ଧ ଜୟନ୍ତୀ

ପୁରୀ ୧୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଷ୍ଟେସନ ରୋଡ଼ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ବୁଧବାର ଅପରାହ୍ନରେ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସମାଜ ସେବୀ ଏ.ଏଲ. ନାଇଡ଼ୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ପଦ୍ମଶ୍ରୀ ସୁଦର୍ଶନ ସାହୁ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ବୁଦ୍ଧ ବନ୍ଦନା ଗାନ କରାଯାଇଥିଲା। ଡକ୍ଟର ରାଧାକାନ୍ତ ମହାପାତ୍ର, ରାଜ କିଶୋର ପାତ୍ର, ହରପ୍ରିୟା ସାହୁ, ଶ୍ୱେତ କେତୁ ମିଶ୍ର, ପୁରୁଷୋତ୍ତମ ନନ୍ଦ, ଉମେଶ ଚନ୍ଦ୍ର ଦାଶ ପ୍ରମୁଖ ଉସôବରେ ଯୋଗଦାନ କରି ବୁଦ୍ଧ ଦେବଙ୍କ ଆଦର୍ଶ ଓ ଜୀବନ ଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ଅତିଥି ଗଣ କହିଥିଲେ। ଯେ ଭାରତୀୟ ଜୀବନ ଚର୍ଯ୍ୟାକୁ ବୁଦ୍ଧ ନୂତନ ଦିଗ୍ ଦର୍ଶନ ଦେଇଥିଲେ। ବୌଦ୍ଧ ଦର୍ଶନ ଆଚରଣ ସିଦ୍ଧ କର୍ତ୍ତବ୍ୟ ପାଳନ ସମ୍ପର୍କରେ ପ୍ରବର୍ତ୍ତାଇଥାଏ। ସରଳ ଜୀବନ, ଉଚ୍ଚ ଆଦର୍ଶ ,ବହୁ ଜନ ହିତାୟ ବାର୍ତ୍ତା ବୁଦ୍ଧଦେବଙ୍କ ବାଣୀର ମୁଖ୍ୟ ଉଦ୍ଦେଶ୍ୟ। ପ୍ରେମ ଓ କରୁଣାର ପ୍ରଭାବ ଦ୍ୱାରା ମନୁଷ୍ୟ ସମାଜ ପରୋପକାର ଭାବନାରେ ଭାବିତ ହେବ। ଯାହା ଦ୍ୱାରା ସମାଜରେ ଶାନ୍ତି ମୈତ୍ରୀ ଓ ଆନନ୍ଦର ବାତାବରଣ ଖେଳି ଯିବ ବୋଲି ବକ୍ତମାନେ ଦର୍ଶାଇଥିଲେ। ଶେଷରେ ରବିନାରାୟଣ ସାହୁ ଧନ୍ୟବାଦ ଅପଣ କରିଥିଲେ।

Leave a Reply

Your email address will not be published. Required fields are marked *