ବିହାରର ଭାଗଲପୁର ନୌକା ବୁଡ଼ିଯିବାରୁ ଆଠଜଣଙ୍କର ମୃତ୍ୟୁ, ୭ ଉଦ୍ଧାର

ଭାଗଲପୁର/ବିହାର ୨୯-୪ (ଓଡ଼ିଆ ପୁଅ) ବିହାରର ଭାଗଲପୁର ଜିଲ୍ଲାରେ ନବଗଛିୟାର ରାମନଗର ବିନ୍ଦଟୋଲୀ ଗ୍ରାମ ନିକଟରେ ଥିବା କୋଶୀ ନଦୀରେ ନୌକା ବୁଡ଼ିଯିବାରୁ ଆଠଜଣ ଲୋକଙ୍କର ମୃତ୍ୟୁ ହେଇଛି ଏବଂ ୭ ଜଣଙ୍କୁ ଉଦ୍ଧାର କାଯାଇଛି। କୁହାଯାଉଛିଯେ, ନୌକାରେ ସର୍ବମୋଟ ୧୫ଜଣ ଲୋକ ଥିଲେ।

ଏହି ଦୁର୍ଘଟଣା ପରେ ପ୍ରାୟତଃ ସାତଜଣ ଲୋକ କୌଣସି ଭାବରେ ପହଁରି କୂଳ ପର୍ଯ୍ୟନ୍ତ ପହଁଞ୍ଚିପାରିଥିଲେ। ବାହାରକୁ ଆସିଥିବା ଲୋକମାନଙ୍କୁ ଚିକିତ୍ସା ପାଇଁ ନବଗଛିୟା ଅନୁମଣ୍ଡଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ପାଇକରି ନବଗଛିୟା ଥାନା ପୁଲିସ ମୌକାରେ ପହଁଚି କରି ଲୋକମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏସଡିଆରଏଫର ଟିମକୁ ମଧ୍ୟ ଲୋକମାନଙ୍କୁ ଖୋଜିବାପାଇଁ ଲଗାଇଯାଇଛି। କିନ୍ତୁ ଏହି ଦୁର୍ଘଟଣାରେ ବୁଡ଼ିଯାଇଥିବା ୮ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇପାରିଲା ନାହିଁ।

Leave a Reply

Your email address will not be published. Required fields are marked *