ଓଡ଼ିଶା

କର୍ଣ୍ଣାଟକରେ ବିଜେପି ସରକାର ! କାଲି ୟେଦୁରପ୍ପା ନେଇପାରନ୍ତି ଶପଥ: ସୂତ୍ର

ବାଙ୍ଗାଲୁରୁ ୧୬ ମଇ (ଓଡ଼ିଆ ପୁଅ) କର୍ଣ୍ଣାଟକରେ ଝୁଲା ବିଧାନସଭାର ସ୍ଥିତି ସାମନାରୁ ଆସିବା ପରେ ସବୁଠାରୁ ବଡ଼ ଦଳ ବିଜେପି ଜନତା ପାଟି ଏବଂ କଂଗ୍ରେସ-ଜଦ (ଏସ) ଗଠବନ୍ଧନର ସରକାର ବନାଇବା ପାଇଁର ଦାବି କରିବା ପରେ ରାଜ୍ୟରେ ଭାବୀ ସରକାରକୁ ନେଇକରି ସସ୍ପେନ୍ସ ଜାରି ରହିଛି। ଏବେ ସମସ୍ତ ନଜର ରାଜ୍ୟପାଳ ବଜୁଭାଇ ବାଲାଙ୍କ ଉପରେ ରହିଛି। ତାଙ୍କୁ ନିଷ୍ପତି କରିବାକୁ ଅଛି କି ସେ ସରକାର ବନାଇବା ପାଇଁ ସବୁଠାରୁ ବଡ଼ ପାର୍ଟି ଭାବରେ ବିଜେପିକୁ ଆମନ୍ତ୍ରିତ କରୁଛନ୍ତି କି କଂଗ୍ରେସ-ଜନତା ଦଳ (ଏସ) ଗଠବନ୍ଧନକୁ ନିମନ୍ତ୍ରିତ କରୁଛନ୍ତି।

 

ଅପର ପକ୍ଷରେ ବିଜେପିର ମୁଖ୍ୟମନ୍ତ୍ରୀପଦର ପ୍ରାର୍ଥୀ ଯେଦୁରପ୍ପା ପାର୍ଟିରେ ବିଧାୟକ ଦଳର ନେତା ମନୋନୀତ ହୋଇଛନ୍ତି। ୟେଦୁରପ୍ପା ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜେପୀ ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରକାଶ ଜାବଡ଼େକର ରାଜ୍ୟପାଳଙ୍କୁ ଭେଟ କରିବାପାଇଁ ପହଁଚିଛନ୍ତି। ମିଡ଼ିଆ ସୂତ୍ର ମୁତାବକ ବିଜେପି ରାଜ୍ୟରେ ସରକାର ବନାଇବା ପାଇଁ ଦାବି କରିଛି। ଅନ୍ୟ ପକ୍ଷରେ ଖବର ଆସୁଛି କି ୟେଦୁରପ୍ପା ଗୁରୁବାରଦିନ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି। କୁହାଯାଇପାରେଯେ, କି ରାଜ୍ୟରେ ସରକାର ବନାଇବା ପାଇଁ ଜୋଡ଼ତୋଡ଼ର ରଣନୀତି ଆରମ୍ଭ ହୋଇଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top