ଗାଁ ମାଟିକୁ ଭଲପାଉଥିବା ନିତ୍ୟାନନ୍ଦ ଜେନାଙ୍କ ବିଷୟରେ, ସଂକ୍ଷେପରେ …

ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ କେନ୍ଦ୍ର ସରକାରଙ୍କ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ମାନଙ୍କରେ ଚାକିରୀ ଶେଷ କରି ବର୍ତ୍ତମାନ ମୋ ଜନ୍ମମାଟି ତିର୍ତ୍ତୋଲ ଗାଁରେ ଅବସ୍ଥାପିତ। ଅଧିକନ୍ତୁ ଭାରତ ବର୍ଷର ବିଭିନ୍ନ ପ୍ରଦେଶରେ ଯଥା- ନାଗାଲାଣ୍ଡ, ମଣିପୁର, ହିମାଚଳ ପ୍ରଦେଶ, ଗୌହାଟୀ, ଦିଲ୍ଲୀ, ଓଡ଼ିଶା, କୋଲକତା ଓ ମୁମ୍ବାଇ ପ୍ରଭୃତି ଅଂଚଳରେ ଦୀର୍ଘ ବର୍ଷର ଅଭିଜ୍ଞତାକୁ ପୁଞ୍ଜିକରି ଅନେକ ଖ୍ୟାତନାମା କଳାକାର, ସାହିତ୍ୟିକ, ସଂଗଠକ, ସଂପାଦକ ଓ ବାର୍ତ୍ତା ସଂପାଦକ, କାର୍ଯ୍ୟକ୍ରମ ଉପସ୍ଥାପକ ଓ ଉପସ୍ଥାପିକା ମାନଙ୍କୁ ଭେଟିବାର ସୁଯୋଗ ପାଇଛି। ହେଲେ କେବଳ ଗୋଟିଏ ମନ୍ତ୍ର- ସାଧୁତା, ନିଷ୍ଠା, ସମର୍ପଣ ଓ ସବୁକାମର ପାରିଲାପଣକୁ ସମର୍ଥନ କରି ପରେ ଅସମର୍ଥନ ଭାବ ପ୍ରଦର୍ଶନ କଲେ ମଣିଷ ମନକୁ ଆହତ କରେନାହିଁ। ସେହି ଗୁଣକୁ ପାଥେୟ କରି ପ୍ରଥମେ ୧୯୬୩ ମସିହା ମେ ମାସ ୧ ତାରିଖ (ଶ୍ରମିକ ଦିବସ) ରେ ଆକାଶବାଣୀ କଟକ କେନ୍ଦ୍ରର ଦୁଇ ନମ୍ବର କିରାଣୀରୁ ସର୍ବ ଭାରତୀୟ ସ୍ତରରେ ଏକ ଖ୍ୟାତନାମା ଓଡ଼ିଆ ହାକିମ ହେଇ ଅବସରପରେ ଗାଁରେ ଅଛି।ମାତୃଭୂମି, ଜନ୍ମମାଟି ଓ ଗାଁର ସେବାରେ ମୁଁ ଆଜି ସମର୍ପଣ କରିଛି।

Leave a Reply

Your email address will not be published. Required fields are marked *