ଜିଲାପାଳ ଆବାସିକ କାର୍ଯ୍ୟାଳୟରେ ଆବର୍ଜନା ଫୋପାଡିବା ଘଟଣା – କଂଗ୍ରେସର ଅଭିଯୋଗକୁ ଖଣ୍ଡନ କଲା ବିଜେଡି

ନବରଙ୍ଗପୁର ୧୮-୯ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ନବରଙ୍ଗପୁର ପୌରାଞ୍ଚଳରେ ଆବର୍ଜନା ମୁକ୍ତ କରିବା ଦାବିରେ କଂଗ୍ରେସ ଦଳ ଗତ ୪ ତାରିଖଠାରୁ ଆରମ୍ଭ କରିଥିଲା ପରିମଳ ମାର୍ଚ୍ଚ। ଏହି ଆନ୍ଦୋଳନ ତୀବ୍ରତର ହେବାସହ ସୁପରମାର୍କେଟ ଭୂତଳ ଆବର୍ଜନାକୁ ପୂର୍ବତନ ସାସଂଦ ପ୍ରଦୀପ ମାଝୀ ଓ ଡିସିସି ସଭାପତି ମନୋରଞ୍ଜନ ତ୍ରୀପାଠୀ ଏକ ଟ୍ରାକ୍ଟର ଯୋଗେ ଆବର୍ଜନା ଜିଲ୍ଲାପାଳଙ୍କ ଆବାସିକରେ ଫୋପାଡିଥିଲେ। ଏହି ଘଟଣା ପରେ ବିଜେଡି ଏହି ଘଟଣାକୁ ସମାଲୋଚନା କରି ରବିବାର ସ୍ଥାନୀୟ ତୃପ୍ତି ଲର୍ଜଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା। ଏଥିରେ ବିଜେଡି ଜିଲ୍ଲା ସଭାପତି ଯୋଗଦେଇ ପ୍ରଦୀପ ମାଝୀଙ୍କ ଉପରେ ବର୍ଷୀଥିଲେ। କଂଗ୍ରେସ ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯେଭଳି ଆବର୍ଜନା ପକେଇଛନ୍ତି ଏହାକୁ ସଭାପତି ଦୃଢ ନିନ୍ଦା କରିଥିଲେ। ଏହି କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଓ ଏହି ଘଟଣାରେ ବ୍ୟବହାର କରାଯାଇଥିବା ଟ୍ରାକ୍ଟର ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ପ୍ରଦୀପ ବାବୁ ନିଜର ସ୍ଥିତି ହରାଇଥିବାରୁ ସେ ଆବର୍ଜନା ପକାଇବା,ପାଣି ଲାଇନ କାଟିବା ଭଳି କାର୍ଯ୍ୟକରି ଗଣ ମାଧ୍ୟମରେ ପ୍ରଚାର ସର୍ବଶ୍ୱରେ ମାତିଛନ୍ତି। ମୁନିସିପାଲିଟି ବିରୁଦ୍ଧରେ ନାରାବାଜି କରୁଥିବା ପ୍ରଦୀପ ବାବୁ ସାଂସଦ ଥିବାବେଳେ ପୌର ପରିଷଦରେ କେତେଥର ଗସ୍ତ କରିଥିଲେ ବୋଲି ସେ ପ୍ରଶ୍ନ କରିଥିଲେ। କଂଗ୍ରେସ ଉଠାଇଥିବା ଷ୍ଟୋଲ ଦୁର୍ନୀତୀକୁ ସେ ଖଣ୍ଡନ କରିଥିଲେ। ଏହି ସମ୍ମିଳନୀରେ ମନ୍ତ୍ରୀ ପ୍ରତିନିଧୀ ପ୍ରମୋଦ ପାଢି ଯୋଗଦେଇ ପ୍ରଦୀପ ମାଝୀଙ୍କ ବିରୁଦ୍ଧରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ପ୍ରଦୀପ ମାଝୀଙ୍କ ଭାଇ ସି ସୋର ସହିତ ଯୋଡିତ ହୋଇ ଗତ ପଞ୍ଚାୟତ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଆଦିବାସୀ ନେତା ବୋଲେଇ ହେଉଥିବା ପ୍ରଦୀପ ମାଝୀ କିଭଳି କୋଟି ପତି ହୋଇଛନ୍ତି ବୋଲି ଶ୍ରୀ ପାଢି ପ୍ରଶ୍ନ କରିଛନ୍ତି। ପ୍ରଦୀପ ମାଝୀ ୧କୋଟି ୪୨ ଲକ୍ଷ ଟଙ୍କାରେ ଭୂବେନେଶ୍ୱରରେ ଗୋଟିଏ ଘର ଓ କଲିକତାରେ ଅନ୍ୟଏକ ଘର କିଣିଛନ୍ତି ବୋଲି ସେ ଖୋଲାସା କରିଥିଲେ। ପ୍ରଦୀପ ତାଙ୍କ ସାଂସଦ ଥିବା ସମୟରେ କଳାହାଣ୍ଡି ଠିକାଦାରଙ୍କୁ କାମ ଦେଇ ପ୍ରବଳ ଚାନ୍ଦା ଆଦାୟ କରିଥିବା ସେ ଅଭିଯୋଗ କରିଥିଲେ। ଏହାଛଡା ଗତ ଜିଲ୍ ଲାପରିଷଦ ନିର୍ବାଚନରେ କଂଗ୍ରେସ ଓ ବିଜେପି ମେଣ୍ଟରେ ଜିଲ୍ଲାପରିଷଦ ଗଠନ କରିବାକୁ ଅଣ୍ଟା ଭିଡିଥିବା ପ୍ରଦୀପ ହଠାତ କାହିଁକି ଚୁପ ରହିଥିଲେ ବୋଲି ସେ ପ୍ରଶ୍ନ କରିଥିଲେ। ଏହାର ଜବାବ ରଖିବାବେଳେ ଶ୍ରୀ ପାଢି ଏଥିରେ ବିପୁଳ ଟଙ୍କା କାରବାର ହୋଇଥିବା ସେ ସୂଚନା ଦେଇଥିଲେ। ଏଥିରେ ବରିଷ୍ଠ ବିଜେଡି ନେତା ରବି ପଟ୍ଟନାୟକ ଯୋଗଦେଇ ୧୪ ବର୍ଷ ମଧ୍ୟରେ ପୌରାଞ୍ଚଳ ର ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି ବୋଲି କହିଥିଲେ। ଏଥିରେ ମୁନିସିପାଲିଟି ଚେୟାରମ୍ୟାନ ବାସନ୍ତି ସୌରା ଯୋଗଦେଇ ୫ ନଂ କାଉନସିଲର ଉତ୍ତମ ତ୍ରୀପାଠୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଉତ୍ତମ ତାଙ୍କୁ ସର୍ବଦା ଆଦିବାସୀ ମହିଳା ହୋଇଥିବାରୁ ସେ ନିନ୍ଦିତ ଓ ଅପମାନିତ କରିବାକୁ ଚେଷ୍ଟା କରିବାସହ ତାଙ୍କ ଷ୍ଟାଫକୁ ଦୁର୍ବବ୍ୟବହାର କରୁଛନ୍ତି ବୋଲି ଏକ ଲିଖିତ ପତ୍ର ଗଣମାଧ୍ୟମାକୁ ପ୍ରଦାନ କରିଥିଲେ। କାଉନସିଲର ୫ ନଂ ୱାର୍ଡର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ନିଜେ ଠିକାଦାର ଭାବେ ନିମ୍ନମାନର କାର୍ଯ୍ୟକରି ବିଲ କରିବାକୁ ତାଙ୍କ କାର୍ଯ୍ୟାଳୟର ଅଫିସରକୁ ବାଧ୍ୟ କରୁଥିବା ଅଭିଯୋଗ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗେନ୍ଦ୍ର ସ୍ୱାଇଁ,ଛାତ୍ର ଜିଲ୍ଲା ସଭାପତି ଦିଲ୍ଲୁ ପଣ୍ଡା, ଯୁବ ସଭାପତି ଶିବାନନ୍ଦ ବିଷୋୟୀ ଓ ନଗର ସଭାପତି ପ୍ରମୋଦ ରଥ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *