ଓଡ଼ିଶା

ଲୋକସଭାରେ ଆଗତ ହେଲା ବିଲ: ଚେକ ବାଉନ୍ସ ହେଲେ ଭରିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ ୨-୧ (ଓଡ଼ିଆ ପୁଅ) ଚେକ ବାଉନ୍ସ ହେଲେ ଜାରୀକର୍ତ୍ତାଙ୍କୁ ଜରିମାନା ଭରିବାକୁ ପଡ଼ିପାରେ। ଏହି ପରି ମାମଲାଗୁଡ଼ିକରେ ହେଉଥିବା ଅନାବଶ୍ୟକ ବିଳମ୍ବ ଏବଂ ଅଭିଯୋଗ କର୍ତ୍ତାକୁ ଅନ୍ତରୀମ କ୍ଷତିପୂରଣ ଦେବାକୁ ଧ୍ୟାନରେ ରଖି ସରକାରଙ୍କ ଦ୍ୱାରା ଲୋକସଭାରେ ମଙ୍ଗଳବାର ଦିନ ଏକ ବିଧେୟକ ଆଗତ କରାଯାଇଛି।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ତରଫରୁ ଅର୍ଥ ରାଜ୍ୟମନ୍ତ୍ରୀ ଶିବ ପ୍ରସାଦ ନେଗୋସିଏବଲ ଇଣ୍ଟ୍ରୁମେଣ୍ଟ (ସଂଶୋଧନ) ବିଧେୟକ ଆଗତ କରିଛନ୍ତି। ଏଥିରେ ଚେକ ବାଉନ୍ସ ମାମଲାରେ ଅନାବଶ୍ୟକ ବିଳମ୍ବକୁ ଦୂର କରିବାର ପ୍ରାବଧାନ କରାଯାଇଛି।

କ’ଣ ଏହି ନୂଆ ପ୍ରାବଧାନ:

ନେଗୋସିଏବଲ ଇଣ୍ଟ୍ରୁମେଣ୍ଟ ଆକ୍ଟ 1881ରେ ସଂଶୋଧନ ପାଇଁ ଅଣାଯାଇଥିବା ବିଧେୟକ ଅନୁସାରେ ସମ୍ବନ୍ଧିତ ଅଦାଲତ ଚେକ ଜାରୀକର୍ତ୍ତାଙ୍କୁ, ଅଭିଯୋଗକର୍ତ୍ତାକୁ ଅନ୍ତରୀମ କ୍ଷତିପୂରଣ ଦେବା ପାଇଁ ଙ୍କର ଆଦେଶ ଦେଇ ପାରନ୍ତି। ଜାରୀକରିଥିବା ବ୍ୟକ୍ତି ନିର୍ଦ୍ଦୋଷ ହେବାପାଇଁ ଦରଖାସ୍ତ ଦେଲେ ଏହା ଉପରେ ମଧ୍ୟ ସମ୍ବନ୍ଧିତ ଅଦାଲତ ସଂକ୍ଷିପ୍ତ ଶୁଣାଣି ପାଇଁ ସମନ ମାଧ୍ୟମରେ ଆଦେଶ ଦେଇପାରିବେ।

ଅଭିଯୋଗ ଠିକ୍ ନହେଲେ ସୁଧ ସହିତ ଫେରେଇବାକୁ ପଡ଼ିବ ଟଙ୍କା:
ଅନ୍ତରିମ କ୍ଷତିପୂରଣ ରାଶି ଜାରୀକର୍ତ୍ତାଙ୍କର ଚେକର ରାଶିର ୨୦ ପ୍ରତିଶତ ରୁ ଅଧିକ ହୋଇପାରିବ ନାହିଁ।  ଯଦି ଜାରିକର୍ତ୍ତା ଏହି ମାମଲାରେ ନିର୍ଦ୍ଦୋଶ ପ୍ରମାଣିତ ହୁଅନ୍ତି ତେବେ ଅଦାଲତ ଅଭିଯୋଗକର୍ତ୍ତାକୁ ଅନ୍ତରୀମ କ୍ଷତିପୂରଣ ରାଶି ସୁଧ ସହିତ ଫେରାଇବା ପାଇଁ କହିପାରନ୍ତି।

ଅଭିଯୋଗପରେ ଉଠାଯାଇଛି ଏହି ପଦକ୍ଷେପ:

ବିଧେୟକରେ କୁହାଯାଇଛିଯେ, ସରକାରଙ୍କୁ ଲୋକମାନଙ୍କର ଏବଂ କାରୋବାରୀ ସମୁଦାୟର ଅନେକ ଅଭିଯୋଗ ମିଳିଛିଯେ, ଚେକ ବାଉନ୍ସ ମାମଲା ଲମ୍ବା ସମୟ କାରଣରୁ ପ୍ରାପ୍ୟ ପାଇବା ପାଇଁ  ଏବଂ ଚେକ୍ ର ମହତ୍ତ୍ୱ ରକ୍ଷା କରିବା ପାଇଁ ଏହି ବିଧେୟକ ଆଗତ କରାଯାଇଛି ଏହା ବ୍ୟତୀତ ନ୍ୟାୟପାଳିକାରେ ବହୁତ ସମୟ ଲାଗିବା ସହିତ ଖର୍ଚ୍ଚ ମଧ୍ୟ ହୋଇଥାଏ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top