କେନ୍ଦୁଝର

‘ସମ୍ଭାବନା’ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୩୪ ୟୁନିଟ୍ ରକ୍ତ ସଂଗ୍ରହ

କେନ୍ଦୁଝର, ୪ା୧୧(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝରଗଡ ପୌରପାଳିକା କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମ୍ଭାବନା’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବରରେ ୪୩୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି। ଏହି ରକ୍ତଦାନ ଶିବିରକୁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରି ରକ୍ତଦାନ ମହତ ଦାନ, ପ୍ରତ୍ୟେକ ମଣିଷ ଅନ୍ତତଃପକ୍ଷେ ଥରେ ହେଲେ ରକ୍ତଦାନ କରି ଆଉଜଣଙ୍କର ଜୀବନ ରକ୍ଷା କରିବାରେ ସହାୟକ ହେବା ଆବଶ୍ୟକ ବୋଲି ମତପୋଷଣ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦୁଝର ସଦର ବିଧାୟକ ଅଭିରାମ ନାଏକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏଭଳି ମହତ କାର୍ଯ୍ୟ କରୁଥିବା ସଂଗଠନ ଓ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ସୁଧାଂଶୁ ଶେଖର ବଳ, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମୀନା ମାଝୀ, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା ସସ୍ମିତା ସିଂ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ରକ୍ତଭଣ୍ଡାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଜୀବନବିନ୍ଦୁ ସଂଯୋଜକ ବିଜୟ କୁମାର ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନାର ସଂପାଦିକା ରୁପାଲି ପଟ୍ଟନାୟକ ଚକ୍ର, ଉପସଭାପତି ଆଶିଷ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଜ୍ୟୋତିରଞ୍ଜନ ମିଶ୍ର, ଯୁଗ୍ମ ସଂପାଦକ ସିଦ୍ଧାର୍ଥ ଶଙ୍କର ଚକ୍ରଙ୍କ ସମେତ ଅଜୟ ଦାସ, ବିଘ୍ନରାଜ ସାହୁ, ବିଧାନ ପ୍ରଧାନ, ସାଧନା ସାହୁ, ସଞ୍ଜୟ ଦାସ, ସଞ୍ଜୀବ ସାହୁ, ସରୋଜ ଦୀକ୍ଷିତ, ମୃତ୍ୟୁଞ୍ଜୟ ରଣା, ଦେବାଶିଷ ପରିଡା, ଅମିତ ତ୍ରିପାଠୀ, ସନ୍ତୋଷ ପାଣିଗ୍ରାହୀ, ଅଭିଷେକ ଦାସ, ଅଭିଷେକ ରାଉତ, ଅବିନାଶ ପଟ୍ଟନାୟକ, ବାସୁଦେବ ଜେନା, ଦେବେନ୍ଦ୍ର ସାହୁ, ଜିତୁନ ଦାସ, ବାବି ରାଉତ, ଅଶ୍ୱିନୀ ପଣ୍ଡା, ପରେଶ ସାହୁ, ହେମନ୍ତ ମହାନ୍ତ, ସମୀର ମିଶ୍ର, ସୁଶାନ୍ତ ପାତ୍ର, ପ୍ରଭାତ ସାହୁ, ପପୁ ମହାନ୍ତି, ସଦାଶିବ ସାମଲ, ଚିନ୍ମୟ ସାହୁ, ବିଶ୍ୱନାଥ ବେହେରା, କୀର୍ତ୍ତି ଅନୁରାଗ ଷେଣ୍ଢ, ସୋମନାଥ ବେହେରା, ଦିଲ୍ଲୀପ ସାହୁ, ସୂର୍ଯ୍ୟକାନ୍ତୀ ପାଣି, ଗିରିଶ ଚନ୍ଦ୍ର ହୋତା, ଦୀପକ ପ୍ରଧାନ, ମନୋଜ ଜେନା, ଚନ୍ଦନ ପାତ୍ର, ବୁବୁ ସିହ୍ନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରରେ କେନ୍ଦୁଝର ଇଞ୍ଜିନିୟରିଂ କଲେଜ, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ, ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ସଲିଡ ଜିମନାଟି, ଷ୍ଟୋନ କ୍ରସର ସଂଘ, ଶଙ୍କର ସ୍ପୋର୍ଟିଂ, ବଡି ପାୱାର ଜିମ, ବିଜୁ ଯୁବବାହିନୀ, ପଦ୍ମପୁର ଆଇଟିଆଇ, ଶକୁନ୍ତଳା ଦେବୀ ଚାରିଟେବୁଲ ଟ୍ରଷ୍ଟ ଆଦି ଅନୁଷ୍ଠାନର ଛାତ୍ରଛାତ୍ରୀ, କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟାମାନେ ରକ୍ତଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top