ସ୍ୱାସ୍ଥ୍ୟପାଇଁ ସେକ୍ସ କେତେ ଉପଯୋଗୀ !

ନିୟମିତ ସେକ୍ସ କରିବା ସ୍ୱାସ୍ଥ୍ୟ ପାଇଁ ଭଲ:

ଯଦି ଆପଣଙ୍କୁ ଲାଗୁଛି କି ସେକ୍ସ କେବଳ ଆନନ୍ଦ, ଖୁସି କିମ୍ବା ପ୍ଲେଜ଼ର ପାଇଁ ଜରୁରୀ ଅଟେ, ତେବେ ଏହି ଧାରଣା କେବଳ ଆପଣଙ୍କର। ସେକ୍ସ ସ୍ୱାସ୍ଥ୍ୟ ପାଇଁ ଭଲ। କିନ୍ତୁ ଏହାକୁ ନିୟମିତ ରୂପରେ ଉପୋଭୋଗ କଲେ ଅଧିକ ଭଲ। ଏହା କେବଳ ଆପଣଙ୍କୁ ଭଲ ନିଦ ଦେବ, ତାହା ନୁହେଁ ଏହା ଆପଣଙ୍କ ଷ୍ଟ୍ରେସକୁ କମ କରିବା ସହିତ ଶରୀରରେ ଉପସ୍ଥିତ କ୍ୟାଲୋରୀ କମ ମଧ୍ୟ କରିବ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ଏବଂ ଅନେକ ରୋଗ ଦାଉରୁ ବଞ୍ଚାଇବ।

ହାର୍ଟ ଆଟାକ ବା ହୃଦଘାତର ବିପଦ କମ ହେବ:

ନିକଟରେ ହୋଇଥିବା ଏକ ଅଧ୍ୟଯନରେ କୁହାଯାଇଛି କି ଯେଉଁ ପୁରୁଷ ସପ୍ତାହରେ ଦୁଇଥର କିମ୍ବା ଅଧିକ ସେକ୍ସ କରିଥାନ୍ତି ତାଙ୍କର ହାର୍ଟ ଆଟାକ ବିପଦ ସଂକେତ, ସେମାନଙ୍କ ତୁଳନାରେ କମ ହୋଇଥାଏ, ଯେଉଁ ପୁରୁଷମାନେ ମାସରେ ଥରେ କିମ୍ବା ବହୁତ କମ ସେକ୍ସ କରିବାକୁ ପସନ୍ଦ କରିଥାନ୍ତି।

ବିନ୍ଧା ଛିଟିକା କିମ୍ବା ଶରୀର ପୀଡ଼ା କମ ହୋଇଥାଏ:

ଯଦି ମୁଣ୍ଡବିନ୍ଧାର ବାହାନା ବନାଇକରି ସେକ୍ସରୁ ବଞ୍ଚିବାକୁ ଚେଷ୍ଟା କରିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି ତେବେ ଏହି ଅଭ୍ୟାସ ଛାଡ଼ନ୍ତୁ। କାରଣ, ଯେତେବେଳେ ଆପଣ ଚରମ ସୁଖ ଅନୁଭବ କରନ୍ତି ସେ ସମୟରେ ଶରୀରରେ ଅକ୍ସିଟଅକ୍ସିନ ନାମକ ହର୍ମୋନର ଲେଭେଲ ୫ ଗୁଣ ବଢ଼ିଯାଇଥାଏ ଏବଂ ଏହି ସମୟରେ ଇଣ୍ଡଅରଫିନ୍ସ ନାମକ ହର୍ମୋନ ନିର୍ଗତ ହେବା ଫଳରେ ପୀଡ଼ାକୁ କମ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ହିଁ ନିୟମିତ ରୂପେ ସେକ୍ସ ଆପଣଙ୍କ ଶରୀରର ଇମ୍ୟୁନୋ ଅର୍ଥାତ୍ ରୋଗ ପ୍ରତିରୋଧ ଶକ୍ତି ବଢ଼ାଉଥିବା ଆଣ୍ଟି ବଡି ଇମ୍ୟୁନୋଗ୍ଲୋବିନ (IGA)କୁ ବଢ଼ାଇ ଥାଏ। ଯାହା ଆପଣଙ୍କ ଶରୀରକୁ ଜ୍ୱର ଏବଂ ଥଣ୍ଡା ପରି ରୋଗରୁ ଲଢ଼ିବା ପାଇଁ ଶରୀରକୁ ମଜଭୁତ ବନାଇଥାଏ।

ଷ୍ଟ୍ରେସ କମିବ – ଚିନ୍ତା ଦୂର ହେବ:

କ’ଣ ଆପଣ କାମ ଏବଂ ପାରିବାରିକ ଟେନ୍ସନରେ ଅଧିକ ବୁଡ଼ିରହିଛନ୍ତି। ଏଥିରେ ଥକିଯାଇଛନ୍ତି କି ? ତେବେ ଏହାର ପ୍ରଭାବ ବେଡରୁମରେ ନିଜର ପରଫରମାନ୍ସ ଉପରେ ପଡ଼ିବାକୁ ଦିଅନ୍ତୁ ନାହିଁ। ସେକ୍ସ, କେବଳ ଆପଣଙ୍କ ମୁଡକୁ ଆନନ୍ଦିତ କରିବ ନାହିଁ ଏକ ସର୍ଭେକୁ ମାନିଲେ ଯେଉଁମାନେ ବେଡରୁମରେ ନିୟମିତ ଆକ୍ଟିଭିଟିଜରେ ସାମିଲ ରୁହନ୍ତି ସେହି ଲୋକମାନଙ୍କର ପାଇଁ ଷ୍ଟ୍ରେସ ସହିତ ଲଡ଼ିବା ସହଜ ହୋଇଥାଏ ଏବଂ ବାକୀ ଲୋକମାନଙ୍କର ତୁଳନା ଅଧିକ ଖୁସି ରହିଥାନ୍ତି।

ବ୍ଲଡ ସର୍କୁଲେସନ ଠିକ ହୁଏ:

ଯେତେବେଳେ ବ୍ୟକ୍ତି ଯୌନ କ୍ରିଡ଼ାରେ ଲିପ୍ତ ରହନ୍ତି ସେତେବେଳେ ତାଙ୍କର ହାର୍ଟ ରେଟ ବଢ଼ି ଯାଏ ଏହା ଫଳରେ ଆପଣଙ୍କ ଶରୀରରେ ଥିବା ବଡ ଅଂଶକୁ ଏବଂ କୋଶିକାଙ୍କୁ ଫ୍ରେଶ ବ୍ଲଡ ସପ୍ଲାଇ ହୋଇଥାଏ। ବ୍ୟବହାର କରାଯାଇଥିବା ବ୍ଲଡ ବାହାରକୁ ଆସିବା ସହିତ ଏପରି କିଛି ଦ୍ରବ୍ୟ ବାହାରକୁ ଆସିଥାଏ, ଯାହାର କାରଣରୁ ବ୍ୟକ୍ତିଙ୍କୁ ଆଳସ୍ୟ ଅନୁଭବ ହୁଏନାହିଁ।

Leave a Reply

Your email address will not be published. Required fields are marked *