ଓଡ଼ିଶା

ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ – ଏହି ମିଶ୍ରଣ ପର୍ବ ହେଉଛି ଓଡିଶାର ନୂତନ ରାଜନୀତିକ ଧୃବୀକରଣର ପ୍ରତିଫଳନ : ଧର୍ମେନ୍ଦ୍ର ପ୍ରଧାନ

– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ
– ମୟୁରଭଂଜ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ହେଲେ ସାମିଲ

ଭୁବନେଶ୍ୱର, ତା ୧୫/୦୪ (ଓଡ଼ିଆ ପୁଅ) : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ଦକ୍ଷ ନେତୃତ୍ୱକୁ ବିଶ୍ୱାସ କରି ମୟୁରଭଂଜ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଶତାଧିକ ବିଜେଡି ଏବଂ କଂଗ୍ରେସ ଦଳର ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ରାଜ୍ୟରେ ଶାସକ ବିଜେଡିର ଅଫିସର ରାଜ ଏବଂ କଂଗ୍ରେସର ଭ୍ରଷ୍ଟ ନୀତିକୁ ବିରୋଧ କରି ଶତାଧିକ ନେତା ଓ କର୍ମୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହ ଦେଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ମୟୁରଭଂଜ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ପ୍ରକାଶ ସୋରେନ, ଖୁଂଟା ବ୍ଲକର ପୂର୍ବତନ ଚେୟାରମ୍ୟାନ ଦଶରଥ ବସ୍କି, ବଡପଥର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ସମରାୟ ଟୁଡୁ, ଗୁଡିଆଳ ବନ୍ଧ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ବିଜୟ ହାଂସଦାଙ୍କ ସମେତ ଜିଲ୍ଲାର ବିଭିନ୍ନ ଗ୍ରାମପଂଚାୟତର ପୂର୍ବତନ ସମିତି ସଭ୍ୟଙ୍କ ସହ ଶତାଧିକ କର୍ମୀ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ କୁମାର ରାଉତ, ରେକିଦେଇପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ବିଜୟାନନ୍ଦ ବଳ, ବିଭୁତି ମଲ୍ଲିକ, ହଳଧର କୁଣ୍ଡୁ, ପୂର୍ଣ୍ଣଚନ୍ଦ୍ର ନାଥ, ରବିନ୍ଦ୍ର ରାଉତଙ୍କ ସମେତ ଜିଲ୍ଲାର ବିଭିନ୍ନ ଗ୍ରାମପଂଚାୟତର ସମିତି ସଭ୍ୟଙ୍କ ଶହ ଶତାଧିକ କର୍ମୀ ବିଜେପିରେ ବିଦ୍ଧିବଦ୍ଧ ଭାବେ ଯୋଗଦେଇଛନ୍ତି। ସେହିପରି କେନ୍ଦ୍ରାପଡା ମୁନିସପାଲିଟିର ପୂର୍ବତନ ଚେୟାରମ୍ୟାନ ଓ କଂଗ୍ରେସର ପିସିସି ସଦସ୍ୟ ପ୍ରବୀର କୁମାର ମହାନ୍ତି, ଜିଲ୍ଲା ବାର ଆସୋସିଏସନର ପୂର୍ବତନ ସେକ୍ରେଟାରୀ ତଥା ବିଜେଡି ନେତା ବିବେକାନନ୍ଦ ଦାସ, ସମାଜସେବୀ ଅଜୟ କୁମାର ବେଉରା, ନବଜ୍ୟୋତି ରାୟ, ଜେନାମଣି ଜୟ ପ୍ରକାଶ, ଜଗନ୍ନାଥ ଦାଶ, ପପ୍ପୁ ସେଠୀ, ଗୈାରାଙ୍ଗ ଦାଶଙ୍କ ସମେତ କେନ୍ଦ୍ରାପଡା ବ୍ଲକ ଓ ଘାଘରା, କଳାପଡା, ଅଣ୍ଡରା ଗ୍ରାମ ପଂଚାୟତର ଜନପ୍ରତିନିଧୀମାନେ କଂଗ୍ରେସ ଓ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି।।

ଆଜି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଉତରୀୟ ଏବଂ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି।

ଏହି ମିଶ୍ରଣ ପର୍ବ ହେଉଛି ଓଡିଶାର ନୂତନ ରାଜନୀତିକ ଧୃବୀକରଣର ପ୍ରତିଫଳନ। ଏହାଦ୍ୱାରା ବିଜେପି ତୃଣମୂଳ ସ୍ତରରେ ଅଧିକ ମଜବୁତ ହୋଇ ଏକ ନୂତନ ଓଡିଶା ଗଠନରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଓ ରାଜ କିଶୋର ଦାସ, ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ ଓ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ, ମୟୁରଭଂଜ ଜିଲ୍ଲା ସଭାପତି ଡ.କୃଷ୍ନଚନ୍ଦ୍ର ମହାପାତ୍ର, କେନ୍ଦ୍ରାପଡା ଜିଲ୍ଲା ସଭାପତି ଦୁର୍ଯେ୍ୟାଧନ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନାନନ୍ଦ ଜେନା, ଉମାକାନ୍ତ ପଟ୍ଟନାୟକ, ଜ୍ଞାନ ବେଉରିଆ, ଯାଜପୁର ଜିଲ୍ଲାର ସୁରେନ୍ଦ୍ର ପଣ୍ଡା, ରାଜ୍ୟ ସମବାୟ ପ୍ରକୋଷ୍ଠ ସହ ସଂଯୋଜକ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top