ତ୍ରିପୁରା ୭-୩ (ଓଡ଼ିଆ ପୁଅ) ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ମୂର୍ତ୍ତି ଭାଙ୍ଗିବାର ଯେଉଁ କ୍ରମ ଆରମ୍ଭ ହୋଇଛି, ଏହା ଫଳରେ ପେରିଯାର ଏବଂ ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କର ମୂର୍ତ୍ତି ମଧ୍ୟ ଆସିଛି। ତ୍ରିପୁରାରେ ଆଜିପର୍ଯ୍ୟନ୍ତ ବ୍ଲାଦିମୀର ଲେନିନଙ୍କର ଦୁଇଟି ମୂର୍ତ୍ତିକୁ ଭଙ୍ଗାଯିବାର ଘଟଣା ସାମନାକୁ ଆସିଛି। ଆଗକୁ ମଧ୍ୟ ଏହିପରି ଘଟଣାର ଷଡ଼ଯନ୍ତ୍ର ରଚାଯାଉଛି।
ନର୍ଥ ଇଷ୍ଟ ଟୁଡେର ସଂପାଦକ ଏବଂ ତ୍ରିପୁରାର ଶେଷ ରାଜା ମହାରାଜା ବୀର ବିକ୍ରମ ସିଂହଙ୍କର ନାତି ପ୍ରଦ୍ୟୋତ ମାଣିକ୍ୟ ଏପରି ଆଶଙ୍କା କରି କହିଛନ୍ତିଯେ, ମୂର୍ତ୍ତି ବିବାଦରେ ତାଙ୍କର ଜେଜେବାପାଙ୍କୁ ସାମିଲ ନକରାଯାଉ।
Kindly dont drag my grandfather Maharaja Bir Bikram into this statue controversy.suggestions that Maharaja's Statues will replace Lenin and Marx is disappointing.If anyone wants to honour his memory then feel free to build a new one but not by razing a statue of another.
— Pradyot_Tripura (@PradyotManikya) March 7, 2018
ସୂଚନାଯୋଗ୍ୟଯେ, ସାମନାକୁ ଆସିଛିଯେ, ବିଜେପି ମହାରାଜା, ବିକ୍ରମ ମାଣିକ୍ୟଙ୍କର 184 ଫୁଟ ଉଚ୍ଚା ମୂର୍ତ୍ତି ବନାଇବାର ଯୋଜନା ବନାଉଛି। ଏହି ସମ୍ବନ୍ଧରେ ପ୍ରଦ୍ୟୁତ ମାଣିକ୍ୟ ଟ୍ଵୀଟ କରି କହିଛନ୍ତିଯେ, ମୋର ଜେଜେବାପା ମହାରାଜା ବୀର ବିକ୍ରମଙ୍କୁ ଏହି ମୂର୍ତ୍ତି ବିବାଦରେ ଟାଣି ଅଣାନଯାଉ। ଲେନିନ ଏବଂ ମାର୍କ୍ସଙ୍କ ଜାଗାରେ ମହାରାଜାଙ୍କର ମୂର୍ତ୍ତି ଲଗାଇବା ଉପଦେଶ ନିରାଶାଜନକ ଅଟେ। ଯଦି କାହାକୁ (ମହାରାଜା) ସମ୍ମାନିତ କରିବାକୁ ଚାହୁଁଛନ୍ତି ତେବେ ସ୍ୱତନ୍ତ୍ର ସ୍ଥାନରେ ନୂଆ ମୂର୍ତ୍ତି ବନାନ୍ତୁ କିନ୍ତୁ ଅନ୍ୟ କାହାର ମୂର୍ତ୍ତିକୁ ଭାଙ୍ଗି ନୁହେଁ।
କୁହାଯାଇପାରେଯେ, ପ୍ରଦ୍ୟୁତ ମାଣିକ୍ୟ ତ୍ରିପୁରାର ଅନ୍ତିମ ରାଜାଙ୍କର ନାତି ହେବା ସହିତ କଂଗ୍ରେସ ସହ ଯୋଡ଼ି ହୋଇ ଅଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କୁ ବିଜେପିରେ ସାମିଲ କରିବାପାଇଁ ମଧ୍ୟ ଚର୍ଚ୍ଚା ହୋଇଥିଲା।
