ଓଡ଼ିଶା

ପୁରୀ ପୁସ୍ତକ ମେଳାରେ ବିକ୍ରୀ ହୋଇଛି ୧ କୋଟି ଟଙ୍କାର ପୁସ୍ତକ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ୨୪ ତମ ଶ୍ରୀକ୍ଷେତ୍ର ପୁସ୍ତକମେଳା ଗତକାଲି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ପୁସ୍ତକମେଳାରେ ୧୪୨ ଷ୍ଟଲରେ ଓ ୭୮ ଜଣ ପ୍ରକାଶକଙ୍କ ଷ୍ଟଲରେ ୧ କୋଟିରୁ ଉର୍ଦ୍ଧ ଟଙ୍କାର ପୁସ୍ତକ ବିକ୍ରି ହେବାର ଜଣାପଡିଛି। ଉଦଯାପନୀ ଉତ୍ସବରେ ପ୍ରାକ୍ତନ ସୂଚନା ଓ ଲୋକସଂପର୍କ, କମିସନର ଦିଗମ୍ବର ମହାନ୍ତି, ଆୟକର କମିସନର ତଥା କବି ଶରତ ଦାସ, ଉପଜିଲ୍ଲାପାଳ ମଧୁସୂଦନ ଦାସ, ଓଶିକ୍ଷାବିତ ଚିତରଂଜନ ଦାସ ଯୋଗଦେଇ କହିଲେ ଯେ ପୁସ୍ତକମେଳା ହେଉଛି ଜ୍ଞାନର ମେଳା। ଏକ ବିକଶିତ ଭାରତ ଓ ଭାଷା ସାହିତ୍ୟରେ ସମୃଦ୍ଧ ଓଡିଶାର ପ୍ରଥମ ଓ ଶ୍ରେଷ୍ଠ ଆବଶ୍ୟକତା ବୋଲି ଅତିଥୀ ମାନେ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଅନାମ ସାହୁ୍ଙ୍କ ଜ୍ୟୋତିଷ ଶାସ୍ତ୍ର ଓ ଫଳାଫଳ ସଂକେତ, ମହାପୁରୁଷଙ୍କ ଉପଦେଶାବଳୀ ଓ ଲୋକକଥା ସମୂହ ଓ ନ ପଢିଲେ ପଢନ୍ତୁ ମନୋରମା ମହାପାତ୍ରଙ୍କ ଶିଶୁଗଳ୍ପ ସଂକଳ ଅଭୟାରଣ୍ୟ। ଅଲେଖ ଚରଣ ସାହୁଙ୍କ ଗ୍ରାମର୍ ଟୁଡେ ଉନ୍ମମୋଚିତ ହୋଇଥିଲା। ସାହିତ୍ୟ ସମ୍ମାନରେ ସଚିଦାନନ୍ଦ ମହାପାତ୍ର, ଗବେଶକ ସମ୍ମାନୀୟ ରଘୁନାଥ ମହାପାତ୍ର, ଓ ପ୍ରକାଶକ ସମ୍ମାନରେ ସୂର୍ଯ୍ୟନାରାୟଣ ପବ୍ଲିକିସନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ସମସ୍ତ ସାଂସ୍କୃତିକ ଅନୁଷ୍ଠାନ ଓ ବାଲୁକା ଶିଲ୍ପୀଙ୍କୁ ପୁରସ୍କୃତ କମରାଯାଇଥଇଲା। ଗଣମାଧ୍ୟମ ସଂପାଦକ ବଦ୍ରିମିଶ୍ରଙ୍କ ସଂପାଦନା ଓ ସଂପାଦକ ଚକ୍ରଧର ମହାପାତ୍ରଙ୍କ ସଂପାଦାନରେ ହୋଇଥଇବା ଏହି ଉଦଯାପଦନୀ ଉତ୍ସବରେ ଅନାମ ଚନ୍ଦ୍ର ସାହୁ, ଜଟାଧାରୀ ମିଶ୍ର, ରାଜକିଶୋର ମିଶ୍ର, ସୁନୀଲ ରଥ, ମଂଚାସୀନ ଥିବା ବେଳେ ଗିରେନ୍ଦ୍ର ମହାନ୍ତି, ସ୍ୱାଧୀନ ପଣ୍ଡା, ଶ୍ୟାମପ୍ରକାଶ ସେନାପତି, ସୁଗଜାତା ପଣ୍ଡା, ପ୍ରତିମା ମିଶ୍ର, ଦିବାକର ତ୍ରୀପାଠୀ, ଗିତାଜ୍ଞଳୀ ପଣ୍ଡା, ପ୍ରସନ୍ନ ମିଶ୍ର, ବିପିନ ଦଳାଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top