ଓଡ଼ିଶା

ହିନ୍ଦୋଳ ଏବଂ ଅତାବିରା ଏନ୍‌ଏସି ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ବିଜୟ

ଭୁବନେଶ୍ୱର,୫/୪/୨୦୧୮ (ଓଡ଼ିଆ ପୁଅ) : ହିନ୍ଦୋଳ ଏବଂ ଅତାବିରା ଏନ୍‌ଏସି ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ସହିତ ଜନସାଧାରଣ ଜୟଯୁକ୍ତ କରାଇଛନ୍ତି। ଏଥିପାଇଁ ବିଜୁ ଜନତା ଦଳ ତରଫରୁ ହିନେ୍ଦାଳ ଏବଂ ଅତାବିରାର ଜନସାଧାରଣଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜ୍ଞାପନ କରାଯାଇଛି। ସେମାନଙ୍କର ଆଶୀର୍ବାଦ କ୍ରମେ ଦୁଇଟିଯାକ ନିର୍ବାଚନରେ ବିଜୁ ଜନତା ଦଳ ବିଗତ ନିର୍ବାଚନ ଠାରୁ ରେକର୍ଡ ସଂଖ୍ୟକ ଭୋଟ୍‌ରେ ଜୟଯୁକ୍ତ ହୋଇଛି। ଏହା ଜନସାଧାରଣଙ୍କ ନବୀନ ପଟ୍ଟନାୟକଙ୍କ ପ୍ରତି ଅକୁଣ୍ଠ ଭଲ ପାଇବା ଏବଂ ବିଜୁ ଜନତା ଦଳ ସରକାରର ବିକାଶମୂଳକ କାର୍ଯ୍ୟ ପ୍ରତି ତାଙ୍କର ଜନସମର୍ଥନ ଥିବା ସ୍ପଷ୍ଟ। ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ କଥାରେ ନୁହେଁ, କିନ୍ତୁ କାର୍ଯ୍ୟରେ ବିଶ୍ୱାସ କରନ୍ତି। ତାଙ୍କର କାର୍ଯ୍ୟ କଥା କୁହେ ଏବଂ ସେହି କାର୍ଯ୍ୟ ଉପରେ ଆସ୍ଥା ଓ ଭରସା ରଖି ହିନେ୍ଦାଳ ଓ ଅତାବିରାର ଜନସାଧାରଣ ବିଜେଡିକୁ ଅକୁଣ୍ଠଚିତ୍ତରେ ସମର୍ଥନ ଜଣାଇଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ପକ୍ଷରୁ କୁହାଯାଇଛି। ଅତାବିରାରେ ବିଜେଡି ସପକ୍ଷରେ ୬୦% ଭୋଟ ମିଳିଥିବା ବେଳେ ହିନେ୍ଦାଳରେ ୫୨% ଭୋଟ୍‌ର ବିଜୁ ଜନତା ଦଳ ସପକ୍ଷରେ ମତସାବ୍ୟସ୍ତ କରିଛନ୍ତି। ଅତାବିରାରେ ବିଜେପି ଖାତା ଖୋଲିବାରେ ସଫଳ ହୋଇନଥିବା ବେଳେ ହିନେ୍ଦାଳରେ କଂଗ୍ରେସ ମଧ୍ୟ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ। ଦୁଇଟି ଏନ୍‌ଏସି ନିର୍ବାଚନର ଫଳାଫଳ କଂଗ୍ରେସ ଓ ବିଜେପିକୁ ଶକ୍ତ ଧକ୍କା ହୋଇଛି ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top