ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତକୁ ବିରୋଧ କରିବ ବିଜେପି

ବରଗଡ, ତା.୧୭.୧୦(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତକୁ ବରଗଡ଼ ଜିଲ୍ଲା ବିଜେପି ଦୃଢ଼ ବିରୋଧ ପ୍ରଦର୍ଶନ କରିବ। ବିଜେପୁର ଉପ-ନିର୍ବାଚନ କୁ ଦୃଷ୍ଟିରେ ରଖି ଆସନ୍ତା ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁର ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଜିଲ୍ଲା ପ୍ରତି ଚୀର ଅବହେଳା ପ୍ରଦର୍ଶନ କରି ଆସୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଆମେ ଜିଲ୍ଲା ବ୍ୟାପି ପ୍ରତ୍ୟେକ ବ୍ଲକର କର୍ମକର୍ତ୍ତା ମିଳିତ ଭାବରେ ବିରୋଧ କରିବେ ବୋଲି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି। ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ବିଜେପୁର ଉପ-ନିର୍ବାଚନ କୁ ଦୃଷ୍ଟିରେ ରଖି ପ୍ରକଳ୍ପ ଉପରେ ପ୍ରକଳ୍ପ ଘୋଷଣା କରିଚାଲିଛନ୍ତି। ହେଲେ ସେ ସବୁର କିଛି ପ୍ରଭାବ ବିଜେପୁର ଉପ-ନିର୍ବାଚନ ଉପରେ ପଡ଼ିବ ନାହିଁ। କାରଣ ପୂର୍ବରୁ ପଞ୍ଚାୟତ ନିର୍ବାଚନ ବେଳେ ଏହି ଅପାରଗ ସରକାର ୩୫୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲା ଯାହାର ୩୫୦ ଟଙ୍କା ମଧ୍ୟ ଏଯାଏଁ ଆମ ଅଞ୍ଚଳ ପାଇଲାନି। ଲୋକେ ସବୁ ଜାଣିଲେଣି ଆଉ ଏ ସରକାରର ଭେଳିକି ର ପ୍ରଭାବ ଆମ ଅଞ୍ଚଳର ଲୋକଙ୍କ ଉପରେ ପଡ଼ିବ ନାହିଁ ଯାହାକି ଗତ ପଞ୍ଚାୟତ ନିର୍ବାଚନ ବେଳେ ଅଞ୍ଚଳବାସୀ ସୂଚନା ଦେଇ ସାରିଛନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *