ଓଡ଼ିଶା

କର୍ଣ୍ଣାଟକରେ ବିଜେପି ସରକାର ! କାଲି ସାଢ଼େ ୯ଟାରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ୟେଦୁରପ୍ପା

ବାଙ୍ଗାଲୁରୁ ୧୬ ମଇ (ଓଡ଼ିଆ ପୁଅ) କର୍ଣ୍ଣାଟକରେ ଝୁଲା ବିଧାନସଭାର ସ୍ଥିତି ସାମନାରୁ ଆସିବା ପରେ ସବୁଠାରୁ ବଡ଼ ଦଳ ବିଜେପି ଏବଂ କଂଗ୍ରେସ-ଜଦ (ଏସ) ଗଠବନ୍ଧନର ସରକାର ବନାଇବା ପାଇଁର ଦାବି କରିବା ପରେ ରାଜ୍ୟରେ ଭାବୀ ସରକାରକୁ ନେଇକରି ସସ୍ପେନ୍ସ ଜାରି ରହିଥିଲା। ଦେଶବାସୀଙ୍କର ନଜର ରାଜ୍ୟପାଳ ବଜୁଭାଇ ବାଲାଙ୍କ ଉପରେ ରହିଥିଲା। ତାଙ୍କୁ ନିଷ୍ପତି କରିବାକୁ ଥିଲା କି ସେ ସରକାର ବନାଇବା ପାଇଁ ସବୁଠାରୁ ବଡ଼ ପାର୍ଟି ଭାବରେ ବିଜେପିକୁ ଆମନ୍ତ୍ରିତ କରୁଛନ୍ତି କି କଂଗ୍ରେସ-ଜନତା ଦଳ (ଏସ) ଗଠବନ୍ଧନକୁ ନିମନ୍ତ୍ରିତ କରୁଛନ୍ତି। କିନ୍ତୁ ସମସ୍ତ ସସ୍ପେନ୍ସ ସମାପ୍ତ ହୋଇଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ରାଜ୍ୟପାଳ କର୍ଣ୍ଣାଟକ ବିଜେପିର ଦଳର ନେତା ୟେଦୁରପ୍ପାଙ୍କୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ବିଜେପି ବିଧାୟକ ସୁରେଶ କୁମାର ମଧ୍ୟ ଏହା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ରାଜନୈତିକ ଦଳ ସରକାର ଗଢିବା ନିମନ୍ତେ ସ୍ପଷ୍ଟ ବହୁମତ ପାଇନାହାନ୍ତି। ଫଳରେ ସରକାର ଗଠନକୁ ନେଇ କଂଗ୍ରେସ-ଜେଡିଏସ୍‍ ଏବଂ ବିଜେପି ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ୧୦୪ ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳର ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‍ ୟେଦୁରାପ୍ପା ରାଜ୍ୟପାଳ ବିଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଥିଲେ। ଏପଟେ କଂଗ୍ରେସ ସହାୟତାରେ ଏଚ୍‍.ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍‍ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।

କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ନିଜ ପଟକୁ ନେବା ପାଇଁ ବଜେପି ପ୍ରୟାସ ଆରମ୍ଭ କରିଛି। କଂଗ୍ରେସ ଓ ଜେଡିଏସ୍‍ ୧୧୬ ଆସନରେ ବିଜୟୀ ହୋଇଛନ୍ତି ଓ ଏହି ସଂଖ୍ୟା ସରକାର ଗଢିବା ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଅଧିକ। ବୁଧବାର କଂଗ୍ରେସ ବିଧାୟକ ଦଳ ବୈଠକକୁ ୪ ଜଣ ବିଧାୟକ ଆସିନଥିଲେ।

ରାଜ୍ୟପାଳ ଏହି ସୁଯୋଗରୁ ବଞ୍ଚିତ କରିଥିବାରୁ ଜେଡି(ଏସ୍‍) ଅଦାଲତକୁ ଯିବ ଓ କଂଗ୍ରେସ ଧାରଣା ଦେବ ବୋଲି ଚେତାବନୀ ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top