ad
ଜିଲ୍ଲା ପରିକ୍ରମା

ରକ୍ତଦାନ ଶିବିର

ପୁରୀ, ୯/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲ୍ଳା ଯୁବ ଓ ଛାତ୍ର ବିଜେଡ଼ିର ମିଳିତ ସହଯୋଗରେ ଜିବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ରକ୍ତଦାନ ଶିବିର ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ୱେଚ୍ଛାକୃତ ଭାବେ ଶତାଧିକ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ। ମୁଖ୍ୟ ମନ୍ତ୍ରୀଙ୍କ ଏହି ଚିନ୍ତାଧାରାକୁ ନେଇ ପ୍ରତିବର୍ଷ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଏକଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଜୀବନବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଂଟିଆ, ଭଗବାନ ପଢିଆରୀ, ପ୍ରିତମ ଜଗଦ୍ଦେବ, ହରେକୃଷ୍ଣ ସୁଆର, ରଶ୍ମି ରଂଜନ ତ୍ରିପାଠୀ, ସାଗର ପାତ୍ର, ବିଭୁତି ଭୂଷଣ ସେଠୀ ପ୍ରମୁଖ ଶିବିରକୁ ପରିଚାଳନା କରିଥିବା ବେଳେ ରକ୍ତ ଭଣ୍ଡାର ଅଧିକାରୀ ଡ଼ାକ୍ତର ବୀଣାପାଣି ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶ୍ରୀନିବାସ ମହାନ୍ତି, ଜିତେନ୍ଦ୍ର ନାୟକ, ଅଭିପ୍ସା ପିୟଦର୍ଶନୀ ସ୍ୱାଇଁ, ସରୋଜିନୀ ମହାପାତ୍ର, ଅର୍ଚ୍ଚନା ଖଣ୍ଡାୟତରାୟ ପ୍ରମୁଖ ରକ୍ତଦାତାମାନଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ।

ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଭୁବନେଶୂର କମିଶନରେଟ୍ରେ ଥିବା ଏସ୍ପି ଶୁଭେନ୍ଦୁ କୁମାର ସିହ୍ନାଙ୍କୁ ଦାୟୀତ୍ୱ ଦିଆଯାଇଛି। ପିପିଲି ଏସଡ଼ିପିଓ ଦିଲିପ ତ୍ରିପାଠୀଙ୍କୁ କା୍ରଇ। ସେଥିରେ ପୁରୀ ସଦର ଏସଡ଼ିପିଓ ସୁଶୀଲ ମିଶ୍ର ଅଛନ୍ତି। ତାଙ୍କୁ ପୁରୀରୁ ଖୋର୍ଦ୍ଧା ଏସଡ଼ିପିଓ ଭାବେ ବଦଳିକରାଯାଇଛିା ତାଙ୍କ ସ୍ଥାନରେ ଭୁବନେଶ୍ୱର କମିଶନରେଟରେ ଥିବା ଏସିପି ଶୁଭେନ୍ଦୁ କୁମାର ସିହ୍ନାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପିପିଲିର ଏସଡ଼ିପଓ ଦିଲିପ ତ୍ରିପାଠୀଙ୍କୁ କ୍ରାଇମବ୍ରା‚ର ଡ଼ିଏସପି ଭାବେ ବଦଳି କରାଯାଇଛି। ସେହିପରି ପୁରୀର ଇନସ୍ପେକ୍ଟର ପ୍ରଣୀତା ପଟ୍ଟନାୟକଙ୍କୁ ଖୋର୍ଦ୍ଧାକୁ ବଦଳି କରାଯାଇଥିବାବେଳେ ଗୋପ ଥାନା ଆଇଆଇସି ରଞନ ପ୍ରଧାନଙ୍କୁ କଟକକୁ ବଦଳି କରାଯାଇଛି। ପୁରୀ ଟାଉନଥାନା ଆଇଆଇସି ଉମାଶଙ୍କର ସିଂଙ୍କୁ ଖୋର୍ଦ୍ଧାକୁ ବଦଳି କରାଯାଇଛି। ଇନସ୍ପେକ୍ଟର ବାମଦେବ ସ୍ୱାଇଁଙ୍କୁ ଇନସ୍ପେକ୍ଟର ବାସନ୍ତୀ ନାୟକଙ୍କୁ କଟକକୁ ବଦଳି କରାଯାଇଛି। ଇନସ୍ପେକ୍ଟର ସଂଘମିତ୍ରା ନାୟକ ଓ ଇନସ୍ପେକ୍ଟର ସଶ୍ମିତା ବେହେରାଙ୍କୁ ଯାଜପୁରକୁ ବଦଳି କରାଯାଇଛି। ଯାଜପୁରରେ ଥିବା ଇନସ୍ପେକ୍ଟର ବି.ଡ଼ି ନନ୍ଦ, ଇନସ୍ପେକ୍ଟର ଶରତ ଚନ୍ଦ୍ର ପାତ୍ରଙ୍କୁ ପୁରୀକୁ ବଦଳି କରାଯାଇଥିବା ବେଳେ ନୟାଗଡ଼ରେ ଥିବା ଇନସ୍ପେକ୍ଟର ପି.ଆର.ନାୟକଙ୍କୁ ଏବଂ ଖେର୍ଦ୍ଧାରେ ଥିବା ଇନସ୍ପେକ୍ଟର ରଞିତ ସାହୁଙ୍କୁ ପୁରୀକୁ ବଦଳି ନିଦ୍ଦେର୍ଶ ହୋଇଛି। ସେହିପରି ଜିଲ୍ଲା ମଧ୍ୟରେ ଥିବା କେତେକ ସବ୍-ଇନସ୍ପେକ୍ଟରମାନଙ୍କୁ ଏସ୍ପି ଡ଼ଃ ସାର୍ତକ ଷଡ଼ଙ୍ଗୀ ବଦଳି ନିର୍ଦ୍ଦେଶ କରିଛନ୍ତି। କଣାସ ଥାନାଧିକାରୀ ଏସଆଇ ସଞୟ ନାୟକଙ୍କୁ ରାମଚଣ୍ଡି ଥାନାଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ସେଠାକୁଥାନାଧିକାରୀ ଭାବେ କାକଟପୁର ଥାନାର ଏସଆଇ ସୁଶାନ୍ତ ବେହେରାଙ୍କୁ ବଦଳି କରାଯାଇଛି। ରାମଚଣ୍ଡି ଥାନାଧିକାରୀ ଭାବେ ବାସେଳି ସାହି ଥାନାର ଏସଆଇ ପ୍ରଦୀପ ଜୁଝାରସିଂଙ୍କୁ ସାତପଡ଼ା ପାଣ୍ଡି ଅଧିକାରୀ ଭାବେ ବଦଳି କରାଯାଇଛି। ଟାଉନଥାନାର ଏସଆଇ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ନିମାପଡ଼ା ଥାନାକୁବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନକୁ ହେଡ଼କ୍ୱାଟରରେ ଥିବା ଏସଆଇ ନିଳାମ୍ବର ଜାନିଙ୍କୁ ସଦର ତାନାକୁ ବଦଳି କରାଯାଇଥିବା ବେଳେ ସେଠାରେ ଥିବା ଦାଶରତୀ ପାତ୍ରଙ୍କୁ କାକଟପୁର ଥାନାକୁ ବଦଳି କରାଯାଇଛି। ସେହିପରି ସମୁଦ୍ରକୂଳ ତାନାରେ ଥିବା ଏସଆଇ ନନ୍ଦକିଶୋର ପଣ୍ଡାଙ୍କୁ ପୁଳିସ କଟ୍ରୋଂଲ ରୁମର ଦାୟୀତ୍ୱ ଦିଆଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top