Home ଓଡ଼ିଶା ରାତି ଅଧରେ ଭାଗବତଙ୍କୁ ଭେଟିଲେ ଶାହା!

ରାତି ଅଧରେ ଭାଗବତଙ୍କୁ ଭେଟିଲେ ଶାହା!

979

ମୁମ୍ବାଇ;୦୨,ନଭେମ୍ବର:ଅଚାନକ ଅଧ ରାତିରେ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।ଠାଣେର ଭୟଂଦର ସ୍ଥିତ ରାମଭାଉ ମହାଲଗି ପ୍ରବୋଧନୀ ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳର ତିନି ଦିନିଆ ବୈଠକର ଦୂତୀୟ ଦିବସରେ ୦୧ ତାରିଖ ରାତି ପ୍ରାୟ ୨ଟା ସମୟରେ ଶାହା ଯାଇ ପହଞ୍ଚିଥିଲେ।ଖବର ମୁତାବକ ଏହି ରୁଦ୍ଧଦ୍ୱାର ବୈଠକରେ ରାମ ମନ୍ଦିର ପ୍ରସଙ୍ଗ ଏବଂ ଆଗାମୀ ଲୋକସଭା ନିର୍ବାଚନ ଉପରେ ଉଭୟଙ୍କ ଭିତରେ ଆଲୋଚନା ହୋଇଛି।ଶାହା ସଂଘର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.