ବିଜେପୁର ଉପ ନିର୍ବାଚନ ପାଇଁ ରାଜ୍ୟ ବିଜେପି ପୂରା ପ୍ରସ୍ତୁତ: ସମୀର ମହାନ୍ତି

ଭୁବନେଶ୍ୱର ୪-୧ (ଓଡ଼ିଆ ପୁଅ) ବିଜେପୁର ଉପ ନିର୍ବାଚନ ପ୍ରସଂଗରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନିର୍ବାଚନ କମିଶନ ବିଧିବ୍ୟବସ୍ଥା ଅନୁସାରେ ୬ ମାସ ଭିତରେ ଉପ ନିର୍ବାଚନ କରାଇବାର ନିୟମ ରହିଛି। ମାନ୍ୟବର ନିର୍ବାଚନ କମିଶନ ଯେବେ ତାରିଖ ଘୋଷଣା କରିବେ ନିର୍ବାଚନ ଋଣାଙ୍ଗନାରେ ଓହ୍ଲାଇବା ପାଇଁ ରାଜ୍ୟ ବିଜେପି ପୂରା ପ୍ରସ୍ତୁତ ରହିଛି। ଅନ୍ୟପଟେ ଶାସକ ବିଜେଡି ସାମ୍ବିଧାନିକ ଅନୁଷ୍ଠାନଗୁଡିକର ମର୍ଯ୍ୟାଦାହାନି କରିବାରୁ କ୍ଷାନ୍ତ ରହୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଆସନ୍ତା ଉପନିର୍ବାଚନରେ ବିଜେପୁରବାସୀ ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ଭଷ୍ଟ୍ରାଚାର ବିରୁଦ୍ଧରେ ଏକାଠି ହୋଇ ବିଜେପି ସପକ୍ଷରେ ମତଦାନ କରିବେ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ଦୃଢତା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *