ଭାରତ ବନ୍ଦ ଯୋଗୁଁ ଆଜି BPUTର ହେବାକୁ ଥିବା ସମସ୍ତ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର ୧୦-୪ (ଓଡ଼ିଆ ପୁଅ) ଆଜି ଭାରତ ବନ୍ଦ। ଏହି ପରିପ୍ରେକ୍ଷୀରେ ଆଜି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (BPUT) ପକ୍ଷରୁ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ଆଜି ବିପିୟୁଟି ଅଧୀନରେ ପରିଚାଳିତ ବିଭିନ୍ନ ବର୍ଗରେ 88ଟି ପରୀକ୍ଷା କେନ୍ଦ୍ରରେ ୫୫ଟି ବିଷୟରେ ପରୀକ୍ଷା ଦେଇଥାନ୍ତେ 10679 ଜଣ ପରୀକ୍ଷାର୍ଥୀ। ମାତ୍ର ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ସମସ୍ତ ପରୀକ୍ଷାକୁ ବାତିଲ କରି ଦେଇଛନ୍ତି।

ଏହି ପରୀକ୍ଷା ଆସନ୍ତା ୧୨ ତାରିଖରୁ ୨୦ ତାରିଖ ମଧ୍ୟରେ ହେବ ବୋଲି ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ହୋଇଛି। ଛାତ୍ର ଛାତ୍ରୀଙ୍କୁ ଏହି ବିଷୟରେ ପରୀକ୍ଷା ପୂର୍ବରୁ ଜଣାଇ ଦିଆଯିବ ବୋଲି ବଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *