ଓଡ଼ିଶା

ଏପ୍ରିଲ ୬ ତାରିଖ ଦିନ ରାଜ୍ୟବ୍ୟାପି ବିଜେପିର ପ୍ରତିଷ୍ଠା ଦିବସ ପାଳନ କରାଯିବ

– ପ୍ରତିଷ୍ଠା ଦିବସର କାର୍ଯ୍ୟକ୍ରମ ସମସ୍ତ ମଣ୍ଡଳ, ଜିଲ୍ଲା ଏବଂ ପ୍ରଦେଶ ୟୁନିଟରେ ଆୟୋଜନ କରାଯିବ
– ଦଳର ବିଚାରଧାରା, ଦଳର ଇତିହାସ ଓ ବିକାଶ, ପ୍ରଭାବଶାଳୀ ନେତୃତ୍ୱ ଏବଂ ଦଳର ସୁଶାସନ କାର୍ଯ୍ୟଗୁଡିକୁ ଜନମାନସରେ ପହଂଚାଯିବ
– ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ସମ୍ମାନିତ କରାଯିବ

ଭୁବନେଶ୍ୱର, ତା ୦୪/୦୪ (ଓଡ଼ିଆ ପୁଅ) : ଆସନ୍ତା ଏପ୍ରିଲ ୬ ତାରିଖ ଦିନ ବିଜେପିର ୩୯ତମ ପ୍ରତିଷ୍ଠା ଦିବସ ରାଜ୍ୟବ୍ୟାପି ପାଳନ କରାଯିବ। ଏହି ବିଶେଷ ଦିବସକୁ ଦଳର ସମସ୍ତ କାର୍ଯ୍ୟକର୍ତାମାନେ ଧୁମ୍ଧାମରେ ପାଳନ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦଳର ବିଚାରଧାରା, ଦଳର ଇତିହାସ ଓ ବିକାଶ, ପ୍ରେରଣାଦାୟୀ ନେତୃତ୍ୱ ଏବଂ ଦଳର ସୁଶାସନ କାର୍ଯ୍ୟଗୁଡିକୁ ଜନମାନସରେ ପହଂଚାଯିବ ବୋଲି ବିଜେପି ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି।

ମାନ୍ୟବର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ରତିଷ୍ଠା ଦିବସର କାର୍ଯ୍ୟକ୍ରମ ସମସ୍ତ ମଣ୍ଡଳ, ଜିଲ୍ଲା ପରିଷଦ ଜୋନ୍ ଏବଂ ପ୍ରଦେଶ ୟୁନିଟରେ ଆୟୋଜନ କରାଯିବ।

ଏହି ପ୍ରତିଷ୍ଠା ଅବସରରେ ଦଳୀୟ ବିଚାରଧାରା, ଏପର୍ଯ୍ୟନ୍ତ ହୋଇଥିବା ବିଜେପିର ବିଜୟ ଯାତ୍ରା, ଦଳର ଇତିହାସ ଓ ବିକାଶ, ବର୍ତମାନର ଦଳୀୟ ସ୍ଥିତି, ବିଜେପିର ପ୍ରଭାବଶାଳୀ ନେତୃତ୍ୱ ଯଥା ଶ୍ୟାମାପ୍ରସାଦ ମୁଖାର୍ଜି, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପାର୍ଟିର ବିକାଶ ଏବଂ ବିସ୍ତାରରେ ମହତ୍ୱପୂର୍ଣ୍ଣ ଯୋଗଦାନର ଭୂମିକା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ଏଥି ସହ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ସମ୍ମାନିତ କରାଯିବ। ପ୍ରଦେଶର ପ୍ରମୁଖ ସ୍ଥାନମାନଙ୍କରେ ସାମ୍ବାଦିକ ସମ୍ମିଳନୀ କରାଯିବ। ଡିଜିଟାଲ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପାର୍ଟିର ଗୈାରବଯାତ୍ରା ଏବଂ ମୋଦୀ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଏବଂ ଜନକଲ୍ୟାଣ ଯୋଜନା ଗୁଡିକର ପ୍ରଚାର କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top