ଜୟନାରୟଣ ମିଶ୍ରଙ୍କୁ ଗିରଫ କରି ଅପରାଧୀ ଭଲି ବ୍ୟବହାର କରାଯାଉଛି-ବିଜେପି

– ଥାନାରେ ଅପରାଧୀ ଭଳି ନରଖି ଜଣେ ପୂର୍ବତନ ନିର୍ବାଚିତ ଜନପ୍ରତିନିଧିଙ୍କୁ ନଜର ବନ୍ଦୀ ରଖିଥିଲେ ନବୀନ ବାବୁଙ୍କ ସମ୍ମାନରେ ଆଂଚ ଆସିଥାଆନ୍ତା କି
– ଜୟନାରାୟଣ ଅସୁସ୍ଥ ଥିବା ସତେ ତାଙ୍କୁ ଜାଣିଶୁଣି ଅପରାଧୀ ଭଳି ରଖାଯାଇଛି
ଭୁବନେଶ୍ୱର-ତା୨୧/୦୯ (ଓଡ଼ିଆ ପୁଅ) ପୂର୍ବତନ ମନ୍ତ୍ରୀ ଶ୍ରୀଜୟନାରାୟଣ ମିଶ୍ରଙ୍କ ଗିରଫ ଦାରୀକୁ କଠୋର ନିନ୍ଦା କରିଛି ରାଜ୍ୟ ବିଜେପି। ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେପିର ଏହି ପୂର୍ବତନ ମନ୍ତ୍ରୀ ଏବଂ ସେଠିକାର ଜିଲ୍ଲାପରିଷଦ ଚ୍ୟାରମ୍ୟାନ, ନାଉରି ନାୟକ, ଗିରିଶ ପଟେଲଙ୍କୁ ଗିରଫ କରାଯାଇ ଜଣେ ସାଧାରଣ ଅପରାଧୀ ଭଳି ଶାସନ ଥାନାରେ ପୋଲିସ ଅଟକ ରଖିଛି ବୋଲି ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି।

ଜୟନାରାୟଣ ମିଶ୍ର ଅସୁସ୍ଥ ଥିବା ସତ୍ୱେ ପୋଲିସ ସାଧାରଣ ମାନବାଧିକାରକୁ ସମ୍ମାନ ନଦେଇ ତାଙ୍କୁ ଅପରାଧୀ ଭଲି ବନ୍ଦୀ କରିବା ନବୀନ ଶାସନରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଧୂଳିସାତ କରାଯାଉଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

ଥାନାରେ ଅପରାଧୀ ପରି ନରଖି ନଜରବନ୍ଦୀ ଭାବରେ ସମ୍ମାନଜନକ ଭାବେ ଜଣେ ପୂର୍ବତନ ନିର୍ବାଚିତ ଜନପ୍ରତିନିଧିଙ୍କୁ ରଖିଥିଲେ ନବୀନ ବାବୁଙ୍କ ସମ୍ମାନରେ ଆଂଚ ଆସିଥାଆନ୍ତା କି ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *