Breaking : ବଜ୍ରାଘାତରେ ୬ ମୃତ

ସମ୍ବଲପୁର ୩୧/୭ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ସମ୍ୱଲପୁର ଜିଲ୍ଲାର ନାକଟି ଦେଉଳ ଥାନା ଅଞ୍ଚଳରେ ବଜ୍ରାଘାତ ଯୋଗୁଁ ତିନିଜଣଙ୍କର ପ୍ରାଣହାନୀ ହୋଇଛି। ରାଜସ୍ୱ ବିଭାଗର ପ୍ରାଥମିକ ରିପୋର୍ଟରେ ତିନି ଜଣଙ୍କ ମୃତ୍ୟୁକୁ ସ୍ପଷ୍ଟ କରାଯାଇଛି। ବରଗଡ଼ ଏବଂ ଦେଓଗଡ଼ରେ ତିନିଜଣ ପ୍ରାଣ ହରାଇଛନ୍ତି। ମ଼ୃତକମାନେ ହେଲେ ନାକଟି ଦେଉଳ ଥାନାର କୁଟା ସିଂ ଗ୍ରାମ ନିବାସୀ ଭକ୍ତ ନାୟକ (୩୨) ବଲାସିଂହ ଗ୍ରାମର ବୀର କିସାନ (୨୪) ଏବଂ ଜଗନ୍ନାଥ ପ୍ରସାଦ ମୌଜାର ରାଜ କିଶୋର ବେହେରା (୪୦)। ଏମାନେ ଅପରାହ୍ନରେ ଜମିରେ ଚାଷ କରୁଥିଲେ। ଏହି ସମୟରେ ହଠାତ ବର୍ଷା ସହିତ ତୀବ୍ର ବିଜୁଳିପାତ ହୋଇଥିଲା। ଏମାନେ ସୁରକ୍ଷିତ ସ୍ଥାନକୁ ଯିବା ପୂର୍ବରୁ ବଜ୍ରାଘାତର ଶିକାର ହୋଇଥିଲେ। ତିନିଜଣ ମୃତକଙ୍କ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ସରକାରୀ ହସ୍ପିଟାଲକୁ ପଠାଯାଇଛି।

ସେହିପରି ଦୋବଗଡ଼ ଜିଲ୍ଲାର ଖାରୁଖିଣ୍ଚା ଗ୍ରାମର ଜଣେ ପଥଚାରୀ, ଏବଂ ବରଗଡ଼ ଜିଲ୍ଲାର ଅମ୍ବାଭୋନାଥାନା କର୍ଲୋ ଗ୍ରାମରେ ଜଣେ ମହିଳାଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *