ଓଡ଼ିଶା

BSNLର ନୂଆ ଫିଚର, ଏବେ ବିନା ସିମରେ କରିପାରିବେ କୌଣସି ନମ୍ବରରେ କଲ

ନୂଆଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ବିଏସଏନଏଲ ଏବେ ରିଲାଏନ୍ସ ଜିଓ ଏବଂ ଏୟାରଟେଲକୁ ଟକ୍କର ଦେବା ପାଇଁ ନୂଆ ସର୍ଭିସ ଆରମ୍ଭ କରିଛି। ଏହି ସର୍ବିସର ବ୍ୟବହାର କରି ୟୁଜର୍ସ ବିନା ସିମରେ କୌଣସି ମଧ୍ୟ ନମ୍ବରରେ ଇଣ୍ଟରନେଟ ଟେଲିଫୋନି କଲ କରିପାରିବେ। ଏଥିପାଇଁ ୟୁଜର୍ସକୁ ୱିଙ୍ଗ୍ସ ଆପର ବ୍ୟବହାର କରିବାକୁ ପଡ଼ିବ।

ନୂଆ ସେବା ପରେ ବିଏସ୍ଏନଏଲ ୟୁଜର୍ସ ତା’ ‘ୱିଂଗ୍ସ’ ମୋବାଇଲ ଆପରେ ଦେଶରେ କୌଣସି ମଧ୍ୟ ଟେଲିଫୋନ ନମ୍ବରରେ କଲ କରି ପାରିବେ। ଏହା ପୂର୍ବରୁ ମୋବାଇଲ ଆପରେ କଲ କରିବାର ସୁବିଧା କୌଣସି ବିଶିଷ୍ଟ ଆପ୍ ର ଜରିଆରେ ପରଷ୍ପର ମଧ୍ୟରେ କରାଯାଉଥିଲା, କିନ୍ତୁ ଏବେ ଆପ୍ ରେ ମଧ୍ୟ ଟେଲିଫୋନ ନମ୍ବରକୁ କଲ କରାଯାଇପାରିବ। ଏହା ସହିତ ଏହି ସେବାର ଲାଭ ଉଠାଇବା ପାଇଁ ମୋବାଇଲ ଫୋନରେ ସିମ ହେବା ମଧ୍ୟ ଆବଶ୍ୟକ ନୁହେଁ।

ଏହି ସେବାର ପ୍ରାରମ୍ଭ କରି ଦୂର ସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା କହିଲେ, ‘ବର୍ତ୍ତମାନର ପ୍ରତିଦ୍ୱନ୍ଦିତା ମୂଳକ ପରିବେଶରେ ବିଏସ୍ଏନଏଲର ବଜାରରେ ଭାଗିଦାରୀ ବଢ଼ାଇବା ଆବଶ୍ୟକ ଅଟେ। ଇଣ୍ଟରନେଟ ଟେଲିଫୋନ ସେବା ଆରମ୍ଭ କରିବା ପାଇଁ ମୁଁ ବିଏସ୍ଏନଏଲର ପ୍ରବନ୍ଧନକୁ ବଧେଇ ଜଣାଉଛି। ଏହି ସେବା ଉପଯୋକ୍ତାମାନଙ୍କୁ ବିନା ସିମରେ କଲ କରିବାପାଇଁ ସୁବିଧା ଦେବ। ‘WhatsApp ଉପରେ ଭାଇରାଲ୍ ଶିଶୁ ଚୋରୀର ଏହି ଭିଡ଼ିଓରେ ୨୭ ଜଣ ଲୋକଙ୍କର ଜୀବନ ଗଲାଣି,”।

ଏହି ସେବାର ଉପଯୋଗ କରି ବିଏସ୍ଏନଏଲର ଉପଯୋକ୍ତା ଦେଶରେ କୌଣସି ମଧ୍ୟ ନେଟୱାର୍କଙ୍କ ଉପରେ କଲ କରିପାରିବେ। ଏଥିରେ ସେ ବିଏସ୍ଏନଏଲ ୱାଈ – ଫାଈ କିମ୍ବା କୌଣସି ଅନ୍ୟ ସେବା ପ୍ରଦାତାର ଇଣ୍ଟରନେଟର ପ୍ରଯୋଗ କରି ଉପଯୋଗ କରିପାରନ୍ତି। ସୂଚନାଯୋଗ୍ୟଯେ, କି ଦୂରସଞ୍ଚାର ବିଭାଗରେ ନୀତି ନିର୍ଣ୍ଣୟ କରୁଥିବା ଦୂରସଞ୍ଚାର ଆୟୋଗ ଦୂରସଞ୍ଚାର ଲାଇସେନ୍ସ ରଖିଥିବା କମ୍ପାନୀଗୁଡ଼ିକୁ ଆପ୍ ଆଧାରିତ କଲ ସେବା ଦେବାର ଅନୁମତି ପ୍ରଦାନ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top