ଭଦ୍ରକ : ତୈଳ ଅନୁସନ୍ଧାନ ପାଇଁ ବ୍ଲାଷ୍ଟିଂରେ ଫାଟିଲା ଘର : କ୍ଷତିପୂରଣ ନେଇ ଆଶଙ୍କା

ଭଦ୍ରକ, ୧୨/୫ (ଓଡ଼ିଆ ପୁଅ/ ପ୍ରମୋଦ ରାୟ) : ଏହି ଜିଲାର ବନ୍ତ ତହସିଲ ଅଧୀନ ନରସିଂହପୁର ଓ ପାନପଦି ନିକଟ ବିଲରେ ତୈଳ ଅନୁସନ୍ଧାନ ପାଇଁ ଅନୁସନ୍ଧାନକାରୀ ଦଳ ବ୍ଲାଷ୍ଟିଂ କରୁଥିବା ବେଳେ ପ୍ରଚଣ୍ଡ ଶବ୍ଦ ହେବାରୁ ଲୋକେ ଭୟଭୀତ ହୋଇ ଘରୁ ପଦାକୁ ପଳାଇ ଆସିଥିଲେ। ବ୍ଲାଷ୍ଟିଂ ଯୋଗୁଁ ନିକଟସ୍ଥ ପକ୍କା ଘରଗୁଡିକରେ ଅନେକ ଫାଟ ସୃଷ୍ଟି ହେବା ସହିତ ମାଟି ଘର ଗୁଡିକ ଦୋହଲି ଯାଇଥିଲା। ଏହି ଘଟଣା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଅନୁସନ୍ଧାନକାରୀ ଦଳ ସମେତ ତାଙ୍କର ଗାଡି ଗୁଡିକୁ ଅଟକ ରଖିଥିଲେ। ବନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ଥାନାକୁ ଗାଡି ଗୁଡିକୁ ନେଇ ଆସିବା ସହିତ କର୍ମ·ରୀଙ୍କୁ ଗ୍ରାମବାସୀଙ୍କ କବଳରୁ ମୁକୁଳାଇଥିଲେ। ମାତ୍ର ଏବେ ଘଟଣାର ୩ ଦିନ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ପରିବାର କୌଣସି କ୍ଷତି ପୂରଣ ପାଇ ନ ଥିବା ବେଳେ ଥାନାରୁ କଂପାନୀର ଗାଡିଗୁଡିକୁ ନେଇଯିବା ନେଇ ସାଧାରଣରେ ସନେ୍ଦହ ପ୍ରକାଶ ପାଇଥିବା ବେଳେ କ୍ଷତିଗ୍ରସ୍ତ ପରିବାର ଆଶଙ୍କା ମଧ୍ୟରେ ରହିଛନ୍ତି। ଘଟଣାରୁ ପ୍ରକାଶ ଯେ; ଓଡିଶାର ବିଭିନ୍ନ ସ୍ଥାନରେ ଖଣିଜ ତୈଳ ଅନୁସନ୍ଧାନ ପାଇଁ ନଭେମ୍ବରରୁ ପରୀକ୍ଷା ଆରମ୍ଭ କରାଯାଇଛି। ବନ୍ତ ତହସିଲର ନିଳୋକ, ପଧାନପଡା, ତ୍ରିକୋଣା, ଟିଲୋ, ପଡିଆପଡା,  କାଦବରାଙ୍ଗ, ଓଡଙ୍ଗ ଓ ଷେଣ୍ଢତୀରା ଆଦି ଅଂଚଳରେ ଏଥିପୂର୍ବରୁ ଅନୁସନ୍ଧାନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ନରସିଂହପୁର ଗ୍ରାମ ନିକଟରେ ୨୦ରୁ ଅଧିକଥର ଶକ୍ତିଶାଳୀ ବିସ୍ଫୋରଣ କରାଯାଇ ମାଟି ଖୋଳା ଯାଇଥିଲା। ଏହି ବିସ୍ଫୋରଣର ତିବ୍ରତା ଏତେ ଥିଲା ଯେ ଉକ୍ତ ଗ୍ରାମର ନରେନ୍ଦ୍ର ବିଶ୍ୱାଳ, ପର୍ଶୁରାମ ସ୍ୱାଇଁ, ରାସବିହାରୀ ନାୟକ, ସୁଶାନ୍ତ ପରିଡା ଓ ପ୍ରଫୁଲ୍ଲ ସ୍ୱାଇଁଙ୍କ ଘରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ବିଷ୍ଫୋରଣର ଅନୀତ ଦୂରରେ ଥିବା ଶିବନାରାୟଣ ବିଶ୍ୱାଳଙ୍କ ୪ ବଖରା ବିଶିଷ୍ଟ ପକ୍କାଗୃହରେ ବିଭିନ୍ନ ସ୍ଥାନରେ ଫାଟି ଯାଇଥିବା ବେଳେ ଘରର ·ରିକଡ ମାଟି ଦବି ଯାଇଛି। ପରେ ବନ୍ତ ଥାନାଧିକାରୀ ଗାଡି ଗୁଡିକୁ ଥାନାରେ ଅଟକ ରଖିବା ସହିତ  ଏକ ଯନ୍ତ୍ରୀଙ୍କ ଦ୍ୱାରା ଘଟଣା ତଦନ୍ତ କରିବା ପରେ ଉପଯୁକ୍ତ ପଦକ୍ଷେପ ନିଆଯିବାକୁ କହିବା ପରେ ଅଟକ ଥିବା ଗାଡି ଓ କର୍ମଚାରୀଙ୍କୁ ଛାଡି ଦେଇଥିଲେ। ଏ ବିଷୟରେ କଂପାନୀର ପିଆରଓ ରାଜେନ୍ଦ୍ର ମିଶ୍ର କ୍ଷେତ୍ର ପରିଦର୍ଶନ କରି ଫେରିଥିବା ବେଳେ କଂପାନୀର ଉପରିସ୍ଥ ଅଫିସର ରୋଷନଲାଲଙ୍କୁ ଯୋଗଯୋଗ କରିବାରୁ ସେ କହନ୍ତି କ୍ଷେତ୍ର ପରିଦର୍ଶନ ସରିଛି ଅତିଶୀଘ୍ର କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ।

Leave a Reply

Your email address will not be published. Required fields are marked *